ନିର୍ବାଚନରେ ବାହୁବଳୀ ଓ ଧନଶାଳୀ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ? ଜାଣନ୍ତୁ କ’ଣ କହୁଛି ADR ରିପୋର୍ଟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମିରୁ ମାଳମାଳ ପ୍ରାର୍ଥୀ । ଅଧିକାଂଶ ପ୍ରାର୍ଥୀଙ୍କ ନାଁରେ ହତ୍ୟା, ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା ରହିଛି । ଧନବଳ ଓ ବାହୁବଳ ମାଧ୍ୟମରେ ନିର୍ବାଚନ ଜିତୁଛନ୍ତି ନେତା । ଯିଏ ଯେତେ ଧନବାନ ସେମାନଙ୍କର ବିଜୟ ସମ୍ଭାବନା ଅଧିକ । ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ଲୋକସଭା ନିର୍ବଚନରେ ବିଜୟ ପ୍ରତିଶତ ଅଧିକ ରହିଛି । ଏକଥା ଆମେ କହୁନାହୁଁ, ବରଂ ରାଜନୀତି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ ନିଜ ରିପୋର୍ଟରେ ପ୍ରକାଶ କରିଛି ।ଏହି ରିପୋର୍ଟକୁ ବିଶ୍ଳେଷଣ ପରେ ଜଣାପଡ଼ିଛି ଯେ, ଲୋକସଭାର ପ୍ରତି ନିର୍ବାଚନରେ କୋଟିପତି ଏବଂ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ବିଜୟ ପ୍ରତିଶତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାର ମୋଟ୍ ୫୪୩ ଆସନରୁ ୪୫୪ ବା ୮୮ ପ୍ରତିଶତ ସିଟରେ କୋଟିପତି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥିରୁ ୨୬୬ଜଣ ବା ୪୬ ପ୍ରତିଶତ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀ ଜିତି ଥିଲେ । ଏଡିଆର୍ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଉଛି, ୨୦୨୪ ଲୋକସଭା ନିର୍ବାଚନରେ ବାହୁବଳୀ ଏବଂ ଧନଶାଳୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଚଳିତ ନିର୍ବାଚନରେ ରାଜନୈତିକ ଦଳମାନେ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ନେତାଙ୍କୁ ଭରସା କରି ଟିକେଟ୍

ନିର୍ବାଚନରେ ବାହୁବଳୀ ଓ ଧନଶାଳୀ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ? ଜାଣନ୍ତୁ କ’ଣ କହୁଛି ADR ରିପୋର୍ଟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମିରୁ ମାଳମାଳ ପ୍ରାର୍ଥୀ । ଅଧିକାଂଶ ପ୍ରାର୍ଥୀଙ୍କ ନାଁରେ ହତ୍ୟା, ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା ରହିଛି । ଧନବଳ ଓ ବାହୁବଳ ମାଧ୍ୟମରେ ନିର୍ବାଚନ ଜିତୁଛନ୍ତି ନେତା । ଯିଏ ଯେତେ ଧନବାନ ସେମାନଙ୍କର ବିଜୟ ସମ୍ଭାବନା ଅଧିକ । ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ଲୋକସଭା ନିର୍ବଚନରେ ବିଜୟ ପ୍ରତିଶତ ଅଧିକ ରହିଛି । ଏକଥା ଆମେ କହୁନାହୁଁ, ବରଂ ରାଜନୀତି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ଏହି ରିପୋର୍ଟକୁ ବିଶ୍ଳେଷଣ ପରେ ଜଣାପଡ଼ିଛି ଯେ, ଲୋକସଭାର ପ୍ରତି ନିର୍ବାଚନରେ କୋଟିପତି ଏବଂ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ବିଜୟ ପ୍ରତିଶତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାର ମୋଟ୍ ୫୪୩ ଆସନରୁ ୪୫୪ ବା ୮୮ ପ୍ରତିଶତ ସିଟରେ କୋଟିପତି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥିରୁ ୨୬୬ଜଣ ବା ୪୬ ପ୍ରତିଶତ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀ ଜିତି ଥିଲେ । 

ଏଡିଆର୍ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଉଛି, ୨୦୨୪ ଲୋକସଭା ନିର୍ବାଚନରେ ବାହୁବଳୀ ଏବଂ ଧନଶାଳୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଚଳିତ ନିର୍ବାଚନରେ ରାଜନୈତିକ ଦଳମାନେ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ନେତାଙ୍କୁ ଭରସା କରି ଟିକେଟ୍ ଦେଇଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୮୯ଟି ଲୋକସଭା ଆସନରେ ୨,୮୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏଥିରୁ ୧୮ ପ୍ରତିଶତ ବା ୫୦୧ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ୮୪୦ଜଣ ପ୍ରାର୍ଥୀ କୋଟିପତି ବୋଲି ନିର୍ବାଚନ ଆୟୋଗଙ୍କୁ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ।