ଦିଲ୍ଲୀରେ ଝଡ଼ତୋଫାନ ସହ ଘଡ଼ଘଡ଼ି ବର୍ଷା, ବଦଳିଲା ୧୭ଟି ବିମାନର ଗନ୍ତବ୍ୟ
ନୂଆଦିଲ୍ଲୀ ୧୩।୪: ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଶନିବାର ଅପରାହ୍ନରେ ଅଚାନକ ପାଗ ବଦଳି ଯାଇଛି। ଦିଲ୍ଲୀର ଅନେକ ସ୍ଥାନରେ ଝଡ଼ତୋଫାନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ହୋଇଛି। ଫଳରେ ଜାତୀୟ ରାଜଧାନୀରେ ବଢିବଢି ଚାଲିଥିବା ଗରମରୁ ଆଶ୍ୱସ୍ତି ମିଳିଛି। ମଧ୍ୟାହ୍ନରେ ଆକାଶ ବାଦଲରେ ଛାଇ ଯାଇଥିବା ବେଳେ ଅପରାହ୍ନ ବେଳକୁ ଝଡ଼ ତୋଫାନ ସହ ବର୍ଷା ହୋଇଛି। କେତେକ ସ୍ଥାନରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସ୍ଥାନେସ୍ଥାନେ ଭୀଷଣ ବର୍ଷା ହୋଇଛି। ତେବେ ରାଜଧାନୀର ପାଣିପାଗରେ ଅଚାନକ ପରିବର୍ତ୍ତନ ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)ରେ ବିମାନ ସେବା ପ୍ରଭାବିତ ହୋଇଛି। ଝଡ଼ତୋଫାନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଯୋଗୁ ବିମାନ ବନ୍ଦର କର୍ତ୍ତୃପକ୍ଷ ସନ୍ଧ୍ୟାରେ ଅନୁନ୍ୟ ୧୭ଟି ବିମାନର ଗତି ପଥ ପରିବର୍ତ୍ତନ କରିଛନ୍ତି। ଅପରାହ୍ନ ୫ଟା ପରେ ଆଇଜିଆଇଏ କର୍ତ୍ତୃପକ୍ଷ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ବନ୍ଦରକୁ ଆସୁଥିବା ବିମାନଗୁଡିକର ମାର୍ଗ ବଦଳାଇଥିଲେ। ବର୍ଷା ପରେ ତାପମାତ୍ରାରେ ହ୍ରାସ ଦେଖା ଦେଇଥିବା ବେଳେ ରବିବାର ପାଣିପାଗ ମଧ୍ୟ ଏପରି ରହିପାରେ ବୋଲି ଆଇଏମଡି ସତର୍କ କରିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସାଙ୍ଗକୁ ଅନ୍ୟ ୱେଦର ସିଷ୍ଟମ ମଧ୍ୟ ସକ୍ରିୟ ହୋଇଛି। ଫଳରେ ପାଣିପାଗରେ ଏପରି ପରିବର୍ତ୍ତନ ଦେଖାଯାଇଛି। ତେବେ ଶନିବାର ଓ ରବିବାର ଦିଲ୍ଲୀ ଏନସିଆର
ନୂଆଦିଲ୍ଲୀ ୧୩।୪: ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଶନିବାର ଅପରାହ୍ନରେ ଅଚାନକ ପାଗ ବଦଳି ଯାଇଛି। ଦିଲ୍ଲୀର ଅନେକ ସ୍ଥାନରେ ଝଡ଼ତୋଫାନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ହୋଇଛି। ଫଳରେ ଜାତୀୟ ରାଜଧାନୀରେ ବଢିବଢି ଚାଲିଥିବା ଗରମରୁ ଆଶ୍ୱସ୍ତି ମିଳିଛି। ମଧ୍ୟାହ୍ନରେ ଆକାଶ ବାଦଲରେ ଛାଇ ଯାଇଥିବା ବେଳେ ଅପରାହ୍ନ ବେଳକୁ ଝଡ଼ ତୋଫାନ ସହ ବର୍ଷା ହୋଇଛି। କେତେକ ସ୍ଥାନରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସ୍ଥାନେସ୍ଥାନେ ଭୀଷଣ ବର୍ଷା ହୋଇଛି।
ତେବେ ରାଜଧାନୀର ପାଣିପାଗରେ ଅଚାନକ ପରିବର୍ତ୍ତନ ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇଏ)ରେ ବିମାନ ସେବା ପ୍ରଭାବିତ ହୋଇଛି। ଝଡ଼ତୋଫାନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଯୋଗୁ ବିମାନ ବନ୍ଦର କର୍ତ୍ତୃପକ୍ଷ ସନ୍ଧ୍ୟାରେ ଅନୁନ୍ୟ ୧୭ଟି ବିମାନର ଗତି ପଥ ପରିବର୍ତ୍ତନ କରିଛନ୍ତି। ଅପରାହ୍ନ ୫ଟା ପରେ ଆଇଜିଆଇଏ କର୍ତ୍ତୃପକ୍ଷ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ବନ୍ଦରକୁ ଆସୁଥିବା ବିମାନଗୁଡିକର ମାର୍ଗ ବଦଳାଇଥିଲେ।

ବର୍ଷା ପରେ ତାପମାତ୍ରାରେ ହ୍ରାସ ଦେଖା ଦେଇଥିବା ବେଳେ ରବିବାର ପାଣିପାଗ ମଧ୍ୟ ଏପରି ରହିପାରେ ବୋଲି ଆଇଏମଡି ସତର୍କ କରିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସାଙ୍ଗକୁ ଅନ୍ୟ ୱେଦର ସିଷ୍ଟମ ମଧ୍ୟ ସକ୍ରିୟ ହୋଇଛି। ଫଳରେ ପାଣିପାଗରେ ଏପରି ପରିବର୍ତ୍ତନ ଦେଖାଯାଇଛି। ତେବେ ଶନିବାର ଓ ରବିବାର ଦିଲ୍ଲୀ ଏନସିଆରରେ ଦିନର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଆଖପାଖରେ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା।
ପାଣିପାଗ ବିଭାଗ ଅନୁସାରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଜମ୍ମୁରୁ ଆରମ୍ଭ ହୋଇଛି। ଯାହାର ପ୍ରଭାବ ଦିଲ୍ଲୀ ଓ ଏନସିଆରରେ ୧୩ ଏପ୍ରିଲ ରାତିରୁ ଅନୁଭୂତ ହେବ। ଫଳରେ ସମଗ୍ର ଅଞ୍ଚଳର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ରବିବାର ଦିନ ତମାମ ଦିଲ୍ଲୀ ଆକାଶରେ ବାଦଲ ଛାଇ ରହିବ। ଏହି ସମୟରେ ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛନ୍ତି।