ଦିଲ୍ଲୀରେ ଆପ୍‌ର ରଣହୁଙ୍କାର; ପ୍ରତିବାଦ ବେଳେ କର୍ମୀଙ୍କୁ ଉଠାଇ ନେଲା ପୋଲିସ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପ୍ରତିବାଦରେ ରାଜଧାନୀରେ ଆମ୍ ଆଦମୀ ପାର୍ଟିର ରଣହୁଙ୍କାର । ହଜାର ହଜାର ସଂଖ୍ୟାରେ ଆପ୍ ନେତା ଓ କର୍ମୀ ମହାଗର୍ଜନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଆପ୍ ନେତାଙ୍କ ବାଟ ଓଗାଳି ଥିଲା ଦିଲ୍ଲୀ ପୋଲିସ୍ । ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରୁ ଲାଗୁ କରିବା ସହିତ ବହୁ ଆପ୍ ନେତା ଓ କର୍ମୀଙ୍କୁ ଗିରଫ କରି ହେପାଜତକୁ ନେଇଛି । ଏନେଇ ଆପ୍ ମନ୍ତ୍ରୀ ସୌରଭ ଭରଦ୍ବାଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପଟେଲ୍ ଚୌକ୍ ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ କରିଛି ପୋଲିସ୍ । ଆପ୍ ଆଦମୀ ପାର୍ଟିକୁ ପ୍ରଦର୍ଶନ ପାଇଁ କୌଣସି ଅନୁମତି ମିଳିନାହିଁ ବୋଲି ପୋଲିସର ଜଣେ ଅଧିକାରୀ କହିଛନ୍ତି । अभी प्रधान मंत्री निवास के घेराव करने जा रहे हमारे कुछ विधायक, पार्षद , पूर्व पार्षद और पार्टी के पदाधिकारी पुलिस द्वारा आज हिरासत में लिये गये।इंक़लाब ज़िंदाबाद !! pic.twitter.com/IFUkPUhg0Z— Saurabh Bharadwaj (@Saurabh_MLAgk) March 26, 2024ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିକ୍ଷୋଭକୁ ଓହ୍ଲାଇଛି । କେଜ୍ରିଓ୍ବାଲଙ୍କୁ ଗିରଫଦାରୀ ପ୍ରତିବାଦରେ ସୋମବାର ଆମ ଆଦମୀ ପାର୍ଟି ସୋସିଆଲ୍ ମିଡିଆଲ ଏକ

ଦିଲ୍ଲୀରେ ଆପ୍‌ର ରଣହୁଙ୍କାର; ପ୍ରତିବାଦ ବେଳେ କର୍ମୀଙ୍କୁ ଉଠାଇ ନେଲା ପୋଲିସ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପ୍ରତିବାଦରେ ରାଜଧାନୀରେ ଆମ୍ ଆଦମୀ ପାର୍ଟିର ରଣହୁଙ୍କାର । ହଜାର ହଜାର ସଂଖ୍ୟାରେ ଆପ୍ ନେତା ଓ କର୍ମୀ ମହାଗର୍ଜନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଆପ୍ ନେତାଙ୍କ ବାଟ ଓଗାଳି ଥିଲା ଦିଲ୍ଲୀ ପୋଲିସ୍ । ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରୁ ଲାଗୁ କରିବା ସହିତ ବହୁ ଆପ୍ ନେତା ଓ କର୍ମୀଙ୍କୁ ଗିରଫ କରି ହେପାଜତକୁ ନେଇଛି । ଏନେଇ ଆପ୍ ମନ୍ତ୍ରୀ ସୌରଭ ଭରଦ୍ବାଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପଟେଲ୍ ଚୌକ୍ ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ କରିଛି ପୋଲିସ୍ । ଆପ୍ ଆଦମୀ ପାର୍ଟିକୁ ପ୍ରଦର୍ଶନ ପାଇଁ କୌଣସି ଅନୁମତି ମିଳିନାହିଁ ବୋଲି ପୋଲିସର ଜଣେ ଅଧିକାରୀ କହିଛନ୍ତି । 




ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିକ୍ଷୋଭକୁ ଓହ୍ଲାଇଛି । କେଜ୍ରିଓ୍ବାଲଙ୍କୁ ଗିରଫଦାରୀ ପ୍ରତିବାଦରେ ସୋମବାର ଆମ ଆଦମୀ ପାର୍ଟି ସୋସିଆଲ୍ ମିଡିଆଲ ଏକ ଅଭିଯାନ ଆରମ୍ଭ କରିଥିଲା । ସମ୍ବିଧାନ ଏବଂ ଲୋକତନ୍ତ୍ରଙ୍କୁ ବଞ୍ଚାଇବା ପାଇଁ ଆପ୍ ସମର୍ଥନ କରିବାକୁ ଲୋକଙ୍କ ଅପିଲ୍ କରିଥିଲା । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆପ୍ ବରିଷ୍ଠ ନେତା ଆତଶୀ ସାମ୍ବାଦିକ ସମ୍ମିଳନୀ କରି ‘ଡିପି’ ନାଁରେ ଏକ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଥିଲେ । ତେବେ ଆଜି ଆପ୍ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପ୍ରତିବାଦରେ ରଣହୁଙ୍କାର ଦେଇଛି । ପ୍ରଧାନମନ୍ତ୍ରୀଙ୍କ ନିବାସ ଘେରାଉ ବେଳେ ପୋଲିସ ଓ ଆପ୍ ନେତା ମୁହାଁମୁହିଁ ହୋଇଛନ୍ତି । ସେପଟେ ମାର୍ଚ୍ଚ ୩୧ ତାରିଖରେ ମହାରାଲି ପାଇଁ ପ୍ରସ୍ତୁତ ହେଉଛି ଆପ୍।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅବକାରୀ ନୀତି ସହିତ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଗତ ସପ୍ତାହରେ ଆପ୍ ସୁପ୍ରିମୋଙ୍କୁ ଗିରଫ କରିଛି । ଏହାଛଡ଼ା ଇଡି ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ମାର୍ଚ୍ଚ ୨୮ ତାରିଖ ଯାଏ ହେପାଜତକୁ ନେଇଛି । ଯାହାକୁ ବିରୋଧ କରି ଆପ୍ ନେତା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନ ଘେରିବେ ନେତା ।