ଦିଲ୍ଲୀରେ ଠେଲାପେଲା: ଭୁବନେଶ୍ବରରେ ନିଆଁ ଜଳିଲା

କନକ ବ୍ୟୁରୋ: ଦିଲ୍ଲୀରେ ନିଆଁ, ମାଷ୍ଟରକ୍ୟାଣ୍ଟିନରେ ଉଷ୍ମତା। ସଂସଦର ଠେଲାପଲା ଘଟଣାକୁ ନେଇ ଉଠୁଛି ପଡୁଛି ଦେଶ। ଆଉ ଏହା ଭିତରେ ରାଜଧାନୀ ଭୁବନେଶ୍ବରର ଶୀତୁଆ ସନ୍ଧ୍ୟାକୁ ଉଷ୍ମ କରିଛି ବିଜେପି-କଂଗ୍ରେସର ବିକ୍ଷୋଭ। ଉଭୟ ଦଳର ବିକ୍ଷୋଭର ହଟସ୍ପଟ ପାଲଟିଛି ମାଷ୍ଟରକ୍ୟାଣ୍ଟିନ। ଉଭୟ ଦଳର ନେତାଙ୍କ ପୋଷ୍ଟର ଚିରା ସହ କୁଶପୁତ୍ତିଳିକା ଦାହ କରି ପ୍ରତିବାଦ କରିଛନ୍ତି କର୍ମୀ।  ସଂସଦରେ ଠେଲାପେଲା ନିଆଁ ଦେଶର ରାଜଧାନୀରୁ ରାଜ୍ୟ ରାଜଧାନୀକୁ ବ୍ୟାପିଛି। ସଂସଦ ପରିସରରେ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଠେଲି ତଳେ ପକାଇ ଦେବା ଅଭିଯୋଗରେ ଭୁବନେଶ୍ବରରେ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ହୋ ହଲ୍ଲା ଓ ନାରାବାଜିରେ କମ୍ପିଛି ମାଷ୍ଟରକ୍ୟାଣ୍ଟିନ। ପୋଷ୍ଟର ଚିରା, କୁଶପୁତ୍ତଳିକା ଦାହ କରି ବିକ୍ଷୋଭ କରିଛନ୍ତି ଦୁଇ ଜାତୀୟ  ଦଳ।   ଉଭୟ ଦଳ ପରସ୍ପର ବିରୋଧରେ ବିଷ ଓଗାଳିବା ସହ ନିଜ ଦଳର ଶୀର୍ଷ ନେତୃତ୍ବଙ୍କ ସପକ୍ଷରେ ବାହାରିଛନ୍ତି।  ରାହୁଲ ଗାନ୍ଧୀଙ୍କର ଏ କି ପ୍ରକାର ଆଚରଣ ବୋଲି ପ୍ରଶ୍ନ କରିଛି ବିଜେପି। ଯାହାକୁ କାଉଣ୍ଟର କରି କଂଗ୍ରେସ କହିଛି, ଅଯଥାରେ ରାହୁଲ ଗାନ୍ଧୀଙ୍କୁ ବଦ୍‌ନାମ କରିବା ପାଇଁ ବିଜେପି ଏଭଳି ଷଡଯନ୍ତ୍ର କରୁଛି।  ସଂସଦର ଠେଲାପେଲା ଅଭିଯୋଗକୁ ନେଇ ଉଭୟ ବିଜେପି-କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସଂସଦ ଘଟଣାକୁ ନେଇ ରାଜ୍ୟ ବିଜେପି ମୁଖିଆ ରାହୁଲଙ୍କୁ ଗୁ

