ଦିଲ୍ଲୀକୁ ଫେରିଲା ପୁଣି କଟକଣା

ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ନିକୃଷ୍ଟତର ହେବା ପରେ ପୁଣି ଥରେ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ୍‌ ଚାରି ଚକିଆ ଯାନ ଚଳାଚଳ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ଯଥାକ୍ରମେ ୪୫୮ ଏବଂ ୪୫୭ ରହିଥିଲା ବୋଲି […] The post ଦିଲ୍ଲୀକୁ ଫେରିଲା ପୁଣି କଟକଣା appeared first on Dharitri Odia News.

ଦିଲ୍ଲୀକୁ ଫେରିଲା ପୁଣି କଟକଣା

ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ନିକୃଷ୍ଟତର ହେବା ପରେ ପୁଣି ଥରେ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ୍‌ ଚାରି ଚକିଆ ଯାନ ଚଳାଚଳ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ଯଥାକ୍ରମେ ୪୫୮ ଏବଂ ୪୫୭ ରହିଥିଲା ବୋଲି ବାୟୁମାନ ପରିଚାଳନା ଆୟୋଗ ରିପୋର୍ଟ ଦେଇଛି। ପ୍ରତିକୂଳ ଜଳବାୟୁ ଏବଂ ସ୍ଥାନୀୟ ପ୍ରଦୂଷଣ ଉତ୍ସ ପାଇଁ ବାୟୁର ମାନ ଅଧିକ ଖରାପ ହେଉଛି। ଏହାକୁ ତୁରନ୍ତ ରୋକା ନ ଗଲେ ସ୍ଥିତି ଶୋଚନୀୟ ହୋଇପଡ଼ିବ। ଏନେଇ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ତୃତୀୟ ପର୍ଯ୍ୟାୟ କଟକଣା ଲଗାଇବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

The post ଦିଲ୍ଲୀକୁ ଫେରିଲା ପୁଣି କଟକଣା appeared first on Dharitri Odia News.