ଦିଲ୍ଲୀ, ମୁମ୍ବାଇ, ଜୟପୁରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶବ୍ୟାପୀ ଶୋକ ଓ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମୁମ୍ବାଇ, ଜୟପୁର ଓ ଅମୃତସର ସମେତ ଦେଶର ବିଭିନ୍ନ ସହରରେ ହାଇ ଆଲର୍ଟ ଜାରି ହୋଇଛି। ସାଂପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରିବା ସହ ଯାନବାହନ ଯାଞ୍ଚ କରୁଛି। ପହଲଗାମ ଘଟଣା ପାଇଁ ସ‌ାରା ଦେଶ ଏବେ ଏକଜୁଟ୍। ଭାରତ ଏହି ଆକ୍ରମଣର […]

ଦିଲ୍ଲୀ, ମୁମ୍ବାଇ, ଜୟପୁରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶବ୍ୟାପୀ ଶୋକ ଓ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମୁମ୍ବାଇ, ଜୟପୁର ଓ ଅମୃତସର ସମେତ ଦେଶର ବିଭିନ୍ନ ସହରରେ ହାଇ ଆଲର୍ଟ ଜାରି ହୋଇଛି। ସାଂପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରିବା ସହ ଯାନବାହନ ଯାଞ୍ଚ କରୁଛି। ପହଲଗାମ ଘଟଣା ପାଇଁ ସ‌ାରା ଦେଶ ଏବେ ଏକଜୁଟ୍। ଭାରତ ଏହି ଆକ୍ରମଣର କଡ଼ା ଦେବ। ଏଥିପାଇଁ ଆଜି ୩ ସେନାବାହିନୀଙ୍କର ବୈଠକ ଚାଲିଛି। ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।