ପିଓକରେ ଅଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର

ନୂଆଦିଲ୍ଲୀ: ପିଓକରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଜହର। ନିଜ ସ୍ଥାନ ବାହାୱଲପୁର ଗଡ଼ରୁ ୧୦୦୦ କିମି ଦୂର ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ଅଜହରକୁ ଦେଖାଯାଇଛି ବୋଲି ଗୁଇନ୍ଦା ସୂଚନା ମିଳିଛି। ଆଜହରକୁ ନିକଟରେ ସ୍କାର୍ଡୁରେ ଦେଖାଯାଇଥିଲା, ବିଶେଷକରି ସଦପାରା ରୋଡ୍ ଅଞ୍ଚଳରେ ତାକୁ ଦେଖିବାକୁ ମିଳିଥିଲା।ଏହି ଅଞ୍ଚଳରେ ଅତି କମରେ ଦୁଇଟି ମସଜିଦ୍, ସଂଲଗ୍ନ ମଦ୍ରାସା ଏବଂ ବହୁ ଘରୋଇ ଏବଂ ସରକାରୀ ଅତିଥି ଗୃହ ରହିଛି। ଆକର୍ଷଣୀୟ ହ୍ରଦ ଏବଂ ପ୍ରକୃତି ପାର୍କ ସହିତ ଏକ ପର୍ଯ୍ୟଟନ କେନ୍ଦ୍ର ଭାବରେ ଜଣାଶୁଣା ଏହି ସ୍ଥାନ ଆତଙ୍କବାଦୀଙ୍କ ଗଡ଼ ବୋଲି କୁହାଯାଏ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ନିକଟରେ ଦାବି କରିଥିଲେ ଯେ ଆଜହର ଆଫଗାନିସ୍ତାନରେ ଥାଇପାରେ। ତେବେ ଯଦି ସେ ପାକିସ୍ତାନରେ ମିଳିଯାଏ ତେବେ ପାକିସ୍ତାନ ତାକୁ ଭାରତକୁ ହସ୍ତାନ୍ତର କରିବ। ଜର୍ଦାରୀଙ୍କ ଏଭଳି ବାୟନ ପରେ ଅଜହରକୁ ପିଓକରେ ଠାବ କରାଯାଇଛି।  ଭୁଟ୍ଟୋ କହିଥିଲେ “ ଅଜହର ପାକିସ୍ତାନରେ ମାଟିରେ ଅଛି ବୋଲି ଯଦି ଭାରତ ସରକାର ଆମ ସହ ସୂଚନା ଶେୟାର କରିବେ ତେବେ ଆମେ ତାଙ୍କୁ ଗିରଫ କରିବାକୁ ବହୁତ ଖୁସି ହେବୁ।” ଅଲଜଜିରାକୁ ଇଣ୍ଟରଭ୍ୟୁ ଦେଇ ଜର୍ଦାରୀ ଏପରି କହିଥିଲେ। ଅଜହର ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲେ। ଯେଉଁଥିରେ ୨୦୧

ପିଓକରେ ଅଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର

ନୂଆଦିଲ୍ଲୀ: ପିଓକରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଜହର। ନିଜ ସ୍ଥାନ ବାହାୱଲପୁର ଗଡ଼ରୁ ୧୦୦୦ କିମି ଦୂର ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ଅଜହରକୁ ଦେଖାଯାଇଛି ବୋଲି ଗୁଇନ୍ଦା ସୂଚନା ମିଳିଛି। ଆଜହରକୁ ନିକଟରେ ସ୍କାର୍ଡୁରେ ଦେଖାଯାଇଥିଲା, ବିଶେଷକରି ସଦପାରା ରୋଡ୍ ଅଞ୍ଚଳରେ ତାକୁ ଦେଖିବାକୁ ମିଳିଥିଲା।

ଏହି ଅଞ୍ଚଳରେ ଅତି କମରେ ଦୁଇଟି ମସଜିଦ୍, ସଂଲଗ୍ନ ମଦ୍ରାସା ଏବଂ ବହୁ ଘରୋଇ ଏବଂ ସରକାରୀ ଅତିଥି ଗୃହ ରହିଛି। ଆକର୍ଷଣୀୟ ହ୍ରଦ ଏବଂ ପ୍ରକୃତି ପାର୍କ ସହିତ ଏକ ପର୍ଯ୍ୟଟନ କେନ୍ଦ୍ର ଭାବରେ ଜଣାଶୁଣା ଏହି ସ୍ଥାନ ଆତଙ୍କବାଦୀଙ୍କ ଗଡ଼ ବୋଲି କୁହାଯାଏ। 

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ନିକଟରେ ଦାବି କରିଥିଲେ ଯେ ଆଜହର ଆଫଗାନିସ୍ତାନରେ ଥାଇପାରେ। ତେବେ ଯଦି ସେ ପାକିସ୍ତାନରେ ମିଳିଯାଏ ତେବେ ପାକିସ୍ତାନ ତାକୁ ଭାରତକୁ ହସ୍ତାନ୍ତର କରିବ। ଜର୍ଦାରୀଙ୍କ ଏଭଳି ବାୟନ ପରେ ଅଜହରକୁ ପିଓକରେ ଠାବ କରାଯାଇଛି।  

ଭୁଟ୍ଟୋ କହିଥିଲେ “ ଅଜହର ପାକିସ୍ତାନରେ ମାଟିରେ ଅଛି ବୋଲି ଯଦି ଭାରତ ସରକାର ଆମ ସହ ସୂଚନା ଶେୟାର କରିବେ ତେବେ ଆମେ ତାଙ୍କୁ ଗିରଫ କରିବାକୁ ବହୁତ ଖୁସି ହେବୁ।” ଅଲଜଜିରାକୁ ଇଣ୍ଟରଭ୍ୟୁ ଦେଇ ଜର୍ଦାରୀ ଏପରି କହିଥିଲେ। ଅଜହର ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲେ। ଯେଉଁଥିରେ ୨୦୧୬ ପଠାନକୋଟ ବାୟୁସେନା ଆକ୍ରମଣ ଏବଂ ୨୦୧୯ ପୁଲୱାମା ଆକ୍ରମଣ ଅନ୍ତର୍ଭୁକ୍ତ, ଯେଉଁଥିରେ ୪୦ ରୁ ଅଧିକ ସୈନିକ ସହିଦ ହୋଇଥିଲେ।

ଭାରତରେ ଆତଙ୍କ ଖେଳାଇ ଅଜହର ପାକିସ୍ତାନରେ ଲୁଚିଛି। ହେଲେ ପାକିସ୍ତାନ ସରକାର ସାରା ଦୁନିଆକୁ ଭୁଆଁ ବୁଲାଇବାକୁ ଲାଗୁଛନ୍ତି।