ଇଶାନ କିଷନଙ୍କ ଦମଦାର ୯୪ ରନ୍, ବେଙ୍ଗାଲୁରୁକୁ ୨୩୨ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ଲକ୍ଷ୍ନୌ: ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ଆଗରେ ୨୩୨ ରନ୍‌ର ଟାର୍ଗେଟ୍ ରଖିଛି ସନରାଇଜର୍ସ ହାଇଦ୍ରାବାଦ । IPL ୨୦୨୫ର ୬୫ତମ ମ୍ୟାଚ୍ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲକ୍ଷ୍ନୌରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୨୩୧ ରନ୍ କରିଛି ।ଆରସିବି ଟସ୍ ଜିତି ହାଇଦ୍ରାବାଦକୁ ପ୍ରଥମେ ବ୍ୟାଟିଂ ପାଇଁ ଅମନ୍ତ୍ରଣ କରିଥିଲା । ହାଇଦ୍ରାବାଦର ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହିଁଙ୍କ ମଧ୍ୟରେ ୫୪ ରନ୍ ଭାଗୀଦାରି ହୋଇଥିଲା । ଅଭିଷେକ ୧୭ ବଲ୍‌ରେ ୩୪ ରନ୍ କରି ଆଉଟ୍ ହୋଇଥିଲେ । ଟ୍ରାଭିସ୍ ହେଡ୍ ୧୦ ବଲ୍‌ରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ଲାସେନ୍ ୧୩ ବଲ୍‌ରେ ୨୪ ରନ୍ କରି ଫେରିଥିଲେ ।ଅନିକେତ୍ ବର୍ମା ଆଜି ବି ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ । ସେ ୯ ବଲରେ ୨୬ ରନ୍ କରି ପାଭିଲିୟନ ଫେରିଥିଲେ । ନୀତିଶ ରେଡ୍ଡି ୭ଟି ବଲ୍‌ରେ ମାତ୍ର ୪ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅଭିନବ ମନୋହର ୧୧ ବଲ୍‌ରେ ମାତ୍ର ୧୨ ରନ୍ କରିପାରିଥିଲେ । ପ୍ୟାଟ୍ କମିନ୍ସ ୧୩ ରନ୍ କରି ଅପରାଜିତ ରହିଥିଲେ । କିନ୍ତୁ ଇଶାନ ୪୮ ବଲ୍‌ରେ ସାତ ଚୌକା ଏବଂ ପାଞ୍ଚ ଛକା ବଳରେ ଅପରାଜିତ ୯୪ ରନ୍ କରିଥିଲେ । ଇଶାନଙ୍କ ବ୍ୟାଟିଂ ବଳରେ ସନ୍ ରାଇଜର୍ସ ଦଳ ୨୦ ଓଭରରେ ଛଅ

ଇଶାନ କିଷନଙ୍କ ଦମଦାର ୯୪ ରନ୍, ବେଙ୍ଗାଲୁରୁକୁ ୨୩୨ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ଲକ୍ଷ୍ନୌ: ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ଆଗରେ ୨୩୨ ରନ୍‌ର ଟାର୍ଗେଟ୍ ରଖିଛି ସନରାଇଜର୍ସ ହାଇଦ୍ରାବାଦ । IPL ୨୦୨୫ର ୬୫ତମ ମ୍ୟାଚ୍ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲକ୍ଷ୍ନୌରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ୨୩୧ ରନ୍ କରିଛି ।

ଆରସିବି ଟସ୍ ଜିତି ହାଇଦ୍ରାବାଦକୁ ପ୍ରଥମେ ବ୍ୟାଟିଂ ପାଇଁ ଅମନ୍ତ୍ରଣ କରିଥିଲା । ହାଇଦ୍ରାବାଦର ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହିଁଙ୍କ ମଧ୍ୟରେ ୫୪ ରନ୍ ଭାଗୀଦାରି ହୋଇଥିଲା । ଅଭିଷେକ ୧୭ ବଲ୍‌ରେ ୩୪ ରନ୍ କରି ଆଉଟ୍ ହୋଇଥିଲେ । ଟ୍ରାଭିସ୍ ହେଡ୍ ୧୦ ବଲ୍‌ରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ଲାସେନ୍ ୧୩ ବଲ୍‌ରେ ୨୪ ରନ୍ କରି ଫେରିଥିଲେ ।

ଅନିକେତ୍ ବର୍ମା ଆଜି ବି ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ । ସେ ୯ ବଲରେ ୨୬ ରନ୍ କରି ପାଭିଲିୟନ ଫେରିଥିଲେ । ନୀତିଶ ରେଡ୍ଡି ୭ଟି ବଲ୍‌ରେ ମାତ୍ର ୪ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅଭିନବ ମନୋହର ୧୧ ବଲ୍‌ରେ ମାତ୍ର ୧୨ ରନ୍ କରିପାରିଥିଲେ । ପ୍ୟାଟ୍ କମିନ୍ସ ୧୩ ରନ୍ କରି ଅପରାଜିତ ରହିଥିଲେ । କିନ୍ତୁ ଇଶାନ ୪୮ ବଲ୍‌ରେ ସାତ ଚୌକା ଏବଂ ପାଞ୍ଚ ଛକା ବଳରେ ଅପରାଜିତ ୯୪ ରନ୍ କରିଥିଲେ । ଇଶାନଙ୍କ ବ୍ୟାଟିଂ ବଳରେ ସନ୍ ରାଇଜର୍ସ ଦଳ ୨୦ ଓଭରରେ ଛଅ ୱିକେଟ୍ ହରାଇ ୨୩୧ ରନ୍ କରିବାରେ ସଫଳ ହୋଇଥିଲା । ଆରସିବି ପକ୍ଷରୁ ସେଫର୍ଡ ଦୁଇଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମା, ଏନଗିଡି, ସୁୟାଶ ଏବଂ କୃଣାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।