ସଫଳତାର ସହ ପଞ୍ଚୁଦଣ୍ଡ ଶେଷ: ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲା
ଦାରିଙ୍ଗବାଡ଼ି,୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ସଫଳତାର ସହ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ବୁଧବାର ସକାଳ ୭ ଟାରେ ସମ୍ପୂର୍ଣ୍ଣ ହୋଇଛି।ଜିଲାର କେଲେମାହା ଦଣ୍ଡୁଆ ଦଳ ସମେତ ଡାମିଗୁଡା, ଡାଉଙ୍ଗିଆ, ଗ୍ରୀନବାଡି ଏବଂ ଗୁଞ୍ଜିବାଡିର ଦଣ୍ଡୁଆମାନଙ୍କ ଦ୍ୱାରା ଏହି ମିଳନ କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭ ହୋଇ ବୁଧବାର ସକାଳ ସମୟରେ ଶେଷ ହୋଇଥିଲା। ସକାଳ ପୂର୍ଣ୍ଣାହୁତି ସମୟରେ ପଞ୍ଚୁଦଣ୍ଡ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ୫ଟି ଦଣ୍ଡୁଆଙ୍କୁ ମେଲାଣି ପ୍ରଦାନ […] The post ସଫଳତାର ସହ ପଞ୍ଚୁଦଣ୍ଡ ଶେଷ: ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲା appeared first on Dharitri Odia News.
ଦାରିଙ୍ଗବାଡ଼ି,୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ସଫଳତାର ସହ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ବୁଧବାର ସକାଳ ୭ ଟାରେ ସମ୍ପୂର୍ଣ୍ଣ ହୋଇଛି।ଜିଲାର କେଲେମାହା ଦଣ୍ଡୁଆ ଦଳ ସମେତ ଡାମିଗୁଡା, ଡାଉଙ୍ଗିଆ, ଗ୍ରୀନବାଡି ଏବଂ ଗୁଞ୍ଜିବାଡିର ଦଣ୍ଡୁଆମାନଙ୍କ ଦ୍ୱାରା ଏହି ମିଳନ କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭ ହୋଇ ବୁଧବାର ସକାଳ ସମୟରେ ଶେଷ ହୋଇଥିଲା। ସକାଳ ପୂର୍ଣ୍ଣାହୁତି ସମୟରେ ପଞ୍ଚୁଦଣ୍ଡ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ୫ଟି ଦଣ୍ଡୁଆଙ୍କୁ ମେଲାଣି ପ୍ରଦାନ ସହ ଶୁଭ ବିଦାୟ ଦେଇଥିଲେ। ଏହି ସମୟରେ ବୀଣାକାରମାନଙ୍କ ଦ୍ୱାରା ଦଣ୍ଡ ଉତ୍ପତି ଓ ବୀଣାକାରଙ୍କ ନିୟମ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମେତ ବିଭିନ୍ନ ଗ୍ରାମରୁ ଦର୍ଶକ, ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
The post ସଫଳତାର ସହ ପଞ୍ଚୁଦଣ୍ଡ ଶେଷ: ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲା appeared first on Dharitri Odia News.