ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା
ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ନୟାହାଟ ଫାଣ୍ଡି ଅଧୀନ ସୋରଭା ପଞ୍ଚାୟତର ମୂରୁଡ଼ା ଗ୍ରାମର ସନ୍ତୋଷ ବିଶ୍ବାଳଙ୍କ ସ୍ତ୍ରୀ ରିତା ବିଶ୍ବାଳ (୩୫)। ନୟାହାଟ ଫାଣ୍ଡି ଅଧିକାରୀ ଶ୍ରୀଧର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ପଠାଇଥିଲେ। ଏନେଇ ଗୋପ ଥାନାରେ ୯/୨୫ରେ ଏକ […] The post ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା appeared first on Dharitri Odia News.
ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ନୟାହାଟ ଫାଣ୍ଡି ଅଧୀନ ସୋରଭା ପଞ୍ଚାୟତର ମୂରୁଡ଼ା ଗ୍ରାମର ସନ୍ତୋଷ ବିଶ୍ବାଳଙ୍କ ସ୍ତ୍ରୀ ରିତା ବିଶ୍ବାଳ (୩୫)। ନୟାହାଟ ଫାଣ୍ଡି ଅଧିକାରୀ ଶ୍ରୀଧର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ପଠାଇଥିଲେ। ଏନେଇ ଗୋପ ଥାନାରେ ୯/୨୫ରେ ଏକ ମାମଲା ରୁଜୁ ହୋଇଛି।
ରିତାଙ୍କ ଦେହ ଖରାପ ହେବାରୁ ସେ ତାଙ୍କ ବାପଘରଦେସ୍ତଳି ପଞ୍ଚାୟତର ବଡ଼ତୋଟା ଗ୍ରାମରେ ରହି ଚିକିତ୍ସିତ ହେଉଥିଲେ। ରୋଗର ଯନ୍ତ୍ରଣା ନ କମିବାରୁ ସେ ସୋହୋଣା ମହାଦେବ ମନ୍ଦିରରେ ଭଲ ହେବାକୁ ଗୁହାରିଆ ପଡ଼ିଥିଲେ। ହେଲେ ଯନ୍ତ୍ରଣା ଉପଶମ ନ ହେବାରୁ ମନ୍ଦିର ଭିତରେ ଥିବା ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ନୟାହାଟ ଫାଣ୍ଡି ଅଧିକାରୀ ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।
The post ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା appeared first on Dharitri Odia News.