୩୧ ଯାଏ ବର୍ଷିବ

ଭୁବନେଶ୍ୱର, ୨୭।୭(ଅସମାପିକା ସାହୁ)- ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ରଓଡ଼ିଶାରେ ଏବେ ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୩୧ତାରିଖ ପର୍ଯନ୍ତ ପ୍ରବଳ ବର୍ଷା ରହିଛି। ଏହି ୪ଦିନ ବିଭନ୍ନ ଜିକୁ ସତର୍କ ରହିବା ପାଇଁ ୟେଳୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ରହିବ। […] The post ୩୧ ଯାଏ ବର୍ଷିବ appeared first on Dharitri Odia News.

୩୧ ଯାଏ ବର୍ଷିବ

ଭୁବନେଶ୍ୱର, ୨୭।୭(ଅସମାପିକା ସାହୁ)- ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ରଓଡ଼ିଶାରେ ଏବେ ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୩୧ତାରିଖ ପର୍ଯନ୍ତ ପ୍ରବଳ ବର୍ଷା ରହିଛି। ଏହି ୪ଦିନ ବିଭନ୍ନ ଜିକୁ ସତର୍କ ରହିବା ପାଇଁ ୟେଳୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ରହିବ। ଆସନ୍ତା ୧୨ଘଣ୍ଟା ମତ୍ସ୍ୟଜୀବୀଙ୍କୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯିବା ପାଇଁ ବାରଣ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶନିବାର ଭବାନିପାଟଣାରେ ସର୍ବାଧିକ ୬୦.୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନବରଙ୍ଗପୁରରେ ୨୮.୪, କୋରାପୁଟରେ ୨୨, ରାଉରକେଲାରେ ୧୯, ନୟାଗଡ଼ରେ ୧୫, ହୀରାକୁଦରେ ୧୨.୧, କଟକରେ ୧୨.୮, ଟିଟିଲାଗଡ଼ ୧୪.୨, ନୂଆପଡ଼ାରେ ୧୨.୪ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଭୁବନେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ମାଲକାନଗିରି, ସୋନପୁର, ଦାରିଙ୍ଗବାଡ଼ି, ବୌଦ୍ଧ, ରାୟଗଡ଼ା, ବରଗଡ଼, ଖୋର୍ଦ୍ଧାରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରବିବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଏବଂ ନବରଙ୍ଗପୁରକୁ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି।

The post ୩୧ ଯାଏ ବର୍ଷିବ appeared first on Dharitri Odia News.