ଦିଲ୍ଲୀ-ମୁମ୍ବାଇ ବିମାନ ଶୌଚାଳୟରେ ଧୂମ୍ରପାନ କରି ଧରାପଡିଲେ ଯାତ୍ରୀ, ମକଦ୍ଦମା ରୁଜୁ

ଜୁନ ୨୮।୬: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଉଡାଣର ଶୌଚାଳୟରେ ଧୂମ୍ରପାନ କରିବା ଅଭିଯୋଗରେ ଜଣେ ୩୮ ବର୍ଷ ବୟଷ୍କ ବ୍ୟକ୍ତିଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି। ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣା ଗତ ବୁଧବାର ଅପରାହ୍ନରେ ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଘଟିଥିଲା। ରାଜଧାନୀ ଦିଲ୍ଲୀରୁ ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଉଡାଣ କରିଥିବା ଏହି ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ। ବିମାନଟି ମୁମ୍ବାଇ ଏୟାରପୋର୍ଟ ପହଞ୍ଚିବାର ପ୍ରାୟ ୫୦ ମିନିଟ୍ ପୂର୍ବରୁ ଉତ୍ତରପ୍ରଦେଶର ଖଲିଲ କଜାମ୍ମୁଲ ଖାନ ନାମକ ଜନୈକ ଯାତ୍ରୀ ଶୌଚାଳୟ ଯାଇଥିଲେ। ଅଧିକାରୀ କହିଛନ୍ତି ଯେ ଖାନ ଶୌଚାଳୟରେ ଧୂମ୍ରପାନ କରିବାରୁ ସ୍ମୋକ ସେନସର ବାଜିଥିଲା। ଏଣୁ ଚାଳକ ଦଳ ସଦସ୍ୟଙ୍କୁ ଧୂମ୍ରପାନ ସମ୍ପର୍କରେ ଜଣାପଡିଥିଲା। ଖାନ ଶୌଚାଳୟରୁ ବାହାରକୁ ଆସିବା ପରେ ଚାଳକ ଦଳ ସେଠାରୁ ମ୍ୟାଚିସ୍‌ ଓ ସିଗାରେଟର ଅଧାଜଳା ଖଣ୍ଡ ମିଳିଥିଲା। ବିମାନ ଶୌଚାଳୟରେ ଯାତ୍ରୀଙ୍କ ଧୂମ୍ରପାନ ସମ୍ପର୍କରେ ଚାଳକ ଦଳ ସଦସ୍ୟ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ସୂଚିତ କରିଥିଲେ। ଏ ସମ୍ପର୍କରେ ଯାତ୍ରୀଙ୍କୁ ଚାଳକ ଦଳ ସଦସ୍ୟ ପଚରା ଉଚରା କରିବାରେ ସେ ଧୂମ୍ରପାନ କରିଥିବା ସ୍ୱୀକାର କରିଥିଲେ। ବିମାନ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବା ପରେ ସୁରକ୍ଷା କର୍ମୀଙ୍କୁ ମାମଲାର ସୂଚନା ଦିଆଯାଇଥିଲା ଓ ଖାନଙ୍କୁ ବିମାନ ବନ୍ଦରରୁ ସିଧା ପୋଲି

ଦିଲ୍ଲୀ-ମୁମ୍ବାଇ ବିମାନ ଶୌଚାଳୟରେ ଧୂମ୍ରପାନ କରି ଧରାପଡିଲେ ଯାତ୍ରୀ, ମକଦ୍ଦମା ରୁଜୁ

ଜୁନ ୨୮।୬: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଉଡାଣର ଶୌଚାଳୟରେ ଧୂମ୍ରପାନ କରିବା ଅଭିଯୋଗରେ ଜଣେ ୩୮ ବର୍ଷ ବୟଷ୍କ ବ୍ୟକ୍ତିଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି। ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣା ଗତ ବୁଧବାର ଅପରାହ୍ନରେ ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନରେ ଘଟିଥିଲା। ରାଜଧାନୀ ଦିଲ୍ଲୀରୁ ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ଉଡାଣ କରିଥିବା ଏହି ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ। 

ବିମାନଟି ମୁମ୍ବାଇ ଏୟାରପୋର୍ଟ ପହଞ୍ଚିବାର ପ୍ରାୟ ୫୦ ମିନିଟ୍ ପୂର୍ବରୁ ଉତ୍ତରପ୍ରଦେଶର ଖଲିଲ କଜାମ୍ମୁଲ ଖାନ ନାମକ ଜନୈକ ଯାତ୍ରୀ ଶୌଚାଳୟ ଯାଇଥିଲେ। ଅଧିକାରୀ କହିଛନ୍ତି ଯେ ଖାନ ଶୌଚାଳୟରେ ଧୂମ୍ରପାନ କରିବାରୁ ସ୍ମୋକ ସେନସର ବାଜିଥିଲା। ଏଣୁ ଚାଳକ ଦଳ ସଦସ୍ୟଙ୍କୁ ଧୂମ୍ରପାନ ସମ୍ପର୍କରେ ଜଣାପଡିଥିଲା। ଖାନ ଶୌଚାଳୟରୁ ବାହାରକୁ ଆସିବା ପରେ ଚାଳକ ଦଳ ସେଠାରୁ ମ୍ୟାଚିସ୍‌ ଓ ସିଗାରେଟର ଅଧାଜଳା ଖଣ୍ଡ ମିଳିଥିଲା। 

ବିମାନ ଶୌଚାଳୟରେ ଯାତ୍ରୀଙ୍କ ଧୂମ୍ରପାନ ସମ୍ପର୍କରେ ଚାଳକ ଦଳ ସଦସ୍ୟ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ସୂଚିତ କରିଥିଲେ। ଏ ସମ୍ପର୍କରେ ଯାତ୍ରୀଙ୍କୁ ଚାଳକ ଦଳ ସଦସ୍ୟ ପଚରା ଉଚରା କରିବାରେ ସେ ଧୂମ୍ରପାନ କରିଥିବା ସ୍ୱୀକାର କରିଥିଲେ। ବିମାନ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବା ପରେ ସୁରକ୍ଷା କର୍ମୀଙ୍କୁ ମାମଲାର ସୂଚନା ଦିଆଯାଇଥିଲା ଓ ଖାନଙ୍କୁ ବିମାନ ବନ୍ଦରରୁ ସିଧା ପୋଲିସ ଥାନାକୁ ନିଆଯାଇଥିଲା। ଅଧିକାରୀ କହିଛନ୍ତି ଯେ ଯାତ୍ରୀଙ୍କ ବିରୋଧରେ ଆଇପିସି ଓ ବିମାନ ଆଇନରେ ମୋକଦ୍ଦମା ରୁଜୁ କରାଯାଇଛି। ଏହି ମାମଲାର ପରବର୍ତ୍ତି ଯାଞ୍ଚ ଏବେ ଜାରି ରହିଛି।