ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଟିମ୍
ନୂଆଦିଲ୍ଲୀ,୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଅପରାହ୍ନରେ ତାଙ୍କ ବାସଭବନରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଥିଲା। ଭାଜପା ଏଏପିର କିଛି ବିଧାୟକଙ୍କୁ କିଣିବାର ଚେଷ୍ଟା କରୁଥିବା ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ତେଣୁ ଟିମ ପକ୍ଷରୁ ଆଜି କେଜ୍ରିୱାଲଙ୍କୁ ଏ ସମ୍ପର୍କରେ ନୋଟିସ କରାଯାଇଛି। ନୋଟିସ ଦେବାକୁ କ୍ରାଇମବ୍ରାଞ୍ଚର ଟିମ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଦିଲ୍ଲୀର ମନ୍ତ୍ରୀ ଆତିଶୀ ଖବରଦାତା […] The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଟିମ୍ appeared first on Dharitri Odia News.
ନୂଆଦିଲ୍ଲୀ,୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଅପରାହ୍ନରେ ତାଙ୍କ ବାସଭବନରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଥିଲା। ଭାଜପା ଏଏପିର କିଛି ବିଧାୟକଙ୍କୁ କିଣିବାର ଚେଷ୍ଟା କରୁଥିବା ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି। ତେଣୁ ଟିମ ପକ୍ଷରୁ ଆଜି କେଜ୍ରିୱାଲଙ୍କୁ ଏ ସମ୍ପର୍କରେ ନୋଟିସ କରାଯାଇଛି। ନୋଟିସ ଦେବାକୁ କ୍ରାଇମବ୍ରାଞ୍ଚର ଟିମ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡ଼ିଛି।
ଗତ ସପ୍ତାହରେ ଦିଲ୍ଲୀର ମନ୍ତ୍ରୀ ଆତିଶୀ ଖବରଦାତା ସମ୍ମିଳନୀ କରି ଆପର ୭ ଜଣ ବିଧାୟକଙ୍କୁ ଭାଜପା ୨୫ କୋଟି ଟଙ୍କା ଲେଖାଏ ଲାଞ୍ଚ ଦେଇ ଦଳ ଛାଡ଼ିବାକୁ ପ୍ରସ୍ତାବ ଦେଇଥିବା ଦାବି କରିଥିଲେ। ଏଥିସହ ଭାଜପା କେଜ୍ରିୱାଲ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି କହିଥିଲେ। ଏବେ ଦିଲ୍ଲୀ ପୋଲିସ ପ୍ରମାଣ ଦେବାକୁ କହିଥିବା କୁହାଯାଉଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ରାଇମବ୍ରାଞ୍ଚର ଅଧିକାରୀ ନୋଟିସ୍ ନଦେଇ ଚାଲିଯାଇଥିବା କୁହାଯାଇଛି।
The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଟିମ୍ appeared first on Dharitri Odia News.