ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ପ୍ରୟାସ; ଆପ୍ ପୂର୍ବତନ ମନ୍ତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି। ତିହାର ଜେଲରୁ ରହି ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ସରକାର ଚଳାଇଛନ୍ତି । ଅନ୍ୟପଟେ ନୈତିକତା ଆଧାରରେ ଭାରତୀୟ ଜନତା ପାର୍ଟି ଆପ୍କୁ ଟାର୍ଗେଟ୍ କରୁଛି । ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହାରି ମଧ୍ୟରେ ପୂର୍ବତନ ଆମ୍ ଆଦମୀ ପାର୍ଟି ବିଧାୟକ ସନ୍ଦୀପ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ କେଜ୍ରିଓ୍ବାଲଙ୍କୁ ଘଟାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ଅଦାଲତରେ ଏକ ଯାଚିକା ଦାୟର କରି କହିଛନ୍ତି, କେଜ୍ରିଓ୍ବାଲ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କର ରହିବାର କୌଣସି ଅଧିକାରୀ ନାହିଁ । ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଏବଂ ମନ୍ତ୍ରୀ ସନ୍ଦୀପ କୁମାର ଶନିବାର ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରି କେଜ୍ରଓ୍ବାଲଙ୍କ ଇସ୍ତଫା ଦାବି କରିଛନ୍ତି । ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଅଧିକାରୀକୁ ହରାଇଛନ୍ତି । ସନ୍ଦୀପ କୁମାରଙ୍କ ଆବେଦନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାୟର ହୋଇଥିବା ଦୁଇଟି ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ୍ ହୋଇସାରିଛି । ଏହି ମାମଲାରେ ଅଦାଲତ ମୁଣ୍ଡ ପୂରାଇବାକୁ ମନା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସରକାରଙ୍କ ମୁସ୍କିଲ୍ ବଢ଼ିବାରେ ଲାଗିଛି। ତିହାର ଜେଲରୁ ରହି ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ସରକାର ଚଳାଇଛନ୍ତି । ଅନ୍ୟପଟେ ନୈତିକତା ଆଧାରରେ ଭାରତୀୟ ଜନତା ପାର୍ଟି ଆପ୍କୁ ଟାର୍ଗେଟ୍ କରୁଛି । ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହାରି ମଧ୍ୟରେ ପୂର୍ବତନ ଆମ୍ ଆଦମୀ ପାର୍ଟି ବିଧାୟକ ସନ୍ଦୀପ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ କେଜ୍ରିଓ୍ବାଲଙ୍କୁ ଘଟାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ଅଦାଲତରେ ଏକ ଯାଚିକା ଦାୟର କରି କହିଛନ୍ତି, କେଜ୍ରିଓ୍ବାଲ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କର ରହିବାର କୌଣସି ଅଧିକାରୀ ନାହିଁ ।
ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଏବଂ ମନ୍ତ୍ରୀ ସନ୍ଦୀପ କୁମାର ଶନିବାର ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରି କେଜ୍ରଓ୍ବାଲଙ୍କ ଇସ୍ତଫା ଦାବି କରିଛନ୍ତି । ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ଅଧିକାରୀକୁ ହରାଇଛନ୍ତି ।
ସନ୍ଦୀପ କୁମାରଙ୍କ ଆବେଦନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାୟର ହୋଇଥିବା ଦୁଇଟି ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ୍ ହୋଇସାରିଛି । ଏହି ମାମଲାରେ ଅଦାଲତ ମୁଣ୍ଡ ପୂରାଇବାକୁ ମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅଧିକାର ଅନ୍ତର୍ଗତ ଆସୁଛି । ଫଳରେ ପୂର୍ବରୁ ଦାୟର ହୋଇଥିବା ଯାଚିକା ଖରାଜ୍ ହୋଇଛି । ତେବେ ସନ୍ଦୀପ କୁମାର ଦାୟର କରିବା ଆବେଦନର ଶୁଣାଣି ୮ ଅପ୍ରେଲ୍ ବା ସୋମବାର ଦିନ ହେବ ।