ସୋନପୁରରେ ନିଆରା ହୋଲି ସେଲିବ୍ରେସନ୍, ଲାଗିଛି ଲୋକଙ୍କ ଭିଡ
ସୋନପୁର ୨୬।୦୩ : ହୋଲି ପର୍ବ । ସୋନପୁର ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ହୋଲି ପର୍ବ । ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇ ଚାଲିଛି ହୋଲି ସେଲିବ୍ରେସନ । ସୋନପୁର ଜିଲ୍ଲାରେ ହୋଲି ପାଳନ ଟିକିଏ ନିଆରା । ଉଲୁଣ୍ଡା ବ୍ଲକ ଚଡେଇପଙ୍ଗ ଜଙ୍ଗଲ ଭିତରେ ଥିବା ହେପି ହେଣ୍ଡସ ସ୍କୁଲ ମୁକ-ବଧିର ବିଦ୍ୟାଳୟରେ ନିଆରା ଢଙ୍ଗରେ ପାଳନ କରାଯାଇଛି ହୋଲ ପର୍ବ । ଅଞ୍ଚଳରେ ହୋଲିରେ ପର୍ବକୁ ଲୋକେ ବେଶ୍ ଉତ୍ସାହ ସହ ପାଳନ କରୁଥିବା ଭଳି ମୁକ ବଧିର ଆବାସିକ ବିଦ୍ୟାଳୟରେ ମଧ୍ୟ ବେଶ୍ ଉତ୍ସାହ ସହ ପାଳନ କରୁଛନ୍ତି ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟକୁ ଅଞ୍ଚଳବାସୀ ମଧ୍ୟ ଛାତ୍ରଛାତ୍ରୀଙ୍କ ପର୍ବକୁ ବେଶ୍ ଉତ୍ସାହ ସହ ପାଳନ କରିବା ପାଇଁ ମଧ୍ୟ ଆସୁଥିବାର ଦେଖାଦେଇଛି। ଏହି ହୋଲ ପର୍ବଟି ଭାଇ ଚାରାର ପର୍ବ । ଯିଏ ଯେଉଁ ସ୍ଥାନରେ ରହିଥାଏ, ଏହି ହୋଲି ପର୍ବ ଆସିଲେ ସମସ୍ତେ ଘରକୁ ଆସି ପରିବାର ଲୋକ, ଗ୍ରାମବାସୀ ଏବଂ ସାଙ୍ଗ ସାଥୀଙ୍କ ସହ ଖୁସିରେ ସେଲିବ୍ରେସନ କରିଥାନ୍ତି ।
ସୋନପୁର ୨୬।୦୩ : ହୋଲି ପର୍ବ । ସୋନପୁର ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ହୋଲି ପର୍ବ । ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇ ଚାଲିଛି ହୋଲି ସେଲିବ୍ରେସନ ।
ସୋନପୁର ଜିଲ୍ଲାରେ ହୋଲି ପାଳନ ଟିକିଏ ନିଆରା । ଉଲୁଣ୍ଡା ବ୍ଲକ ଚଡେଇପଙ୍ଗ ଜଙ୍ଗଲ ଭିତରେ ଥିବା ହେପି ହେଣ୍ଡସ ସ୍କୁଲ ମୁକ-ବଧିର ବିଦ୍ୟାଳୟରେ ନିଆରା ଢଙ୍ଗରେ ପାଳନ କରାଯାଇଛି ହୋଲ ପର୍ବ । ଅଞ୍ଚଳରେ ହୋଲିରେ ପର୍ବକୁ ଲୋକେ ବେଶ୍ ଉତ୍ସାହ ସହ ପାଳନ କରୁଥିବା ଭଳି ମୁକ ବଧିର ଆବାସିକ ବିଦ୍ୟାଳୟରେ ମଧ୍ୟ ବେଶ୍ ଉତ୍ସାହ ସହ ପାଳନ କରୁଛନ୍ତି ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟକୁ ଅଞ୍ଚଳବାସୀ ମଧ୍ୟ ଛାତ୍ରଛାତ୍ରୀଙ୍କ ପର୍ବକୁ ବେଶ୍ ଉତ୍ସାହ ସହ ପାଳନ କରିବା ପାଇଁ ମଧ୍ୟ ଆସୁଥିବାର ଦେଖାଦେଇଛି। ଏହି ହୋଲ ପର୍ବଟି ଭାଇ ଚାରାର ପର୍ବ । ଯିଏ ଯେଉଁ ସ୍ଥାନରେ ରହିଥାଏ, ଏହି ହୋଲି ପର୍ବ ଆସିଲେ ସମସ୍ତେ ଘରକୁ ଆସି ପରିବାର ଲୋକ, ଗ୍ରାମବାସୀ ଏବଂ ସାଙ୍ଗ ସାଥୀଙ୍କ ସହ ଖୁସିରେ ସେଲିବ୍ରେସନ କରିଥାନ୍ତି ।