ଦିଲ୍ଲୀ ମଦ ନୀତି ମାମଲା; ଅରବିନ୍ଦ କେଜ୍ରିଓ୍ବାଲ ଗିରଫ, ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି !

ନୂଆଦିଲ୍ଲୀ,୨୨/୦୩: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ତାଙ୍କୁ ଦୁଇ ଘଣ୍ଟାର ପଚରାଉଚରା ପରେ ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟରୁ ଅଶ୍ବସ୍ତି ନମିଳିବା ପରେ କେଜ୍ରିଓ୍ବାଲଙ୍କୁ ବାନ୍ଧିଛି ଇଡି । ଆପ୍ ସୁପ୍ରିମୋଙ୍କ ଗିରଫ ପରେ ସାରା ଦେଶରେ ଆଫ୍ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ଏହାକୁ ବିରୋଧ କରିଛନ୍ତି । ଭାରତ ରାଜନୀତି ଇତିହାସରେ ଏହା ପ୍ରଥମ ଥର ହୋଇଛି, କୌଣସି ପଦରେ ଥିବା ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । କେଜ୍ରିୱାଲଙ୍କ ଗିରଫଦାରୀକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ । କେହି କେହି ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ।  ଅରବିନ୍ଦ କେଜ୍ରିୱାଲ ଗିରଫ ପରେ ଆପ୍ ନେତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲା ତତ୍କାଳ ଶୁଣାଣି ପାଇଁ ଆବେଦନ କରିଥିଲା ଆମ୍ ଆଦମୀ ପାର୍ଟି । ତେବେ ଆଜି ସୁପ୍ରିମକୋର୍ଟରେ  ଶୁଣାଣି ହୋଇପାରେ। ଇଡିର ନବମ ସମନକୁ ନଆସିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ତେବେ ଗିରଫ ପୂର୍ବରୁ ସେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଥିଲେ। ତେବେ ଏହି ଗରଫଦାରୀକୁ ନେଇ ଆଜି ସର୍ବୋଚ୍ଚ ଅଦାଲତରେ ଶୁଣାଣି ହେବ । ଦିଲ୍ଲୀ ଅବକ

ଦିଲ୍ଲୀ ମଦ ନୀତି ମାମଲା; ଅରବିନ୍ଦ କେଜ୍ରିଓ୍ବାଲ ଗିରଫ, ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି !

ନୂଆଦିଲ୍ଲୀ,୨୨/୦୩: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ତାଙ୍କୁ ଦୁଇ ଘଣ୍ଟାର ପଚରାଉଚରା ପରେ ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟରୁ ଅଶ୍ବସ୍ତି ନମିଳିବା ପରେ କେଜ୍ରିଓ୍ବାଲଙ୍କୁ ବାନ୍ଧିଛି ଇଡି । ଆପ୍ ସୁପ୍ରିମୋଙ୍କ ଗିରଫ ପରେ ସାରା ଦେଶରେ ଆଫ୍ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ଏହାକୁ ବିରୋଧ କରିଛନ୍ତି । ଭାରତ ରାଜନୀତି ଇତିହାସରେ ଏହା ପ୍ରଥମ ଥର ହୋଇଛି, କୌଣସି ପଦରେ ଥିବା ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । କେଜ୍ରିୱାଲଙ୍କ ଗିରଫଦାରୀକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ । କେହି କେହି ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ।  

ଅରବିନ୍ଦ କେଜ୍ରିୱାଲ ଗିରଫ ପରେ ଆପ୍ ନେତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲା ତତ୍କାଳ ଶୁଣାଣି ପାଇଁ ଆବେଦନ କରିଥିଲା ଆମ୍ ଆଦମୀ ପାର୍ଟି । ତେବେ ଆଜି ସୁପ୍ରିମକୋର୍ଟରେ  ଶୁଣାଣି ହୋଇପାରେ। ଇଡିର ନବମ ସମନକୁ ନଆସିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ତେବେ ଗିରଫ ପୂର୍ବରୁ ସେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଥିଲେ। ତେବେ ଏହି ଗରଫଦାରୀକୁ ନେଇ ଆଜି ସର୍ବୋଚ୍ଚ ଅଦାଲତରେ ଶୁଣାଣି ହେବ । 

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; କେଜ୍ରିଓ୍ବାଲ୍‌ଙ୍କ ପୂର୍ବରୁ ଗିରଫ ହୋଇଛନ୍ତି ୩ ଆପ୍‌ ମନ୍ତ୍ରୀ ଓ ନେତା

ସୂଚନାଥାଉକି ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ୯ଥର ସମନ ପଠାଇଥିଲା ଇଡି। ତେବେ ନୋଟିସ୍ କୁ ବେଆଇନ କହି ପ୍ରତିଥର ଏଡ଼ାଇ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଗିରଫ ପୂର୍ବରୁ କେଜ୍ରିୱାଲ୍ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ସୁରକ୍ଷା ମାଗିଥିଲେ । ତେବେ ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ ହାଇକୋର୍ଟ । ଶେଷରେ ୯ମ ନୋଟିସ୍‌ ପରେ ଗୁରୁବାର ସନ୍ଧ୍ୟାରେ କେଜରିଓ୍ବାଲଙ୍କ ବାସଭବନରେ ଚଢ଼ାଉ କରିବା ସହିତ ଦୁଇଘଣ୍ଟା ଜେରା କରିଥିଲା ଏବଂ ପରେ ଗିରଫ କରିଥିଲା ଇଡି।