ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର

ରାଜ୍ୟ ସ୍ୱାର୍ଥ ପାଇଁ ଏଥର ଦିଲ୍ଲୀରେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର।

ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର

ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର । ଲୋକସଭାର ଭରଣା ରାଜ୍ୟ ସଭାରେ କରିବ ଦଳ । ଫ୍ଲୋର୍ ନୁହେଁ ଏଥର ୱେଲ୍ ଅର୍ଥାତ ଗୃହ ମଧ୍ୟଭାଗରେ ଲଢେଇ ହେବ। ଲୋକଙ୍କ ଦାବିକୁ ଦିଲ୍ଲୀ ଦରବାରରେ ଉଠାଇ ଆସ୍ଥା ସଂସଦର ଅଧିବେସନ ଆରମ୍ଭ ହେବା ପୂର୍ବରୁ ଆଜି ୯ ରାଜ୍ୟ ସଭା ସାଂସଦଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟ ସ୍ୱାର୍ଥ ପାଇଁ ଏଥର ଦିଲ୍ଲୀରେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର।