ଦିଲ୍ଲୀରେ କଂଗ୍ରେସକୁ ଆଉ ଏକ ବଡ଼ ଝଟକା, ଦଳ ଛାଡ଼ି ଆପ୍‌ରେ ଯୋଗଦେଲେ ୫ ଥରର ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା। ବରିଷ୍ଠ କଂଗ୍ରେସ ନେତା ଏବଂ ପାଞ୍ଚ ଥରର ବିଧାୟକ ମତୀନ ଅହମଦ କଂଗ୍ରେସ ଛାଡ଼ି ଆମ ଆଦମୀ ପାର୍ଟୀରେ ସାମିଲ ହୋଇଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁର ସିଟରୁ ଲଗାତାର ୫ ଥରର ବିଧାୟକ ରହିସାରିଥିବା ମତୀନ ଅହମଦଙ୍କୁ ନିଜେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଦଳର ସଦସ୍ୟତା ଦେଇଛନ୍ତି । ମତୀନ ଅହମଦଙ୍କ ପୂର୍ବରୁ ତାଙ୍କ ପୁଅ ଜୁବୈର ଅହମଦ ମଧ୍ୟ ଆପରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ମତୀନ ଅହମଦଙ୍କୁ ଦିଲ୍ଲୀର ଜଣେ ବଡ଼ ମୁସଲିମ ନେତା ଭାବରେ ଜଣା। ସଲୀମପୁର ବିଧାନସଭା କ୍ଷେତ୍ରରେ ବେଶ୍‌ ଲୋକପ୍ରିୟ। ୧୯୯୩-୨୦୧୫ ପର୍ଯ୍ୟନ୍ତ ସଲୀମପୁରରୁ ବିଧାୟକ ରହିଥିବା ମତୀନ ଅହମଦ ଦିଲ୍ଲୀର ଓ୍ବାକଫ ବୋର୍ଡର ଅଧ୍ୟକ୍ଷ ଏବଂ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି।  ଦିଲ୍ଲୀର ୭୦ ସଦ୍ୟସ ବିଧାନସଭା ପାଇଁ ଆସନ୍ତା ବର୍ଷ ଫେବ୍ରୁଆରୀରେ ନିର୍ବାଚନ ହେବ। ଏହା ପୂର୍ବରୁ ଆପ୍ ନିଜର ପତିଆରା ବଢ଼ାଇବାରେ ଲାଗିଛି।ସୂଚନାଥାଉକି, ଏହା ପୂର୍ବରୁ ନଭେମ୍ବର ୪ରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ବି.ବି ତ୍ୟାଗୀ ମଧ୍ୟ ଆପରେ ଯୋଗଦେଇଥିଲେ। ସେ ଚାରି ଥର ବିଜେପି କର୍ପୋରେଟର ରହିସାରିଥିଲେ। ତାଙ୍କ ପୂର୍ବରୁ ଅକ୍ଟୋବର ୩୧ରେ ମଧ୍ୟ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ଏବଂ ତିନି ଥରର ବିଧ

ଦିଲ୍ଲୀରେ କଂଗ୍ରେସକୁ ଆଉ ଏକ ବଡ଼ ଝଟକା, ଦଳ ଛାଡ଼ି ଆପ୍‌ରେ ଯୋଗଦେଲେ ୫ ଥରର ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା। ବରିଷ୍ଠ କଂଗ୍ରେସ ନେତା ଏବଂ ପାଞ୍ଚ ଥରର ବିଧାୟକ ମତୀନ ଅହମଦ କଂଗ୍ରେସ ଛାଡ଼ି ଆମ ଆଦମୀ ପାର୍ଟୀରେ ସାମିଲ ହୋଇଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁର ସିଟରୁ ଲଗାତାର ୫ ଥରର ବିଧାୟକ ରହିସାରିଥିବା ମତୀନ ଅହମଦଙ୍କୁ ନିଜେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଦଳର ସଦସ୍ୟତା ଦେଇଛନ୍ତି । ମତୀନ ଅହମଦଙ୍କ ପୂର୍ବରୁ ତାଙ୍କ ପୁଅ ଜୁବୈର ଅହମଦ ମଧ୍ୟ ଆପରେ ସାମିଲ ହୋଇଥିଲେ। 

ଉଲ୍ଲେଖଯୋଗ୍ୟ, ମତୀନ ଅହମଦଙ୍କୁ ଦିଲ୍ଲୀର ଜଣେ ବଡ଼ ମୁସଲିମ ନେତା ଭାବରେ ଜଣା। ସଲୀମପୁର ବିଧାନସଭା କ୍ଷେତ୍ରରେ ବେଶ୍‌ ଲୋକପ୍ରିୟ। ୧୯୯୩-୨୦୧୫ ପର୍ଯ୍ୟନ୍ତ ସଲୀମପୁରରୁ ବିଧାୟକ ରହିଥିବା ମତୀନ ଅହମଦ ଦିଲ୍ଲୀର ଓ୍ବାକଫ ବୋର୍ଡର ଅଧ୍ୟକ୍ଷ ଏବଂ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି।  ଦିଲ୍ଲୀର ୭୦ ସଦ୍ୟସ ବିଧାନସଭା ପାଇଁ ଆସନ୍ତା ବର୍ଷ ଫେବ୍ରୁଆରୀରେ ନିର୍ବାଚନ ହେବ। ଏହା ପୂର୍ବରୁ ଆପ୍ ନିଜର ପତିଆରା ବଢ଼ାଇବାରେ ଲାଗିଛି।

ସୂଚନାଥାଉକି, ଏହା ପୂର୍ବରୁ ନଭେମ୍ବର ୪ରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ବି.ବି ତ୍ୟାଗୀ ମଧ୍ୟ ଆପରେ ଯୋଗଦେଇଥିଲେ। ସେ ଚାରି ଥର ବିଜେପି କର୍ପୋରେଟର ରହିସାରିଥିଲେ। ତାଙ୍କ ପୂର୍ବରୁ ଅକ୍ଟୋବର ୩୧ରେ ମଧ୍ୟ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ଏବଂ ତିନି ଥରର ବିଧାୟକ ବ୍ରହ୍ମା ସିଂହ ତମ୍ବର ମଧ୍ୟ ଆପରେ ସାମିଲ ହୋଇଥିଲେ।