ଦିଲ୍ଲୀ ମେଟ୍ରୋରେ ଯୁବତୀଙ୍କ ‘ହୋଲି ରିଲ୍’, ରାଗିଲେ ଲୋକ

ନୂଆଦିଲ୍ଲୀ ୨୩।୩: ଡିଏମଆରସିଙ୍କ ଲଗାତାର ଚେତାବନୀ ସତ୍ତ୍ୱେ ଦିଲ୍ଲୀ ମେଟ୍ରୋରେ ନାଚ,ଗୀତ, ମାରପିଟ, ଝଗଡା ଆଦି ଲାଗି ରହିଛି। ଏଥିରେ ଆଗକୁ ହୋଲି ଆସୁଥିବା ବେଳେ ମେଟ୍ରୋରେ ଯୁବତୀ ରିଲସ୍‌ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଜଣ ଯୁବତୀ ହୋଲି ନାମରେ ଇଂଷ୍ଟା ରିଲ ପାଇଁ ମେଟ୍ରୋରେ ଅଶ୍ଳିଳତା କରୁଥିବାର ଦେଖାଯାଇଛି। ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଉଭୟ ଯାତ୍ରୀ ଓ ସହରବାସୀ ଏହାକୁ ବିରୋଧ କରିଛନ୍ତି। ଭିଡିଓରେ ଯୁବତୀ ଦୁଇଜଣଙ୍କୁ ଟ୍ରେନ ଫ୍ଲୋରରେ ବସି ରଙ୍ଗ ବୋଳାବୋଳି ହେଉଥିବାର ଦେଖାଯାଉଛି। ତେବେ ସେମାନେ ଯେଉଁ ଅନ୍ତରଙ୍ଗତାର ସହ ରଙ୍ଗ ଖେଳୁଛନ୍ତି ତାହା ହିଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ପାଇଁ ଯୁବତୀ ଦୁଇ ଜଣ ଲାଜଶରମ ହଜାଇ ଦେଇଥିବା  ବେଳେ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ଖାତିର କରୁନଥିବା ଦେଖାଯାଉଛି। ଭିଡିଓ କୁ ଏଡିଟ୍ କରି ଗୀତ ସହିତ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ବେଳେ ତାହା ଏବେ ଭାଇରାଲ ହୋଇଯାଇଛି। ମେଟ୍ରୋରେ ରଙ୍ଗଖେଳର ରିଲସ୍‌ କରିବା ପାଇଁ ଯୁବତୀ ଦୁଇଜଣ ଅଶ୍ଳୀଳତାର ସୀମା ପାର କରିଯାଇଛନ୍ତି। ଏହି ଭିଡିଓ ଅପଲୋଡ ହେବାରେ ୟୁଜରଙ୍କ କମେଣ୍ଟ ଆସିବାରେ ଲାଗିଛି। ଏଥିରେ ଜଣେ ୟୁଜର ଲୋକଙ୍କୁ କଣ ହେଇଛି ବୋଲି ପ୍ରଶ୍ନ କରିଥିବା ବେଳେ ଆଉଜଣେ ୟୁଜର ଦିଲ୍ଲୀ ମେଟ୍ରୋ ଉପରେ କଡା ନଜର ରଖାଯିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ଏହି ଭିଡିଓକୁ ‘ଏକ୍ସ’ରେ ?

ଦିଲ୍ଲୀ ମେଟ୍ରୋରେ ଯୁବତୀଙ୍କ ‘ହୋଲି ରିଲ୍’, ରାଗିଲେ ଲୋକ

ନୂଆଦିଲ୍ଲୀ ୨୩।୩: ଡିଏମଆରସିଙ୍କ ଲଗାତାର ଚେତାବନୀ ସତ୍ତ୍ୱେ ଦିଲ୍ଲୀ ମେଟ୍ରୋରେ ନାଚ,ଗୀତ, ମାରପିଟ, ଝଗଡା ଆଦି ଲାଗି ରହିଛି। ଏଥିରେ ଆଗକୁ ହୋଲି ଆସୁଥିବା ବେଳେ ମେଟ୍ରୋରେ ଯୁବତୀ ରିଲସ୍‌ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଜଣ ଯୁବତୀ ହୋଲି ନାମରେ ଇଂଷ୍ଟା ରିଲ ପାଇଁ ମେଟ୍ରୋରେ ଅଶ୍ଳିଳତା କରୁଥିବାର ଦେଖାଯାଇଛି। ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଉଭୟ ଯାତ୍ରୀ ଓ ସହରବାସୀ ଏହାକୁ ବିରୋଧ କରିଛନ୍ତି। 

