ରାତିରେ ମା’ଙ୍କ ସହ ଶୋଇଥିଲେ ଶିଶୁପୁତ୍ର, ଉଠିଲା ବେଳକୁ…
ପାଟଣା,୧୧।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ରାଇଡ଼ିହା ପଞ୍ଚାୟତ ହରିଡ଼ା ଗୋଠ ଗ୍ରାମର ଜଣେ ୮ବର୍ଷର ଶିଶୁ ପୁତ୍ରଙ୍କ ସୋମବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଶିଶୁ ପୁତ୍ର ଜଣକ ହେଉଛନ୍ତି ଗ୍ରାମର ଶାମ ମୁଣ୍ଡାଙ୍କ ପୁଅ ଦିନବନ୍ଧୁ ମୁଣ୍ଡା(୮ବର୍ଷ)। ମିଳିଥିବା ସୂଚନା ମୁତାବକ, ଦୀନବନ୍ଧୁ ରବିବାର ରାତିରେ ମା’ଙ୍କ ସହ ଘରେ ତଳେ ଶୋଇଥିଲେ। ହେଲେ ଭୋର ୪ଟାରେ ଦୀନବନ୍ଧୁଙ୍କ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥିଲା। ପରେ ସେ […] The post ରାତିରେ ମା’ଙ୍କ ସହ ଶୋଇଥିଲେ ଶିଶୁପୁତ୍ର, ଉଠିଲା ବେଳକୁ… appeared first on Dharitri Odia News.
ପାଟଣା,୧୧।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ରାଇଡ଼ିହା ପଞ୍ଚାୟତ ହରିଡ଼ା ଗୋଠ ଗ୍ରାମର ଜଣେ ୮ବର୍ଷର ଶିଶୁ ପୁତ୍ରଙ୍କ ସୋମବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।
ମୃତ ଶିଶୁ ପୁତ୍ର ଜଣକ ହେଉଛନ୍ତି ଗ୍ରାମର ଶାମ ମୁଣ୍ଡାଙ୍କ ପୁଅ ଦିନବନ୍ଧୁ ମୁଣ୍ଡା(୮ବର୍ଷ)। ମିଳିଥିବା ସୂଚନା ମୁତାବକ, ଦୀନବନ୍ଧୁ ରବିବାର ରାତିରେ ମା’ଙ୍କ ସହ ଘରେ ତଳେ ଶୋଇଥିଲେ। ହେଲେ ଭୋର ୪ଟାରେ ଦୀନବନ୍ଧୁଙ୍କ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥିଲା। ପରେ ସେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ସୋମବାର ସକାଳେ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିନବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଶିଶୁଙ୍କ ମୁଁହରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଛି। ଦିନବନ୍ଧୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସାପ କାମୁଡାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ ପ୍ରକାଶ କରିଛି।
The post ରାତିରେ ମା’ଙ୍କ ସହ ଶୋଇଥିଲେ ଶିଶୁପୁତ୍ର, ଉଠିଲା ବେଳକୁ… appeared first on Dharitri Odia News.