ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ନୋଟ ଗଦା, ଯାହାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୧।୩: ଶୁକ୍ରବାର ରାଜ୍ୟ ସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରୁ ମିଳିଥିବା ନୋଟ ଗଦା ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ଏମପି ଜୟରାମ ରମେଶ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ପ୍ରସଙ୍ଗ ଉଠାଇ ସେ ଅଧ୍ୟକ୍ଷଙ୍କୁ କହିଥିଲେ ଯେ ୫୫ ଜଣ ସଦସ୍ୟ ଆପଣଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ନ୍ୟାୟପାଳିକାର ଦାୟିତ୍ୱ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ଦିଲ୍ଲୀ ହାଇକୋର୍ଟର ବିଚାରପତି […] The post ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ନୋଟ ଗଦା, ଯାହାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା appeared first on Dharitri Odia News.

ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ନୋଟ ଗଦା, ଯାହାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୧।୩: ଶୁକ୍ରବାର ରାଜ୍ୟ ସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରୁ ମିଳିଥିବା ନୋଟ ଗଦା ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ଏମପି ଜୟରାମ ରମେଶ ଏହି ପ୍ରସଙ୍ଗ ଉଠାଇଛନ୍ତି।
ଏହି ପ୍ରସଙ୍ଗ ଉଠାଇ ସେ ଅଧ୍ୟକ୍ଷଙ୍କୁ କହିଥିଲେ ଯେ ୫୫ ଜଣ ସଦସ୍ୟ ଆପଣଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ନ୍ୟାୟପାଳିକାର ଦାୟିତ୍ୱ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଛି। ସେ ଘରେ ନଥିଲେ । ଏପରି ପରିସ୍ଥିତିରେ ପରିବାର ସଦସ୍ୟମାନେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଫୋନ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ସମୟରେ, ଅଗ୍ନିଶମ କର୍ମଚାରୀମାନେ ବଙ୍ଗଳା ଭିତରେ ଏକ ବିରାଟ ଟଙ୍କା ଗଦା ପାଇଲେ। ଏହା ପରେ, ଏହି ମାମଲା ଉଚ୍ଚ ଅଧିକାରୀଙ୍କ ପାଖରେ ପହଞ୍ଚିଲା ଏବଂ ତା’ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା।

ଯେତେବେଳେ ଦେଶର ମୁଖ୍ୟ ବିଚାରପତି (CJI) ସଞ୍ଜିବ ଖାନ୍ନା ଏହା ଜାଣିବାକୁ ପାଇଲେ, ସେ ତୁରନ୍ତ କଲେଜିୟମର ଏକ ବୈଠକ ଡକାଇ ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ। ଜଷ୍ଟିସ ବର୍ମା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ଥିଲେ।

The post ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ନୋଟ ଗଦା, ଯାହାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା appeared first on Dharitri Odia News.