ଦିଲ୍ଲୀରେ ନୀତି ଆୟୋଗ ବୈଠକ ଆରମ୍ଭ; ସାମିଲ୍ ହେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ନୀତି ଆୟୋଗ ବୈଠକ । ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ମିଟିଂ ଆରମ୍ଭ । ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ବସିଛି । ନୀତି ଆୟୋଗର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅଧ୍ୟକ୍ଷତା କରୁଛନ୍ତି । ଏଥିରେ ୨୦୪୭ ସୁଦ୍ଧା ବିକାଶିତ ଭାରତ ରୋଡ୍ ମ୍ୟାପ୍ ଉପରେ ଆଲୋଚନା ହେବ । ଏହି ବୈଠକରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ୍ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟ ଏକନାଥ ସନ୍ଦେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ସିଏ ପୁଷ୍କର ସିଂହ ଧାମୀ, ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ୍ ସାହ, ଅସାମ ସିଏମ୍ ହିମନ୍ତ ବିଶ୍ବଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଆଦି ମିଟିଂରେ ସାମିଲ୍ ଦେବାରୁ ଦିଲ୍ଲୀରେ ପହଞ୍ଚିନ୍ତି । ସେପଟେ ନୀତି ଆୟୋଗ ମିଟିଂରେ ଭାଗ ନେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ । ସେହିପରି ନୀତି ଆୟୋଗ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହ, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ, ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସାମିଲ ହ
ନୂଆଦିଲ୍ଲୀ: ଦିଲ୍ଲୀରେ ନୀତି ଆୟୋଗ ବୈଠକ । ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ମିଟିଂ ଆରମ୍ଭ । ରାଷ୍ଟ୍ରପତି ଭବନର ସଂସ୍କୃତିକ କେନ୍ଦ୍ରରେ ଏହି ବୈଠକ ବସିଛି । ନୀତି ଆୟୋଗର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅଧ୍ୟକ୍ଷତା କରୁଛନ୍ତି । ଏଥିରେ ୨୦୪୭ ସୁଦ୍ଧା ବିକାଶିତ ଭାରତ ରୋଡ୍ ମ୍ୟାପ୍ ଉପରେ ଆଲୋଚନା ହେବ ।
ଏହି ବୈଠକରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ୍ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟ ଏକନାଥ ସନ୍ଦେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ସିଏ ପୁଷ୍କର ସିଂହ ଧାମୀ, ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ୍ ସାହ, ଅସାମ ସିଏମ୍ ହିମନ୍ତ ବିଶ୍ବଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଆଦି ମିଟିଂରେ ସାମିଲ୍ ଦେବାରୁ ଦିଲ୍ଲୀରେ ପହଞ୍ଚିନ୍ତି । ସେପଟେ ନୀତି ଆୟୋଗ ମିଟିଂରେ ଭାଗ ନେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ । ସେହିପରି ନୀତି ଆୟୋଗ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହ, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ, ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସାମିଲ ହୋଇ ବିକଶିତ ଭାରତକୁ ନେଇ ଆଲୋଚନା କରିବେ । ଏହି ମିଟିଂ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଅନ୍ୟପଟେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ସାମିଲ୍ ହେଉନାହାନ୍ତି ।...