ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି, ମାତ୍ର ଦୀର୍ଘଦିନ ଧରି ତାହା ବିକ୍ରି ହୋଇ ନ ପାରି ମଣ୍ଡିର ଖୋଲା ଆକାଶ ତଳେ ପଡି ରହୁଛି। ସେହିପରି ଏବେ ମଧ୍ୟ ଅନେକ ଚାଷୀଙ୍କ ଖଳାରେ ଅମଳ ଧାନ ବିକ୍ରି ଅପେକ୍ଷାରେ ରହିଛି। ବିଭିନ୍ନ ମଣ୍ଡିରେ ପର୍ଯ୍ୟାପ୍ତ ଧାନ ସୁରକ୍ଷିତ ରଖିବା ବ୍ୟବସ୍ଥା […] The post ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା appeared first on Dharitri Odia News.

ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି, ମାତ୍ର ଦୀର୍ଘଦିନ ଧରି ତାହା ବିକ୍ରି ହୋଇ ନ ପାରି ମଣ୍ଡିର ଖୋଲା ଆକାଶ ତଳେ ପଡି ରହୁଛି। ସେହିପରି ଏବେ ମଧ୍ୟ ଅନେକ ଚାଷୀଙ୍କ ଖଳାରେ ଅମଳ ଧାନ ବିକ୍ରି ଅପେକ୍ଷାରେ ରହିଛି।

ବିଭିନ୍ନ ମଣ୍ଡିରେ ପର୍ଯ୍ୟାପ୍ତ ଧାନ ସୁରକ୍ଷିତ ରଖିବା ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନେ ମଣ୍ଡିକୁ ଧାନ ଆଣି ନ ପାରି ଖଳାରେ ଗଦା କରି ରଖିଛନ୍ତି। ଗୋଟିଏ ପଟେ ମଣ୍ଡିରେ ଧାନ ଉଠାଣରେ ବିଳମ୍ବ ଏବଂ ଅନ୍ୟପଟେ ରବିବାର ବର୍ଷା ମାଡ଼ି ଆସିବା ଚାଷୀଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି।

ଚାଷୀମାନେ ତାରପୋଲିନ ମାଧ୍ୟମରେ ଧାନ ଘୋଡ଼ାଇ ରଖିଛନ୍ତି। ତେବେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ବର୍ଷା ପରେ ଧାନ ସଂଗ୍ରହ ପ୍ରକ୍ରିୟାରେ ପକେଟ ପ୍ରତି ୫କିଗ୍ରାରୁ ୬କିଗ୍ରା ପର୍ଯ୍ୟନ୍ତ କଟନୀଛଟନୀରେ ଚାଷୀ ରାଜି ହେଲେ ଯାଇ ଧାନ ଉଠାଯାଉଥିବା ଅଭିଯୋଗ ହୋଇଥିଲା।

ରବିବାର ବର୍ଷା ପରେ କଟନୀଛଟନୀ ଆହୁରି ଜୋର୍‌ ଧରିବା ଆଶଙ୍କା ଦେଖାଯାଇଛି। ସେହିପରି ଆଗକୁ ପୁଣି ବର୍ଷା ମାଡି ଆସୁଥିବାରୁ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନିକ କଳର ଉଦାସୀନତା ଏବଂ ଜନ ପ୍ରତିନିଧିଙ୍କ ନୀରବତା ବିଡମ୍ବନାର ବିଷୟ ହୋଇ ପଡିଛି ବୋଲି ଚାଷୀନେତାମାନେ କହିଛନ୍ତି। ତେବେ ଧାନକିଣା ଏବଂ ଧାନ ଉଠାଣ ପ୍ରକ୍ରିୟାକୁ ତୋରାନ୍ବିତ କରା ନ ଗଲେ ଏବଂ ଚାଷୀମାନେ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହେଲେ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

The post ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା appeared first on Dharitri Odia News.