ସିବିଆଇ ଖୋଲିବ ପୁରୁଣା ଫାଇଲ: ହିଣ୍ଡାଲକୋ ନାଁରେ ମାମଲା
କନକ ବ୍ୟୁରୋ: ହିଣ୍ଡାଲକୋ ଖଣି ଅନିୟମିତତା ମାମଲାରେ ସକ୍ରିୟ ସିବିଆଇ । ଝାରସୁଗୁଡା ତାଲବିରାରେ ହିଣ୍ଡାଲକୋ ଅନୁମତି ପାଇଥିବା ପରିମାଣଠୁ ଅଧିକ ଖଣି ଉତ୍ତୋଳନ କରିଥିବା ଅଭିଯୋଗ ରହିଥିଲା। ଆଉ ଏବେ ଦୀର୍ଘ ୮ ବର୍ଷ ପରେ ସିବିଆଇ ମାମଲା ଦାୟର କରିଛି। ବଡ଼ କଥା ହେଉଛି ଯେଉଁ ସମୟରେ ଅନିୟମିତତା ହୋଇଛି ସେହି ସମୟରେ ରାଜ୍ୟରେ ବିଜେଡି କ୍ଷମତାରେ ଥିଲା । ଦୀର୍ଘ ୮ ବର୍ଷ ପରେ ସିବିଆଇ ଖୋଲିବ ପୁରୁଣା ଫାଇଲ । ହିଣ୍ଡାଲକୋ […] The post ସିବିଆଇ ଖୋଲିବ ପୁରୁଣା ଫାଇଲ: ହିଣ୍ଡାଲକୋ ନାଁରେ ମାମଲା first appeared on Kanak News.

କନକ ବ୍ୟୁରୋ: ହିଣ୍ଡାଲକୋ ଖଣି ଅନିୟମିତତା ମାମଲାରେ ସକ୍ରିୟ ସିବିଆଇ । ଝାରସୁଗୁଡା ତାଲବିରାରେ ହିଣ୍ଡାଲକୋ ଅନୁମତି ପାଇଥିବା ପରିମାଣଠୁ ଅଧିକ ଖଣି ଉତ୍ତୋଳନ କରିଥିବା ଅଭିଯୋଗ ରହିଥିଲା। ଆଉ ଏବେ ଦୀର୍ଘ ୮ ବର୍ଷ ପରେ ସିବିଆଇ ମାମଲା ଦାୟର କରିଛି। ବଡ଼ କଥା ହେଉଛି ଯେଉଁ ସମୟରେ ଅନିୟମିତତା ହୋଇଛି ସେହି ସମୟରେ ରାଜ୍ୟରେ ବିଜେଡି କ୍ଷମତାରେ ଥିଲା ।
ଦୀର୍ଘ ୮ ବର୍ଷ ପରେ ସିବିଆଇ ଖୋଲିବ ପୁରୁଣା ଫାଇଲ । ହିଣ୍ଡାଲକୋ ନାଁରେ ମାମଲା ଦାୟର କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଅନିୟମିତତା, ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରେ ସିବିଆଇ ପକ୍ଷରୁ ଆଦିତ୍ୟ ବିର୍ଲା ଗ୍ରୁପର- ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବିରୋଧରେ ମାମଲା ରୁଜୁ କରାଯାଇଛି ।
ଓଡିଶାର ଝାରସୁଗୁଡାରେ ଥିବା ତଲବିରା-୧ କୋଇଲା ଖଣିର ପରିବେଶ ମଂଜୁରୀକୁ ଉଲ୍ଲଘଂନ ଅଭିଯୋଗ
ଅନୁମୋଦିତ କ୍ଷମତାଠାରୁ କମ୍ପାନି ଅଧିକ ୩.୦୪୫ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିଥିବା ଅଭିଯୋଗ
ଏହି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସିବିଆଇ ତଦନ୍ତ ପରେ ନିର୍ମଳ ଭାବମୂର୍ତ୍ତି କଥା କହୁଥିବା ଲୋକଙ୍କ ଅସଲ ମୁଖା ଖୋଲିଯିବ ବୋଲି ଦାବି କରିଛି। କଂଗ୍ରେସ କହିଛି କେହି କାହାରିକୁ ଅନୁକମ୍ପା ଦେଖାଇଥିଲେ ଅଡୁଆ ହେବ। ବିଜେଡି କିନ୍ତୁ ୨୪ ବର୍ଷର ସ୍ୱଚ୍ଛ ଶାସନ କଥା ଦୋହରାଇଛି ।
ଏବେ ଦେଖିବାର କଥା ୨୦୧୬ ଭଳି ମାମଲ ଚାଯିବ, ନା ସିବିଆଇ ଏହି ମାମଲା ଆଗକୁ ନେବ? ଯେଉଁମାନେ ଅନିୟମିତା କରିଥିବେ, କିମ୍ବା ଅନୁକମ୍ପା ଦେଖାଇଥିବେ, ସେମାନଙ୍କ ବିରୋଧରେ କି ପ୍ରକାର କାର୍ୟାନୁଷ୍ଠାନ ହେବ?
The post ସିବିଆଇ ଖୋଲିବ ପୁରୁଣା ଫାଇଲ: ହିଣ୍ଡାଲକୋ ନାଁରେ ମାମଲା first appeared on Kanak News.