ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହୋଇଛି ଲସ୍କର ଆତଙ୍କବାଦୀ। ଗିରଫ ଆତଙ୍କବାଦୀର ନାମ ରିଆଜ ଅହମ୍ମଦ। ଜମ୍ମୁକଶ୍ମୀରର କୁପୱାଡା ଜିଲ୍ଲାର ବାସିନ୍ଦା ରିଆଜ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ନିକଟରେ ଜମ୍ମୁକଶ୍ମୀର ପୋଲିସ କୁପୱାଡା ଜିଲ୍ଲାରେ ଏକ ଲସ୍କର ଇ ତୋଇବା ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା। ଏହି ମଡ୍ୟୁଲ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ। ରିଆଜ ପାକିସ୍ତାନ ସୀମାରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ଦାୟିତ୍ୱରେ ଥିଲା। ପାକ୍ ଅଧିକୃତ କାଶ୍ମୀରରୁ ପରିଚାଳିତ ହେଉଥିବା ଏହି ମଡ୍ୟୁଲର […] The post ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ appeared first on KNews Odisha.

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ
lte

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହୋଇଛି ଲସ୍କର ଆତଙ୍କବାଦୀ। ଗିରଫ ଆତଙ୍କବାଦୀର ନାମ ରିଆଜ ଅହମ୍ମଦ। ଜମ୍ମୁକଶ୍ମୀରର କୁପୱାଡା ଜିଲ୍ଲାର ବାସିନ୍ଦା ରିଆଜ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ନିକଟରେ ଜମ୍ମୁକଶ୍ମୀର ପୋଲିସ କୁପୱାଡା ଜିଲ୍ଲାରେ ଏକ ଲସ୍କର ଇ ତୋଇବା ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା। ଏହି ମଡ୍ୟୁଲ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ।

ରିଆଜ ପାକିସ୍ତାନ ସୀମାରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ଦାୟିତ୍ୱରେ ଥିଲା। ପାକ୍ ଅଧିକୃତ କାଶ୍ମୀରରୁ ପରିଚାଳିତ ହେଉଥିବା ଏହି ମଡ୍ୟୁଲର ପର୍ଦ୍ଦାଫାଶ ପରେ ପାଞ୍ଚ ଆତଙ୍କବାଦୀ ଗିରଫ ହୋଇଥିଲେ। ତେବେ ମଡ୍ୟୁଲ ସହ ସଂପୃକ୍ତ ରିଆଜ ଫେରାର ହୋଇଯାଇଥିଲା। ସେ ରାଜ୍ୟ ବାହାରକୁ ଚାଲି ଯାଉଥିବା ଖବର ମିଳିବା ପରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରେଳଷ୍ଟେସନରେ କଡା ନଜର ରଖାଯାଇଥିଲା। ରବିବାର ସକାଳେ ଦିଲ୍ଲୀ ରେଳଷ୍ଟେସନର ୧ ନମ୍ବର ଗେଟ ଦେଇ ବାହାରୁଥିବା ବେଳେ ସେଠାରେ ମୁତୟନ ସ୍ୱତନ୍ତ୍ର ପୋଲିସ ଟିମ୍ ରିଆଜକୁ ଗିରଫ କରିଥିଲେ। ରିଆଜ ନିକଟରୁ ଏକ ମୋବାଇଲ ଫୋନ ଓ ଏକ ସିମ୍ କାର୍ଡ ଜବତ ହୋଇଛି।

The post ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ appeared first on KNews Odisha.