ଦିଲ୍ଲୀରେ ଟ୍ରାଫିକ୍ କନଷ୍ଟେବଳଙ୍କୁ କାର୍ ଚଢ଼ାଇ ହତ୍ୟା
ନୂଆଦିଲ୍ଳୀ: ଅମାନିଆ କାର୍ ଚାଳକଙ୍କୁ ଅଟକାଇବାକୁ ଯାଇ ଦିଲ୍ଳୀର ଜଣେ ୩୦ ବର୍ଷୀୟ ଟ୍ରାଫିକ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ଦିଲ୍ଳୀରେ କ୍ରମାଗତ ଚୋରି ମାମଲା ବୃଦ୍ଧି ପାଉଥିବାରୁ ସାଧାପୋଷାକରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ଶନିବାର ରାତିରେ ୨୦୧୮ ବ୍ୟାଚ୍ କନଷ୍ଟେବଳ ସନ୍ଦୀପ (୩୦) ସାଧା ପୋଷାକରେ ନିଜ ମୋଟରସାଇକଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ୱାଗନର କାର୍ଟି ଦ୍ରୁତଗତିରେ ବିପଜ୍ଜନକ ଭାବେ ଆସୁଥିବା ଦେଖି ସନ୍ଦୀପ କାର୍ଟିକୁ ଅଟକାଇଥିଲେ। କିନ୍ତୁ କାର୍ ଚାଳକ […]

ନୂଆଦିଲ୍ଳୀ: ଅମାନିଆ କାର୍ ଚାଳକଙ୍କୁ ଅଟକାଇବାକୁ ଯାଇ ଦିଲ୍ଳୀର ଜଣେ ୩୦ ବର୍ଷୀୟ ଟ୍ରାଫିକ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ଦିଲ୍ଳୀରେ କ୍ରମାଗତ ଚୋରି ମାମଲା ବୃଦ୍ଧି ପାଉଥିବାରୁ ସାଧାପୋଷାକରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ଶନିବାର ରାତିରେ ୨୦୧୮ ବ୍ୟାଚ୍ କନଷ୍ଟେବଳ ସନ୍ଦୀପ (୩୦) ସାଧା ପୋଷାକରେ ନିଜ ମୋଟରସାଇକଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ୱାଗନର କାର୍ଟି ଦ୍ରୁତଗତିରେ ବିପଜ୍ଜନକ ଭାବେ ଆସୁଥିବା ଦେଖି ସନ୍ଦୀପ କାର୍ଟିକୁ ଅଟକାଇଥିଲେ। କିନ୍ତୁ କାର୍ ଚାଳକ ହଠାତ୍ ଗାଡ଼ିର ବେଗ ବଢ଼ାଇଥିଲା ଓ ସନ୍ଦୀପଙ୍କ ମୋଟରସାଇକଲକୁ ପଛପଟୁ ଧକ୍କା ଦେଇଥିଲା। କାରର ସମ୍ମୁଖଭାଗରେ ଲଟିକିଥିବା ଅବସ୍ଥାରେ ପ୍ରାୟ ୧୦ ମିଟର ଘୋଷାଡ଼ି ନେଇଥିଲା। ଶେଷରେ ରାସ୍ତାକଡ଼ରେ ରହିଥିବା ଅନ୍ୟ ଏକ କାର୍ ସହ ଧକ୍କା ଦେଇଥିଲା। ଦିଲ୍ଲୀ ଡିସିପି ଜିମି ଚିରାମ କହିଛନ୍ତି, ଏହି ଘଟଣାରେ କାର୍ ଚାଳକ ସହ ଦୁଇଜଣ ଫେରାର୍ ଅଛନ୍ତି। ସିସିଟିଭି ଫୁଟେଜ୍ ଅନୁସାରେ, ସନ୍ଦୀପ ବାମ ପଟ ମୋଡ଼ ନେଇ ସନ୍ଦିଗ୍ଧ କାର୍କୁ ଅଟକାଇବାକୁ ଇସାରା ଦେଇଥିଲେ। କିନ୍ତୁ କାର୍ ଚାଳକ ଅଟକିବା ପରିବର୍ତ୍ତେ ମୋଟରସାଇକଲ ସହ ସନ୍ଦୀପଙ୍କୁ ଧକ୍କା ଦେଇ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସନ୍ଦୀପଙ୍କୁ ପ୍ରଥମେ ସୋନିଆ ହସ୍ପିଟାଲ୍ ପରେ ପଶ୍ଚିମ ଦିଲ୍ଳୀର ବାଲାଜୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସନ୍ଦୀପଙ୍କ ବିଧବା ମା’, ପତ୍ନୀ ଓ ୫ ବର୍ଷର ଶିଶୁପୁତ୍ର ଅଛନ୍ତି।