ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା

ପୁରୁଷୋତ୍ତମପୁର,୧୪।୭(ସୀମାଞ୍ଚଳ ମିଶ୍ର):ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ସୋମବାର ପୁରୁଷୋତ୍ତମପୁର ରଥସାହି ବିଜେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପଣ୍ଡିତ ବିଶ୍ୱମ୍ବର ଦାଶ, ଦୂର୍ଗାପ୍ରସାଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଓ ପ୍ରଦୀପ ମହାପାତ୍ର ରହିଥିଲେ। ମନ୍ଦିର ପରିସରରେ ନିର୍ମାଣାଧିନ ନୂତନ ସିଂହଦ୍ୱାର, ଅରୁଣସ୍ତମ୍ବ, କାଶୀ ବିଶ୍ୱନାଥ ମନ୍ଦିର ସମେତ ପ୍ରତିଷ୍ଠିତ ହେବାକୁଥିବା ପାଶର୍‌ବଦେବତା ଆଦିର ସମୀକ୍ଷା କରିଥିଲେ। ଏହାସହ ଦକ୍ଷିଣଦ୍ୱାର ଓ ଅନ୍ୟାନ୍ୟ ମନ୍ଦିର ନିର୍ମାଣ ଭୋଗ ନିତିକାନ୍ତି ସମ୍ପର୍କରେ ଟ୍ରଷ୍ଟବୋର୍ଡ ଓ […] The post ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା appeared first on Dharitri Odia News.

ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା

ପୁରୁଷୋତ୍ତମପୁର,୧୪।୭(ସୀମାଞ୍ଚଳ ମିଶ୍ର):ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ସୋମବାର ପୁରୁଷୋତ୍ତମପୁର ରଥସାହି ବିଜେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପଣ୍ଡିତ ବିଶ୍ୱମ୍ବର ଦାଶ, ଦୂର୍ଗାପ୍ରସାଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଓ ପ୍ରଦୀପ ମହାପାତ୍ର ରହିଥିଲେ। ମନ୍ଦିର ପରିସରରେ ନିର୍ମାଣାଧିନ ନୂତନ ସିଂହଦ୍ୱାର, ଅରୁଣସ୍ତମ୍ବ, କାଶୀ ବିଶ୍ୱନାଥ ମନ୍ଦିର ସମେତ ପ୍ରତିଷ୍ଠିତ ହେବାକୁଥିବା ପାଶର୍‌ବଦେବତା ଆଦିର ସମୀକ୍ଷା କରିଥିଲେ। ଏହାସହ ଦକ୍ଷିଣଦ୍ୱାର ଓ ଅନ୍ୟାନ୍ୟ ମନ୍ଦିର ନିର୍ମାଣ ଭୋଗ ନିତିକାନ୍ତି ସମ୍ପର୍କରେ ଟ୍ରଷ୍ଟବୋର୍ଡ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏଥିସହ ମନ୍ଦିରର ପାରିପାଶର୍‌ବିକ ସ୍ଥିତି ଦେଖି ଖୁସି ହୋଇଥିଲେ। ପରିଦର୍ଶନ ସମୟର ସମସ୍ତ ସବିସେଶ ତଥ୍ୟମାନ ମୁକ୍ତିମଣ୍ଡପରେ ପ୍ରଦାନ କରାଯିବା ପରେ ମହାସଭାରେ ଏହା ଉପସ୍ଥାପିତ ହୋଇ ନିର୍ଦ୍ଧାରଣ କରାଯିବ ବୋଲି ପଣ୍ଡିତମଣ୍ଡଳୀର ପ୍ରତିନିଧିମାନେ କହିଛନ୍ତି। ଏହି ସମୟରେ ବରିଷ୍ଟ ପଣ୍ଡିତ ଶଶିନ୍ଦ୍ର ମହାପାତ୍ର, ଟ୍ରଷ୍ଟି ନାରାୟଣ ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା, ନିଳଚକ୍ର ସଭାପତି ବିଘ୍ନରାଜ ପାଢୀ, ମନୋରଞ୍ଜନ ଦାଶ, ସୀତାରାମ ପାଣିଗ୍ରାହି, ସୁରେନ୍ଦ୍ର ନାଥ ମହାନ୍ତି, ବରିଷ୍ଟ ଓକିଲ ସ୍ବରାଜ୍ୟ ପାଣିଗ୍ରାହି, ସୁବାଶ ଚନ୍ଦ୍ର ପାଢୀ, ନିରଞ୍ଜନ ମହାପାତ୍ର, ସୁରେଶ ପଣ୍ଡା, ମୁନା ପାତ୍ର, କୈଳାଶ ସାମଲ, କିଶୋର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

The post ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା appeared first on Dharitri Odia News.