ଉଦୟ ସିଂହଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କଲା ଜନ ସୁରାଜ ପାର୍ଟି, ପ୍ରଶାନ୍ତ କିଶୋରଙ୍କ ଘୋଷଣା
ପାଟନା : ଜନ ସୁରାଜ ପାର୍ଟି ଗଠନ ହେବା ପୂର୍ବରୁ ନିଜ ଲୋକଙ୍କ ମାଧ୍ୟମରେ ଏହି ନାଁରେ ନିର୍ବାଚନ ଆୟୋଗରେ ପାର୍ଟି ରେଜିଷ୍ଟର କରାଇ ଥିବା, ପୂର୍ଣ୍ଣିଆର ପୂର୍ବତନ ସାଂସଦ ଉଦୟ ସିଂହ ଓରଫ ପପ୍ପୁ ସିଂହଙ୍କୁ ପ୍ରଶାନ୍ତ କିଶୋର ଜନ ସୁରାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ଘୋଷଣା କରିଛନ୍ତି। ପପ୍ପୁ ସିଂହ ପୂର୍ଣ୍ଣିଆ ଲୋକସଭା ସିଟ୍ରୁ ଦୁଇ ଥର ବିଜେପିର ସାଂସଦ ରହିଛନ୍ତି। ୨୦୧୯ରେ ଯେତେବେଳେ ଜେଡିୟୁ ଓ ବିଜେପିର ଦ୍ୱିତୀୟ ଥର ଗଠବନ୍ଧନ ହେଲା ଏବଂ ପୂର୍ଣ୍ଣିଆ ସିଟ୍ ଜେଡିୟୁକୁ ଚାଲିଗଲା ତ ପପ୍ପୁ ସିଂହ କଂଗ୍ରେସରୁ ଲୋକସଭା ନିର୍ବାଚନ ଲଢି ଥିଲେ , କିନ୍ତୁ ହାରି ଯାଇଥିଲେ। ପ୍ରଶାନ୍ତ କହିଛନ୍ତି ଯେ, ଜନ ସୁରାଜ ପାର୍ଟିର ୧୫୦ ସଦସ୍ୟ ବିଶିଷ୍ଟ କୋର କମିଟି ବହୁମତ ନୁହେଁ, ବରଂ ସର୍ବସମ୍ମତିରେ ସ୍ଥିର କରିଛି ଯେ, ଉଦୟ ସିଂହ ଓରଫ ପପ୍ପୁ ସିଂହ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। କଂଗ୍ରେସ ଠାରୁ ଅଲଗା ହୋଇ ସାରି ଥିବା ପପ୍ପୁ ସିଂହ କିଛି ଦିନରୁ ଖୋଲାଖୋଲି ଭାବେ ଜନ ସୁରାକ ପାର୍ଟି ଓ ପ୍ରଶାନ୍ତ କିଶୋରଙ୍କ ସହ ଅଛନ୍ତି। ପ୍ରଶାନ୍ତ କିଶୋର ପାଟନାରେ ଯେଉଁ ଯେଉଁ ବଙ୍ଗଳାରେ ରୁହନ୍ତି ,ସେ ଘର ଶେଖପୁରା ହାଉସ ପପ୍ପୁ ସିଂହଙ୍କର । ପପ୍ପୁ ସିଂହ ମଧ୍ୟ ଏହି ବଙ୍ଗଳାରେ ଗୋଟିଏ ଭାଗରେ ରୁହନ୍ତି ଏବଂ ଦ୍ୱିତୀୟ ଭାଗଜନ ସୁରାଜ ପାର୍ଟିର ଅଫିସ ଭାବେ ପ୍ରଶାନ୍ତ କିଶୋର ବ୍ୟବହାର କରୁଛନ୍ତି। ଜନ ସୁରାଜ ପଦଯାତ୍ରା ସମୟରେ ପ୍
ପାଟନା : ଜନ ସୁରାଜ ପାର୍ଟି ଗଠନ ହେବା ପୂର୍ବରୁ ନିଜ ଲୋକଙ୍କ ମାଧ୍ୟମରେ ଏହି ନାଁରେ ନିର୍ବାଚନ ଆୟୋଗରେ ପାର୍ଟି ରେଜିଷ୍ଟର କରାଇ ଥିବା, ପୂର୍ଣ୍ଣିଆର ପୂର୍ବତନ ସାଂସଦ ଉଦୟ ସିଂହ ଓରଫ ପପ୍ପୁ ସିଂହଙ୍କୁ ପ୍ରଶାନ୍ତ କିଶୋର ଜନ ସୁରାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ଘୋଷଣା