ଦିଲ୍ଲୀ, ମୁମ୍ବାଇ, କେରଳରେ ବଢ଼ୁଛି କୋଭିଡ୍ ସଂକ୍ରମଣ: ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୪ା୫: ଦିଲ୍ଲୀ, ମହରାଷ୍ଟ୍ର, କେରଳ, ତାମିଲନାଡ଼ୁ ଏବଂ କର୍ନାଟକରେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବାରୁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ୨୩ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି। କେରଳରେ ଚଳିତ ମାସରେ ସର୍ବାଧିକ ୨୭୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବାରୁ ସବୁ ଜିଲାକୁ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କାଶ ହେଲେ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ […] The post ଦିଲ୍ଲୀ, ମୁମ୍ବାଇ, କେରଳରେ ବଢ଼ୁଛି କୋଭିଡ୍ ସଂକ୍ରମଣ: ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୫: ଦିଲ୍ଲୀ, ମହରାଷ୍ଟ୍ର, କେରଳ, ତାମିଲନାଡ଼ୁ ଏବଂ କର୍ନାଟକରେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବାରୁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଓ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
୩ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ ୨୩ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି। କେରଳରେ ଚଳିତ ମାସରେ ସର୍ବାଧିକ ୨୭୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବାରୁ ସବୁ ଜିଲାକୁ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କାଶ ହେଲେ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ସେହିପରି କର୍ନାଟକରେ ୯ ମାସର ଶିଶୁ ସମେତ ୩୫ଟି କୋଭିଡ୍ ମାମଲା ଚିହ୍ନଟ ହୋଇଛି। ଶ୍ୱାସଜନିତ ସମସ୍ୟା ଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରିବା ପାଇଁ କୁହାଯାଉଛି। ଚଳିତ ମାସରେ ମୁମ୍ବାଇରେ ୯୫ ଏବଂ ଠାଣେରେ ୧୦ ମାମଲା ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ୱାସଜନିତ ରୋଗ ଲକ୍ଷଣ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷା କରାଇବାକୁ ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରାମର୍ଶ ଦେଇଛି। କୋଭିଡ୍ର ଜେଏନ୍.୧ ଭାରିଆଣ୍ଟ ପାଇଁ ଦକ୍ଷିଣ ଏସିଆରେ ସଂକ୍ରମଣ ବଢ଼ୁଛି।
The post ଦିଲ୍ଲୀ, ମୁମ୍ବାଇ, କେରଳରେ ବଢ଼ୁଛି କୋଭିଡ୍ ସଂକ୍ରମଣ: ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ appeared first on Dharitri Odia News.