ଭରତପୁର ଥାନା ପୋଲିସର ବର୍ବରତାର ସତ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ବର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ଥାର୍ଡ ଡିଗ୍ରୀର କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ନିର୍ଯାତନାର... The post ଭରତପୁର ଥାନା ପୋଲିସର ବର୍ବରତାର ସତ କହିଲେ ମେଜରଙ୍କ ବାନ୍ଧବୀ appeared first on .

ଭରତପୁର ଥାନା ପୋଲିସର ବର୍ବରତାର ସତ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ବର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ଥାର୍ଡ ଡିଗ୍ରୀର କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ନିର୍ଯାତନାର ଶିକାର ହୋଇଥିବା ଅଙ୍କିତା। ପୋଲିସ ସେଦିନ ପାଲଟି ଯାଇଥିଲା ରାକ୍ଷସ। ଅଙ୍କିତାକୁ ଉଲଗ୍ନ କରିବାକୁ ପୋଲିସ ପଛାଇନଥିଲେ। ଛାତିରେ ଲାତ ମାରିଥିଲେ। ହାତ ଗୋଡ଼ ବାନ୍ଧି ହାଜତରେ ପକାଇ ଦେଇଥିଲେ। ତାଙ୍କୁ ଆଇଆଇସି ଉଲଗ୍ନ କରିବାକୁ ଚେଷ୍ଟା କରିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଙ୍କିତା।

ଆଇଆଇସି ନିଜେ ବି ତାଙ୍କର ପ୍ୟାଣ୍ଟ ଖୋଲି ଦେଇଥିଲେ ବୋଲି କହିଛନ୍ତି ଅଙ୍କିତା। ପୋଲିସ ଥାର୍ଡ ଡିଗ୍ରୀର କଳା କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ସେ। ୧୪ ତାରିଖର ରାତିରେ ଏହି ଘଟଣା ଘଟିଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା  ।

ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।

ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

The post ଭରତପୁର ଥାନା ପୋଲିସର ବର୍ବରତାର ସତ କହିଲେ ମେଜରଙ୍କ ବାନ୍ଧବୀ appeared first on .