କରିଛନ୍ତି। ପପ୍ପୁ ସିଂହ ପୂର୍ଣ୍ଣିଆ ଲୋକସଭା ସିଟ୍ରୁ ଦୁଇ ଥର ବିଜେପିର ସାଂସଦ ରହିଛନ୍ତି। ୨୦୧୯ରେ ଯେତେବେଳେ ଜେଡିୟୁ ଓ ବିଜେପିର ଦ୍ୱିତୀୟ ଥର ଗଠବନ୍ଧନ ହେଲା ଏବଂ ପୂର୍ଣ୍ଣିଆ ସିଟ୍ ଜେଡିୟୁକୁ ଚାଲିଗଲା ତ ପପ୍ପୁ ସିଂହ କଂଗ୍ରେସରୁ ଲୋକସଭା ନିର୍ବାଚନ ଲଢି ଥିଲେ , କିନ୍ତୁ ହାରି ଯାଇଥିଲେ। ପ୍ରଶାନ୍ତ କହିଛନ୍ତି ଯେ, ଜନ ସୁରାଜ ପାର୍ଟିର ୧୫୦ ସଦସ୍ୟ ବିଶିଷ୍ଟ କୋର କମିଟି ବହୁମତ ନୁହେଁ, ବରଂ ସର୍ବସମ୍ମତିରେ ସ୍ଥିର କରିଛି ଯେ, ଉଦୟ ସିଂହ ଓରଫ ପପ୍ପୁ ସିଂହ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ।
କଂଗ୍ରେସ ଠାରୁ ଅଲଗା ହୋଇ ସାରି ଥିବା ପପ୍ପୁ ସିଂହ କିଛି ଦିନରୁ ଖୋଲାଖୋଲି ଭାବେ ଜନ ସୁରାକ ପାର୍ଟି ଓ ପ୍ରଶାନ୍ତ କିଶୋରଙ୍କ ସହ ଅଛନ୍ତି। ପ୍ରଶାନ୍ତ କିଶୋର ପାଟନାରେ ଯେଉଁ ଯେଉଁ ବଙ୍ଗଳାରେ ରୁହନ୍ତି ,ସେ ଘର ଶେଖପୁରା ହାଉସ ପପ୍ପୁ ସିଂହଙ୍କର । ପପ୍ପୁ ସିଂହ ମଧ୍ୟ ଏହି ବଙ୍ଗଳାରେ ଗୋଟିଏ ଭାଗରେ ରୁହନ୍ତି ଏବଂ ଦ୍ୱିତୀୟ ଭାଗଜନ ସୁରାଜ ପାର୍ଟିର ଅଫିସ ଭାବେ ପ୍ରଶାନ୍ତ କିଶୋର ବ୍ୟବହାର କରୁଛନ୍ତି। ଜନ ସୁରାଜ ପଦଯାତ୍ରା ସମୟରେ ପ୍ରଶାନ୍ତ କିଶୋରଙ୍କର ସଂପର୍କରେ ଆସିଥିବା ପପ୍ପୁ ସିଂହ ଏବେ ଠାରୁ ହିଁ ସମ୍ୱଳ ଯୋଗାଇବାରେ ସାହାଯ୍ୟ କରୁଛନ୍ତି।
ପପ୍ପୁ ସିଂହ ଏକ ମଜବୁତ ରାଜନୀତିକ ଓ ବ୍ୟୁରୋକ୍ରେଟ୍ ପରିବାରରୁ ଆସିଛନ୍ତି। ପପ୍ପୁ ସିଂହଙ୍କ ପିତା ଟୋପି ସିଂହ ଆଇସିଏସ ଅଫିସର ଥିଲେ। ସ୍ୱାଧୀନତା ପୂର୍ବରୁ ଆଇଏଏସକୁ ଆଇସିଏସ କୁହାଯାଉ ଥିଲା। ପପ୍ପୁଙ୍କର ମାଆ ମାଧୁରୀ ସିଂହ ମଧ୍ୟ ପୂର୍ଣ୍ଣିଆରୁ ଦୁଇଥର ସାଂସଦ ରହିଥିଲେ। ତାଙ୍କର ଭାଇ ଏନକେ ସିଂହ ଜେଡିୟୁର ରାଜ୍ୟସଭା ସାଂସଦ ରହିଥିଲେ ଏବଂ ଏବେ ବିଜେପି ସହ ଅଛନ୍ତି। ତାଙ୍କର ଜଣେ ଭଉଣୀ ଶ୍ୟାମା ସିଂହ ଓ ଭିଣୋଇ ନିଖିଳ କୁମାର ଔରଙ୍ଗାବାଦରୁ କଂଗ୍ରେସର ସାଂସଦ ରହିଛନ୍ତି। ନିଖିଳ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ନାରାୟଣ ସିହ୍ନାଙ୍କ ପୁଅ ।