ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଫଳରେ ଲୋକେ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାଟି ମୂଷାନାଳ ଦେଇ ବିଶ୍ୱନାଥପୁର, ବିଜେପୁର ଓ ସୀମାନ୍ତ ରାୟଗଡା ଜିଲା କଲ୍ୟାଣସିଂପୁରକୁ ସଂଯୋଗ କରୁଛି। ତେଣୁ ହଜାର ସଂଖ୍ୟାରେ ଲୋକ ଦୈନିକ ଯାତାୟାତ କରୁଛନ୍ତି। ସେହିପରି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଅନେକ ପଞ୍ଚାୟତକୁ ସଂଯୋଗ କରିବା […] The post ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ appeared first on Dharitri Odia News.

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଫଳରେ ଲୋକେ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାଟି ମୂଷାନାଳ ଦେଇ ବିଶ୍ୱନାଥପୁର, ବିଜେପୁର ଓ ସୀମାନ୍ତ ରାୟଗଡା ଜିଲା କଲ୍ୟାଣସିଂପୁରକୁ ସଂଯୋଗ କରୁଛି। ତେଣୁ ହଜାର ସଂଖ୍ୟାରେ ଲୋକ ଦୈନିକ ଯାତାୟାତ କରୁଛନ୍ତି। ସେହିପରି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଅନେକ ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଏହା ମୁଖ୍ୟ ରାସ୍ତା। ତେବେ ରାସ୍ତାକାମ ନିମ୍ନମାନର ଯୋଗୁ ମୂଷାନାଳ ସହର ମଧ୍ୟରେ ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଗର୍ତ୍ତରେ ନଳକୂପ ପାଣି ଜମିଥିବାରୁ ରୋଗୀ, ଅଙ୍ଗନଓ୍ବାଡିର କେନ୍ଦ୍ରର ଶିଶୁ, ସ୍କୁଲ ଛାତ୍ରୀଛାତ୍ର, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ନେବାଆଣିବାରେ ସମସ୍ୟା ଦେଖାଦେଇଛି। ଏମିତି କି ନୂଆ କରି ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଅବସ୍ଥା ବି ଖରାପ। ନିର୍ମାଣର ଦୁଇ ବର୍ଷ ମଧ୍ୟରେ ରାସ୍ତାରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହେଲାଣି। ୫ବର୍ଷ ପର୍ଯ୍ୟନ୍ତ ମରାମତି କାମ ପାଇଁ ଆନୁଦାନ ରହିଥିଲେ ମଧ୍ୟ କୌଣସି କାମ ହେଉନାହିଁ। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ସେହିଭଳି ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତା ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ବି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ପିଡବ୍ଲ୍ୟୁଡି ଯନ୍ତ୍ରୀ ଲମ୍ବୋଧର ବେହେରାଙ୍କୁ ପଚାରିବାରୁ ବିଶ୍ୱନାଥପୁରଠାରୁ ମୂଷାନାଳ ପର୍ଯ୍ୟନ୍ତ ଆର୍‌ଡ଼ି ବିଭାଗ ଅଧୀନରେ ଥିବା ପ୍ରକାଶ କରିଛନ୍ତି। ଆର୍‌ଡ଼ି ବିଭାଗ ଯନ୍ତ୍ରୀ ଅସିତ ଖଟୁଆଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ ନ କରିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଦାବି ହୋଇଛି।

The post ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ appeared first on Dharitri Odia News.