ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…
ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଟାର୍ଗେଟ ଏହାପରେ ତା’ର କାଉଣ୍ଟରରେ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର। ଦୁଇଜଣ ଏହି ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଏବେ ଏହି […] The post ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି… appeared first on Dharitri Odia News.
ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଟାର୍ଗେଟ ଏହାପରେ ତା’ର କାଉଣ୍ଟରରେ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର। ଦୁଇଜଣ ଏହି ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଏବେ ଏହି ଲୁଙ୍ଗିକୁ ନେଇ ରାଜନୀତିରେ ମହାଭାରତ ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ପରେ ରାଜ୍ୟରେ ଲୁଙ୍ଗି ରାଜନୀତି ତେଜିବାରେ ଲାଗିଛି। ସୋମବାର ରାତିରେ ନିଜ ଇନଷ୍ଟା ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ଏହି ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ଥିବାର ନଜର ଆସିଥିଲେ। ଯାହାକୁ କିଛି ସମୟ ଭିତରେ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ପିନ୍ଧିବା ଭିଡିଓକୁ ନେଇ କଡ଼ା ସମାଲୋଚନା କରିଥିଲେ ଧର୍ମେନ୍ଦ୍ର। ମଙ୍ଗଳବାର ଝାରସୁଗୁଡ଼ା ଲଇକରାର ଏକ ସଭାରେ ଯୋଗଦେଇ ସେ କହିଥିଲେ ଯେ, ଗତକାଲିର ଏକ ଭିଡିଓରେ ନବୀନ ବାବୁ ଲୁଙ୍ଗି ପିନ୍ଧି ଆସିଥିଲେ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଲୁଙ୍ଗି ନ ପିନ୍ଧାଇ କୁର୍ତ୍ତା ପାଇଜାମା ପିନ୍ଧାଇ ଭିଡିଓ କରିଥିଲେ ଭଲ ହୋଇଥାନ୍ତା ବୋଲି କହି କଟାକ୍ଷ କରିଥିଲେ ଧର୍ମେନ୍ଦ୍ର। ଯାହାକୁ ମଙ୍ଗଳବାର ପ୍ରେସମିଟ କରି କାଉଣ୍ଟର କରିଛି ବିଜେଡି।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ‘ନବୀନ ପିନ୍ଧିଥିବା ଲୁଙ୍ଗି ସମ୍ବଲପୁରୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ। ଶହ ଶହ ବୁଣାକାର ଶ୍ରମ ଦେଇ ଏହି ଲୁଙ୍ଗି ପ୍ରସ୍ତୁତ କରିଥାନ୍ତି। ଏହା ଆମ ପରମ୍ପରା। ଗ୍ରାମାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଓଡିଆ ଲୁଙ୍ଗି ପିନ୍ଧନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ନୁହେଁ ବୁଣାକାରଙ୍କୁ ଅସମ୍ମାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ ସେ ସମ୍ବଲପୁରୀ ସଂସ୍କୃତିକୁ ମଧ୍ୟ ଆଘାତ ଦେଇଛନ୍ତି’। ତେଣୁ ସେ ରାଜ୍ୟର ବୁଣାକାରଙ୍କୁ କ୍ଷମା ମାଗନ୍ତୁ ବୋଲି ସସ୍ମିତ ଦାବି କରିଛନ୍ତି। ଏହାସହ ବିଜେଡି ମୁଖପାତ୍ର ସ୍ବଂୟପ୍ରକାଶ ମହାପାତ୍ର ମଧ୍ୟ ଟାର୍ଗେଟ କରିଛନ୍ତି।
The post ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି… appeared first on Dharitri Odia News.