ଦିଲ୍ଲୀ ଷ୍ଟେସନରେ ଦଳାଚକଟା: ୧୮ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?
କନକ ବ୍ୟୁରୋ: ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏପର୍ୟ୍ୟନ୍ତ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ, ଏତେ ବଡ଼ ଅଘଟଣ ପାଇଁ କାହାକୁ ଦାୟୀ କରାଯିବ ତାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ କହିଛି ଦୁଇଟି ଟ୍ରେନର ସମାନ ନାମ ଥିବାରୁ ଯାତ୍ରୀଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହେଲା। ପ୍ରବଳ ଭିଡ଼ ହୋଇଥିବାରୁ ଦଳାଚକଟା ପରିସ୍ଥିତି ଉପୁଜିଲା। ଏପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ। ହେଲେ ଭିଡ଼ ନିୟନ୍ତ୍ରଣରେ ବ୍ୟବସ୍ଥାଗତ ତ୍ରୁଟି ଦର୍ଶାଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଶନିବାର ରାତି ପ୍ରାୟ ୯ଟା ୩୦ । ପ୍ରୟାଗରାଜ ଯିବା ପାଇଁ ଦିଲ୍ଲୀ ରେଳ ଷ୍ଟେସନରେ ଜମିଥିଲା ଭିଡ଼ । ଗୋଟିଏ ପ୍ଲାଟଫର୍ମରେ ଏକାଧିକ ଟ୍ରେନକୁ ଅପେକ୍ଷା କରି ରହିଥିଲେ ଶହଶହ ଲୋକ । ଆଉ ଟ୍ରେନ ଆସିବା ନେଇ ଘୋଷଣା ହେବା ପରେ ଦୌଡ଼ିବା ଆରମ୍ଭ କଲେ ଯାତ୍ରୀ । ଟ୍ରେନରେ ଚଢ଼ିବାକୁ ଚାଲିଲା ପ୍ରତିଯୋଗୀତା । ଦଳାଚକଟାରେ ଚାଲିଗଲା ୧୮ ଜଣଙ୍କ ଜୀବନ । ଯେଉଁଥିରେ ଅଛନ୍ତି ୪ଜଣ ଶିଶୁ ଓ ୧୪ ମହିଳା । ଅନେକ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ରେଳ କର୍ମଚାରୀଙ୍କ ଭୁଲ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣ

କନକ ବ୍ୟୁରୋ: ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏପର୍ୟ୍ୟନ୍ତ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ, ଏତେ ବଡ଼ ଅଘଟଣ ପାଇଁ କାହାକୁ ଦାୟୀ କରାଯିବ ତାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ କହିଛି ଦୁଇଟି ଟ୍ରେନର ସମାନ ନାମ ଥିବାରୁ ଯାତ୍ରୀଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହେଲା। ପ୍ରବଳ ଭିଡ଼ ହୋଇଥିବାରୁ ଦଳାଚକଟା ପରିସ୍ଥିତି ଉପୁଜିଲା। ଏପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ। ହେଲେ ଭିଡ଼ ନିୟନ୍ତ୍ରଣରେ ବ୍ୟବସ୍ଥାଗତ ତ୍ରୁଟି ଦର୍ଶାଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।
ଶନିବାର ରାତି ପ୍ରାୟ ୯ଟା ୩୦ । ପ୍ରୟାଗରାଜ ଯିବା ପାଇଁ ଦିଲ୍ଲୀ ରେଳ ଷ୍ଟେସନରେ ଜମିଥିଲା ଭିଡ଼ । ଗୋଟିଏ ପ୍ଲାଟଫର୍ମରେ ଏକାଧିକ ଟ୍ରେନକୁ ଅପେକ୍ଷା କରି ରହିଥିଲେ ଶହଶହ ଲୋକ । ଆଉ ଟ୍ରେନ ଆସିବା ନେଇ ଘୋଷଣା ହେବା ପରେ ଦୌଡ଼ିବା ଆରମ୍ଭ କଲେ ଯାତ୍ରୀ । ଟ୍ରେନରେ ଚଢ଼ିବାକୁ ଚାଲିଲା ପ୍ରତିଯୋଗୀତା । ଦଳାଚକଟାରେ ଚାଲିଗଲା ୧୮ ଜଣଙ୍କ ଜୀବନ । ଯେଉଁଥିରେ ଅଛନ୍ତି ୪ଜଣ ଶିଶୁ ଓ ୧୪ ମହିଳା । ଅନେକ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ରେଳ କର୍ମଚାରୀଙ୍କ ଭୁଲ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।
ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରେଳ ମନ୍ତ୍ରାଳୟ ପକ୍ଷରୁ ସହାୟତା ରାଶି ମଧ୍ୟ ଘୋଷଣା ହୋଇଛି । ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ, ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଘଟଣକୁ ନେଇ ଗଭୀର ଦୁଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି କାହିଁକି ହେଲା ଦଳାଚକଟା? ଶେଷ ମୁହୂର୍ତ୍ତରେ ପ୍ଲାଟଫର୍ମ କାହିଁକି ବଦଲାଗଲା? ରେଳ ଷ୍ଟେସନରେ କାହାର ଅବହେଳା ପାଇଁ ଗଲା ଜୀବନ? ଦଳାଚକଟାରେ ମୃତ୍ୟୁ ପାଇଁ ଦାୟୀ କିଏ? ଏମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କେବେ?