ଭିଡିଓରେ ଯୁବତୀ ଦୁଇଜଣଙ୍କୁ ଟ୍ରେନ ଫ୍ଲୋରରେ ବସି ରଙ୍ଗ ବୋଳାବୋଳି ହେଉଥିବାର ଦେଖାଯାଉଛି। ତେବେ ସେମାନେ ଯେଉଁ ଅନ୍ତରଙ୍ଗତାର ସହ ରଙ୍ଗ ଖେଳୁଛନ୍ତି ତାହା ହିଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ପାଇଁ ଯୁବତୀ ଦୁଇ ଜଣ ଲାଜଶରମ ହଜାଇ ଦେଇଥିବା  ବେଳେ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ଖାତିର କରୁନଥିବା ଦେଖାଯାଉଛି। ଭିଡିଓ କୁ ଏଡିଟ୍ କରି ଗୀତ ସହିତ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ବେଳେ ତାହା ଏବେ ଭାଇରାଲ ହୋଇଯାଇଛି। 

ମେଟ୍ରୋରେ ରଙ୍ଗଖେଳର ରିଲସ୍‌ କରିବା ପାଇଁ ଯୁବତୀ ଦୁଇଜଣ ଅଶ୍ଳୀଳତାର ସୀମା ପାର କରିଯାଇଛନ୍ତି। ଏହି ଭିଡିଓ ଅପଲୋଡ ହେବାରେ ୟୁଜରଙ୍କ କମେଣ୍ଟ ଆସିବାରେ ଲାଗିଛି। ଏଥିରେ ଜଣେ ୟୁଜର ଲୋକଙ୍କୁ କଣ ହେଇଛି ବୋଲି ପ୍ରଶ୍ନ କରିଥିବା ବେଳେ ଆଉଜଣେ ୟୁଜର ଦିଲ୍ଲୀ ମେଟ୍ରୋ ଉପରେ କଡା ନଜର ରଖାଯିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ଏହି ଭିଡିଓକୁ ‘ଏକ୍ସ’ରେ ???????????????????????? @CapXSid ଅପଲୋଡ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ସବୁଠୁ ବଡ଼ କଥା ଯାହା ତାଙ୍କ ଉପରେ କେହି ଧ୍ୟାନ ଦେଉନାହାନ୍ତି’। 

ଦିଲ୍ଲୀ ମେଟ୍ରୋରେ ନାଚ,ଗୀତ ଓ ଝଗଡାଝାଟି ସାଧାରଣ କଥା। ହେଲେ ସର୍ବସାଧାରଣରେ ଅଶ୍ଳୀଳତା କରାଯିବାର ଯଦିଓ ଏହା ପ୍ରଥମ ଘଟଣା ନୁହେଁ ହେଲେ ବି ଲୋକେ ଏହାକୁ ପସନ୍ଦ କରୁ ନାହାନ୍ତି। ଲୋକଙ୍କ ସୁଗମ ଯାତାୟାତ ନିମନ୍ତେ ଏହି ଆଧୁନିକ ପରିବହନ ବ୍ୟବସ୍ଥା କରାଯାଇଛି। ହେଲେ ଲୋକେ ଏହାର ଯେପରି ଉପଯୋଗ କରୁଛନ୍ତି ବାସ୍ତବିକ ଏହା ଚିନ୍ତା ଜନକ। ଏଣୁ ଲୋକେ ପରିବାର ସହିତ ମେଟ୍ରୋରେ ଯାତ୍ରା କରୁଥିବାରୁ ବଗିରେ ଏଥି ପାଇଁ ନଜର ରଖିବାର ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି।