ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ
ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ୮ ଟି ପଞ୍ଚାୟତରେ ଏହା ବଣ୍ଟନ କରୁଛି ତେବେ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଭଳି ସିମନବାଡ଼ିରେ ସମିତିର ନିଜସ୍ବ ଗୋଦାମ ଗୃହ ରହିଛି ଯାହାକି ଏବେ ୧ […] The post ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ୮ ଟି ପଞ୍ଚାୟତରେ ଏହା ବଣ୍ଟନ କରୁଛି ତେବେ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଭଳି ସିମନବାଡ଼ିରେ ସମିତିର ନିଜସ୍ବ ଗୋଦାମ ଗୃହ ରହିଛି ଯାହାକି ଏବେ ୧ ଦଶନ୍ଧି ଧରି ତାହା ଆଉ କାମରେ ଲାଗୁନି। ତା’ର ରକ୍ଷଣବେକ୍ଷଣ ଆଉ କରାଯାଉ ନ ଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ରହିଛି। ଉକ୍ତ ଗୋଦାମ ନିକଟରେ ସମିତି ର ନିଜସ୍ବ ଜମିରେ ଏକାଧିକ ଦୋକାନ ମାଲିକ ନିଜ ହାତ ପାଣ୍ଠିରୁ ଖର୍ଚ୍ଚ କରି ବ୍ୟବସାୟ କରୁଥିବା ବେଳେ ଏଥିପାଇଁ ସମିତିକୁ ବ୍ୟବସାୟୀମାନେ ଭଡା ଦେଉଛନ୍ତି। ଉକ୍ତ ଭଡ଼ା ସମିତି ଆଦାୟ କରୁଥିଲେ ମଧ୍ୟ ନିଜ ଗୋଦାମ ଗୃହକୁ ମରାମତି କିମ୍ବା ରକ୍ଷଣାବେକ୍ଷଣ ନ କରି ପଞ୍ଚାୟତ କାର୍ଯ୍ୟାଳୟର ଘର ଭଡ଼ାରେ ନେଇ ସେଠାରେ ସାଧାରଣ ସାମଗ୍ରୀ ବଣ୍ଟନ କରାଯାଉଥିବା ଜଣାପଡ଼ିଛି। ଏବେ ସରକାର ଆହୁରି ନୂତନ ସମିତି ସ୍ଥାପନ କରିବା ପାଇଁ ଘୋଷଣା କରିଥିବା ବେଳେ ସିମନବାଡ଼ିର ତାଲିକାରେ ନାମ ରହିଛି। ତେଣୁ ସାଧାରଣ ଖାଉଟିମାନେ ଦାବି କରିଛନ୍ତି ସମିତି ତାର ନିଜସ୍ବ ଗୃହ ଯାହାକି ପରିତ୍ୟକ୍ତ ଅବସ୍ଥାରେ ରହିଛି ତାକୁ ପୁନଃରୁଦ୍ଧାର କରାଯିବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ଉକ୍ତ ପରିତ୍ୟକ୍ତ ଅବସ୍ଥାରେ ଗୋଦାମ ଗୃହ ସମେତ ଜମି ମୁକୁଳା ପଡ଼ିଥିବାରୁ ଏବେ ଜବରଦଖଲ କରି ଏକାଧିକ ଲୋକ ଘର ନିର୍ମାଣ କରିଛନ୍ତି। ଯାହାକି ସମିତିର ଜମି ସଂକୁଚିତ ହୋଇପଡ଼ିଛି ବୋଲି ଅଭିଯୋଗ ହେଉଛି। ଏନେଇ ସମିତିର ପରିଚାଳିକା ନିର୍ଦ୍ଦେଶକ ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି ଯେ, ଏବେ ନୂତନ କୋଠା ନିର୍ମାଣ କରାଯିବ ସେଥିପାଇଁ ଅନୁଦାନ ଆସିବ।
The post ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ appeared first on Dharitri Odia News.