ଦିଲ୍ଲୀର କେଜରିୱାଲ ସରକାରଙ୍କୁ ବଡ଼ ଆଶ୍ୱସ୍ତି, ୩ ଦିନରେ ଦ୍ୱିତୀୟବାର ସୁପ୍ରିମକୋର୍ଟରୁ ଆସିଲା ଭଲ ଖବର

ନୂଆଦିଲ୍ଲୀ ୫।୪: ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାରଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟକୁ ଆଉ ଏକ ଭଲ ଖବର ମିଳିଛି। କୋର୍ଟ ଦିଲ୍ଲୀ ମୁଖ୍ୟ ଶାସନ ସଚିବ (ଅର୍ଥ)ଙ୍କୁ ଜଳ ଯୋଗାଣ ସମ୍ପର୍କିତ ୟୁନିଟ୍‌ କୁ ପୈଠ ନିମନ୍ତେ ଜରୁରୀ ଧନରାଶି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶୀର୍ଷ ନ୍ୟାୟାଳୟ ଦିଲ୍ଲୀ ଜଳ ବୋର୍ଡ(ଡିଜେବି) କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୧୦ ତାରିଖରେ ହେବ। କେଜରିୱାଲ ସରକାର ବିଧାନସଭା ମଞ୍ଜୁରି ସତ୍ତ୍ୱେ ଦିଲ୍ଲୀ ଜଳ ବୋର୍ଡ ନିମନ୍ତେ ଆବଣ୍ଟିତ ରାଶି ଜାରି କରାଯାଉନଥିବା ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି.ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ପୀଠ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ (ଅର୍ଥ)ଙ୍କୁ  ଡିଜେବି ନିମନ୍ତେ ଜରୁରି ଧନରାଶି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ସେ ଜଳ ବୋର୍ଡ ଠାରୁ ପାଣି ସମ୍ପର୍କରେ ବାକି ଧନରାଶି  ବିଷୟରେ ଜାଣିବାକୁ ଚାହାଁନ୍ତି। ଏପ୍ରିଲ ୧ ତାରିଖ ଦିନ ଶୀର୍ଷ ନ୍ୟାୟାଳୟ ମୁଖ୍ୟ ଶାସନ ସଚିବ (ଅର୍ଥ)ଙ୍କୁ ପିଟିସନ ଉପରେ ନୋଟିସ୍ ଜାରି କରିଥିଲେ, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଅଧିକାରୀ ବିଧାନସଭା ଦ୍ୱାରା ବଜେଟରେ ମଞ୍ଜୁରୀ ସତ୍ତ୍ୱେ ଡିଜେବିକୁ ଧନ ଜାରି କରୁ ନାହାନ୍ତି। ଦିଲ୍ଲୀ ସରକାର ଏପ୍ରିଲ

ଦିଲ୍ଲୀର କେଜରିୱାଲ ସରକାରଙ୍କୁ ବଡ଼ ଆଶ୍ୱସ୍ତି, ୩ ଦିନରେ ଦ୍ୱିତୀୟବାର ସୁପ୍ରିମକୋର୍ଟରୁ ଆସିଲା ଭଲ ଖବର

ନୂଆଦିଲ୍ଲୀ ୫।୪: ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାରଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟକୁ ଆଉ ଏକ ଭଲ ଖବର ମିଳିଛି। କୋର୍ଟ ଦିଲ୍ଲୀ ମୁଖ୍ୟ ଶାସନ ସଚିବ (ଅର୍ଥ)ଙ୍କୁ ଜଳ ଯୋଗାଣ ସମ୍ପର୍କିତ ୟୁନିଟ୍‌ କୁ ପୈଠ ନିମନ୍ତେ ଜରୁରୀ ଧନରାଶି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶୀର୍ଷ ନ୍ୟାୟାଳୟ ଦିଲ୍ଲୀ ଜଳ ବୋର୍ଡ(ଡିଜେବି) କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୧୦ ତାରିଖରେ ହେବ। କେଜରିୱାଲ ସରକାର ବିଧାନସଭା ମଞ୍ଜୁରି ସତ୍ତ୍ୱେ ଦିଲ୍ଲୀ ଜଳ ବୋର୍ଡ ନିମନ୍ତେ ଆବଣ୍ଟିତ ରାଶି ଜାରି କରାଯାଉନଥିବା ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ। 

