ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା, ଏସବୁ ଜିଲାରେ ଭୟଙ୍କର…

ଭୁବନେଶ୍ୱର,୨୫ା୧୦: ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ଏହି ଜିଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଗଜପତି, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ସୂଚନାନୁଯାୟୀ, ଲ୍ୟାଣ୍ଡଫଲ୍‌ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ତେଣୁ କୁହାଯାଉଛି, ଉତ୍ତର ଓ ଉପକୂଳ […] The post ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା, ଏସବୁ ଜିଲାରେ ଭୟଙ୍କର… appeared first on Dharitri Odia News.

ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା, ଏସବୁ ଜିଲାରେ ଭୟଙ୍କର…

ଭୁବନେଶ୍ୱର,୨୫ା୧୦: ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ଏହି ଜିଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଗଜପତି, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ସୂଚନାନୁଯାୟୀ, ଲ୍ୟାଣ୍ଡଫଲ୍‌ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ତେଣୁ କୁହାଯାଉଛି, ଉତ୍ତର ଓ ଉପକୂଳ ଓ ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀ, ଯେମିତିକି ବୁଢାବଳଙ୍ଗ, ସାଳନ୍ଦୀ, ଜଳକା, ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ଆଦି ଫୁଲିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେଲେ ଶିମିଳିପାଳରୁ ପାଣି ଆସି ବୁଢାବଳଙ୍ଗ ନଦୀରେ ପଶିବ।

ଅନ୍ୟପକ୍ଷରେ ବାତ୍ୟା ପ୍ରକୋପରେ ଜୁଆର ଉଠିବା ଯୋଗୁ ନଦୀ ପଟେ ପ୍ରାୟ ୧ କିଲୋମିଟରରୁ ୩ କିଲୋମିଟର ଯାଏ ଲୁଣାପାଣି ମାଡ଼ିଆସିବ। ଆଉ ଏଥିଯୋଗୁ ବଙ୍ଗୋପସାଗରରେ ମିଶୁଥିବା ଅଧିକାଂଶ ନଦୀର ପାଣି ଶୀଘ୍ର ସମୁଦ୍ରକୁ ଯାଇପାରିବ ନାହିଁ। ଫଳରେ ବନ୍ୟା ପାଣି ଗାଁ ଗଣ୍ଡାରେ ପଶିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

The post ବାତ୍ୟା ପରେ ଏବେ ବନ୍ୟା ଆଶଙ୍କା, ଏସବୁ ଜିଲାରେ ଭୟଙ୍କର… appeared first on Dharitri Odia News.