ଦିଲ୍ଲୀର CCS ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଆକାଶ ଉଚ୍ଚା ବ୍ୟାପିଲା ଧୂଆଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ନୂଆଦିଲ୍ଲୀର ଜନପଥ ରୋଡ ସ୍ଥିତ CCS ବିଲଡିଂର ପ୍ରଥମ ମହଲାରେ ଥିବା ଫର୍ଣ୍ଣିଚରରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ପ୍ରାୟ ୧୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧:୫୪ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ ଆସିଥିଲା। ୧୨:୨୦ରେ ନିଆଁ ଆୟତ୍ତ ହୋଇଥିଲା। ଏହି ଘଟଣାରେ କୌଣସି ଜୀବନହାନୀ କିମ୍ବା ସମ୍ପତ୍ତିର କ୍ଷତି ସ୍ପଷ୍ଟ ହୋଇନାହିଁ। ପ୍ରକାଶଥାଉକି ଏହା ପୂର୍ବରୁ ଜୁନ୍ ୧୦ ତାରିଖରେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଦ୍ୱାରକା ସେକ୍ଟରରେ ଅବସ୍ଥିତ ଏକ କୋଠାର ୭ମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। କିଛି ସମୟ ମଧ୍ୟରେ ନିଆଁ ସମଗ୍ର କୋଠାରେ ବ୍ୟାପି ଯାଇଥିଲା। ସେଠାରେ ଏକ ପରିବାର ଫସି ରହିଥିଲା। ଜୀବନ ବଞ୍ଚାଇବା ପାଇଁ ପରିବାରର ସଦସ୍ୟମାନେ ୭ମ ମହଲାରୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ପୁଅ, ଝିଅ ସମେତ ବାପାଙ୍କର ମୃତ୍ୟୁ ହୋଇଥିଲା।जनपथ रोड पर निर्माणाधीन CCS 2 बिल्डिंग में लगी आग। किसी के हताहत होने की खबर नहीं, दमकल विभाग ने आग पर काबू पाया। @DelhiPolice pic.twitter.com/zvRCVy0Y6Q— Rajesh Kumar (@jagranrajesh123) June 14, 2025ଦମକଳ ବାହିନୀର ସୂଚନା ଅନୁଯାୟୀ, କୋଠାରେ ଫସି ରହିଥିବା ପରିବାରର ବଞ

ଦିଲ୍ଲୀର CCS ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଆକାଶ ଉଚ୍ଚା ବ୍ୟାପିଲା ଧୂଆଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ନୂଆଦିଲ୍ଲୀର ଜନପଥ ରୋଡ ସ୍ଥିତ CCS ବିଲଡିଂର ପ୍ରଥମ ମହଲାରେ ଥିବା ଫର୍ଣ୍ଣିଚରରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ପ୍ରାୟ ୧୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧:୫୪ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ ଆସିଥିଲା। ୧୨:୨୦ରେ ନିଆଁ ଆୟତ୍ତ ହୋଇଥିଲା। ଏହି ଘଟଣାରେ କୌଣସି ଜୀବନହାନୀ କିମ୍ବା ସମ୍ପତ୍ତିର କ୍ଷତି ସ୍ପଷ୍ଟ ହୋଇନାହିଁ। 

ପ୍ରକାଶଥାଉକି ଏହା ପୂର୍ବରୁ ଜୁନ୍ ୧୦ ତାରିଖରେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଦ୍ୱାରକା ସେକ୍ଟରରେ ଅବସ୍ଥିତ ଏକ କୋଠାର ୭ମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। କିଛି ସମୟ ମଧ୍ୟରେ ନିଆଁ ସମଗ୍ର କୋଠାରେ ବ୍ୟାପି ଯାଇଥିଲା। ସେଠାରେ ଏକ ପରିବାର ଫସି ରହିଥିଲା। ଜୀବନ ବଞ୍ଚାଇବା ପାଇଁ ପରିବାରର ସଦସ୍ୟମାନେ ୭ମ ମହଲାରୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ପୁଅ, ଝିଅ ସମେତ ବାପାଙ୍କର ମୃତ୍ୟୁ ହୋଇଥିଲା।

ଦମକଳ ବାହିନୀର ସୂଚନା ଅନୁଯାୟୀ, କୋଠାରେ ଫସି ରହିଥିବା ପରିବାରର ବଞ୍ଚିବାର କୌଣସି ଉପାୟ ନଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଉଥିଲା, ନିଜକୁ ନିଆଁରେ ଘେରି ରହିଥିବା ଦେଖି ସେମାନେ କୋଠାରୁ ଡେଇଁ ପଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ, ବାପା ତାଙ୍କ ଉଭୟ ପିଲାଙ୍କ ସହିତ ଡେଇଁ ପଡ଼ିଥିଲେ।