ଦିଲ୍ଲୀରେ ଠେଲାପେଲା: ଭୁବନେଶ୍ବରରେ ନିଆଁ ଜଳିଲା

କନକ ବ୍ୟୁରୋ: ଦିଲ୍ଲୀରେ ନିଆଁ, ମାଷ୍ଟରକ୍ୟାଣ୍ଟିନରେ ଉଷ୍ମତା। ସଂସଦର ଠେଲାପଲା ଘଟଣାକୁ ନେଇ ଉଠୁଛି ପଡୁଛି ଦେଶ। ଆଉ ଏହା ଭିତରେ ରାଜଧାନୀ ଭୁବନେଶ୍ବରର ଶୀତୁଆ ସନ୍ଧ୍ୟାକୁ ଉଷ୍ମ କରିଛି ବିଜେପି-କଂଗ୍ରେସର ବିକ୍ଷୋଭ। ଉଭୟ ଦଳର ବିକ୍ଷୋଭର ହଟସ୍ପଟ ପାଲଟିଛି ମାଷ୍ଟରକ୍ୟାଣ୍ଟିନ। ଉଭୟ ଦଳର ନେତାଙ୍କ ପୋଷ୍ଟର ଚିରା ସହ କୁଶପୁତ୍ତିଳିକା ଦାହ କରି ପ୍ରତିବାଦ କରିଛନ୍ତି କର୍ମୀ। 

ସଂସଦରେ ଠେଲାପେଲା ନିଆଁ ଦେଶର ରାଜଧାନୀରୁ ରାଜ୍ୟ ରାଜଧାନୀକୁ ବ୍ୟାପିଛି। ସଂସଦ ପରିସରରେ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଠେଲି ତଳେ ପକାଇ ଦେବା ଅଭିଯୋଗରେ ଭୁବନେଶ୍ବରରେ ପରସ୍ପରକୁ କାଦୁଅ ଫିଙ୍ଗିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ହୋ ହଲ୍ଲା ଓ ନାରାବାଜିରେ କମ୍ପିଛି ମାଷ୍ଟରକ୍ୟାଣ୍ଟିନ। ପୋଷ୍ଟର ଚିରା, କୁଶପୁତ୍ତଳିକା ଦାହ କରି ବିକ୍ଷୋଭ କରିଛନ୍ତି ଦୁଇ ଜାତୀୟ  ଦଳ।   ଉଭୟ ଦଳ ପରସ୍ପର ବିରୋଧରେ ବିଷ ଓଗାଳିବା ସହ ନିଜ ଦଳର ଶୀର୍ଷ ନେତୃତ୍ବଙ୍କ ସପକ୍ଷରେ ବାହାରିଛନ୍ତି।  ରାହୁଲ ଗାନ୍ଧୀଙ୍କର ଏ କି ପ୍ରକାର ଆଚରଣ ବୋଲି ପ୍ରଶ୍ନ କରିଛି ବିଜେପି। ଯାହାକୁ କାଉଣ୍ଟର କରି କଂଗ୍ରେସ କହିଛି, ଅଯଥାରେ ରାହୁଲ ଗାନ୍ଧୀଙ୍କୁ ବଦ୍‌ନାମ କରିବା ପାଇଁ ବିଜେପି ଏଭଳି ଷଡଯନ୍ତ୍ର କରୁଛି। 

ସଂସଦର ଠେଲାପେଲା ଅଭିଯୋଗକୁ ନେଇ ଉଭୟ ବିଜେପି-କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସଂସଦ ଘଟଣାକୁ ନେଇ ରାଜ୍ୟ ବିଜେପି ମୁଖିଆ ରାହୁଲଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି। ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ସ୍ଥାନ ନାହିଁ ବୋଲି କହି କଟାକ୍ଷ ବାଣ ମାରିଛନ୍ତି ମନମୋହନ। ଅନ୍ୟପଟେ କଡା ଜବାବ ରଖିଛି କଂଗ୍ରେସ। ଦଳର ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, ଆମ୍ବେଦକରଙ୍କ ପ୍ରସଙ୍ଗରେ ପରଦା ଢାଙ୍କିବାକୁ ଡ୍ରାମା କରୁଛି ବିଜେପି। 

ସଂସଦର ଘଟଣାକୁ ନେଇ ଓଡ଼ିଶାରେ ଆକ୍ସନମୋଡକୁ ଆସିଛନ୍ତି ଉଭୟ ବିଜେପି-କଂଗ୍ରେସ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସଂସଦରେ ଉଭୟ ଦଳର ବିକ୍ଷୋଭ ଅବତାର କେତେ ଦୂର ସମିଚୀନ? ଏହାଦ୍ବାରା ବିଭିନ୍ନ ପ୍ରସଙ୍ଗରେ ସଂସଦରେ ହେବାକୁ ଥିବା ଆଲୋଚନା ବାଧାପ୍ରାପ୍ତ ହେଉନି କି?