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି.ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ପୀଠ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ (ଅର୍ଥ)ଙ୍କୁ  ଡିଜେବି ନିମନ୍ତେ ଜରୁରି ଧନରାଶି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଠ କହିଛନ୍ତି ଯେ ସେ ଜଳ ବୋର୍ଡ ଠାରୁ ପାଣି ସମ୍ପର୍କରେ ବାକି ଧନରାଶି  ବିଷୟରେ ଜାଣିବାକୁ ଚାହାଁନ୍ତି। ଏପ୍ରିଲ ୧ ତାରିଖ ଦିନ ଶୀର୍ଷ ନ୍ୟାୟାଳୟ ମୁଖ୍ୟ ଶାସନ ସଚିବ (ଅର୍ଥ)ଙ୍କୁ ପିଟିସନ ଉପରେ ନୋଟିସ୍ ଜାରି କରିଥିଲେ, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଅଧିକାରୀ ବିଧାନସଭା ଦ୍ୱାରା ବଜେଟରେ ମଞ୍ଜୁରୀ ସତ୍ତ୍ୱେ ଡିଜେବିକୁ ଧନ ଜାରି କରୁ ନାହାନ୍ତି। 

ଦିଲ୍ଲୀ ସରକାର ଏପ୍ରିଲ ୧ ତାରିଖ ଦିନ ପୀଠଙ୍କ ସମ୍ମୁଖରେ କହିଥିଲେ ଯେ ‘ବ୍ୟୁରୋକ୍ରାସୀ ଆମ କଥା ଶୁଣୁ ନାହିଁ’। ଏଥିରେ କୁହାଯାଇଥିଲା ଯେ ଡିଜେବିକୁ ଏବେବି ୧,୯୨୭ କୋଟି ଟଙ୍କା ଦେବାକୁ ଅଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ ଓକିଲ ସାଦାନ ଫରାସତ କହିଥିଲେ ଯେ ସେବା ଆଇନରେ ନିକଟରେ ହୋଇଥିବା ସଂଶୋଧନ ଏପରି ପରିସ୍ଥିତି ସୃଷ୍ଟି କରିଛି ଯେ ଯେଉଁଠି ବ୍ୟୁରୋକ୍ରାଟ ମନ୍ତ୍ରୀମାନଙ୍କ ଆଦେଶର ପାଳନ କରୁ ନାହାନ୍ତି। 

ତେବେ ମାମଲାରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ମୁକୁଲ ରହତୋଗୀ ଶୀର୍ଷ ନ୍ୟାୟାଳୟରେ ଶୁଣାଣିକୁ ବିରୋଧ କରିଥିଲେ ଓ କହିଥିଲେ ଯେ ଏଇଭଳି ଏକ ମାମଲା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଲମ୍ବିତ ରହିଛି। ସେ କହିଥିଲେ ଯେ ଜଳ ବୋର୍ଡ ଲିଗାଲ ଅଥରିଟି ଓ ଏହା ସହ ଏଲଜିଙ୍କର କୌଣସି ନେଣଦେଣ ନାହିଁ। ରହତୋଗୀ ତର୍କ ଦେଇଥିଲେ ଯେ ଏହା ବଡ ଅଜବ ଘଟଣା, ଆବେଦନକାରୀ ଦିଲ୍ଲୀ ସରକାରଙ୍କ ଜଳ ମନ୍ତ୍ରୀ ହୋଇଥିବା ବେଳେ ସେ ଯୋଜନା ମନ୍ତ୍ରୀ ସହ ଜଳବୋର୍ଡର ଅଧ୍ୟକ୍ଷ ମଧ୍ୟ। ଏହି ସବୁ ପଦ ଓ ଅର୍ଥ ତାଙ୍କର। ଏଣୁ ଅସଲ ପ୍ରତିବାଦୀ ତାଙ୍କ ନିଜର ସଚିବ ହୋଇଥିବା ବେଳେ ଏହା କେଉଁ ପ୍ରକାର ପିଟିସନ ବୋଲି କହିଥିଲେ।