୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ

ପାଟନା,୩୦ା୩: ଅତୀତରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨ ଥର ଛାଡ଼ି ଗୋଟିଏ ଭୁଲ୍‌କୁ ଦୋହରାଇଥିଲି। ଆଗକୁ ଏଭଳି ଭୁଲ୍‌ ହେବ ନାହିଁ ବୋଲି ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର କହିଛନ୍ତି। ପାଟନାର ବାପୁ ଅଡିଟୋରିୟମ୍‌ରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପସ୍ଥିତିରେ ନୀତୀଶ କହିଥିଲେ, ସେ ଗୋଟିଏ ଭୁଲ୍‌କୁ ୨ ଥର କରିଥିଲେ, ଯାହାର ପୁନରାବୃତ୍ତି ଆଉ କରିବେ ନାହିଁ। ବିହାରରେ […] The post ୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ appeared first on Dharitri Odia News.

୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ

ପାଟନା,୩୦ା୩: ଅତୀତରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨ ଥର ଛାଡ଼ି ଗୋଟିଏ ଭୁଲ୍‌କୁ ଦୋହରାଇଥିଲି। ଆଗକୁ ଏଭଳି ଭୁଲ୍‌ ହେବ ନାହିଁ ବୋଲି ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର କହିଛନ୍ତି। ପାଟନାର ବାପୁ ଅଡିଟୋରିୟମ୍‌ରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପସ୍ଥିତିରେ ନୀତୀଶ କହିଥିଲେ, ସେ ଗୋଟିଏ ଭୁଲ୍‌କୁ ୨ ଥର କରିଥିଲେ, ଯାହାର ପୁନରାବୃତ୍ତି ଆଉ କରିବେ ନାହିଁ।

ବିହାରରେ ସମବାୟ କ୍ଷେତ୍ରରେ ଆସିଥିବା ପ୍ରଗତିର ଶ୍ରେୟ ସେ ଶାହାଙ୍କୁ ଦେଇଛନ୍ତି। ଏତିକି ନୁହେଁ, ପୂର୍ବ ସହଯୋଗୀ ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଓ ତାଙ୍କ ସ୍ତ୍ରୀ ରାବ୍‌ରୀ ଦେବୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ନୀତୀଶ କହିଛନ୍ତି, ୨୦୦୫ ପୂର୍ବରୁ ରାଜ୍ୟ ଆଗେଇ ପାରୁ ନ ଥିଲା। ସେମାନଙ୍କ ସମୟରେ ସନ୍ଧ୍ୟା ହେଲେ ଲୋକେ ବାହାରି ପାରୁ ନ ଥିଲେ। କିନ୍ତୁ ସେ କ୍ଷମତାକୁ ଆସିବା ପରଠାରୁ ଶାସନର ଚିତ୍ର ବଦଳିଯାଇଛି। ମହିଳା ସଶକ୍ତୀକରଣର ବିକାଶ ମଡେଲ ବର୍ତ୍ତମାନ ଜାତୀୟ ସ୍ବୀକୃତି ଲାଭ କରିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଶାହା ଏହି ଅବସରରେ ୮୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସଂଯୁକ୍ତ ଜନତା ଦଳ ନେତା ନୀତୀଶଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢ଼ିବା ଏକପ୍ରକାର ସ୍ଥିର ହୋଇଥିବା ଜଣାପଡ଼ିଛି। ଏନ୍‌ଡିଏର ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ନୀତୀଶଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

The post ୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ appeared first on Dharitri Odia News.