ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ

ଭୁବନେଶ୍ୱର,୨୦ା୨(ଅନିଲ ଦାସ)- କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ଫେବୃଆରୀ ୧୩ରୁ କଲମ ଛାଡ ଆନ୍ଦୋଳନ ଚଳାଇଥିବା ସଚିବାଳୟ କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ଅଚାନକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଆନ୍ଦୋଳନରେ ଯୋଗ ଦେଇଥିବା ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ନବନିଯୁକ୍ତ ଏଏସ୍‌ଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ମାନଙ୍କୁ ଚାକିରିରୁ ବହିଷ୍କାର କରିବା ନିମନ୍ତେ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିବା ପରେ ସଚିବାଳୟ ସେବାସଂଘ ତରବରିଆ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଗୃହ […] The post ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ appeared first on Dharitri Odia News.

ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ

ଭୁବନେଶ୍ୱର,୨୦ା୨(ଅନିଲ ଦାସ)- କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ଫେବୃଆରୀ ୧୩ରୁ କଲମ ଛାଡ ଆନ୍ଦୋଳନ ଚଳାଇଥିବା ସଚିବାଳୟ କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ଅଚାନକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଆନ୍ଦୋଳନରେ ଯୋଗ ଦେଇଥିବା ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ନବନିଯୁକ୍ତ ଏଏସ୍‌ଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ମାନଙ୍କୁ ଚାକିରିରୁ ବହିଷ୍କାର କରିବା ନିମନ୍ତେ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିବା ପରେ ସଚିବାଳୟ ସେବାସଂଘ ତରବରିଆ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ଅଫିସରମାନେ ଡ୍ୟୁଟି କରୁନାହାନ୍ତି ସେମାନଙ୍କର ସେହି ଦିନର ଅନୁପସ୍ଥିତିକୁ ବିନା ଦରମା ଓ ସେବା ବନ୍ଦ ଭାବେ ବିବେଚନା କରାଯିବ । ସେହି ଅଫିସରମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ସଚିବମାନଙ୍କୁ କୁହାଯାଇଛି।

ସେହିପରି ଯେଉଁ ନବନିଯୁକ୍ତ ଏଏସ୍‌ଓମାନେ ନିଜର ନିଯୁକ୍ତିପତ୍ର ଦାଖଲ କରିଛନ୍ତି ଏବଂ ଡ୍ୟୁଟିରେ ଯୋଗ ଦେଇନାହାନ୍ତି ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଏବଂ ଯେଉଁ ଏଏସ୍‌ଓମାନେ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇ ଦେବାକୁ ବିଭିନ୍ନ ବିଭାଗର ସଚିବ, ପ୍ରମୁଖ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଗୃହ ବିଭାଗର ଏଭଳି ବିଜ୍ଞପ୍ତିି ପ୍ରକାଶ ପାଇବା ପରେ ସଚିବାଳୟ ସେବା ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଏବେ ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି ।

The post ଆନ୍ଦୋଳନରୁ ଓହରିଲା ସଚିବାଳୟ ସେବା ସଂଘ appeared first on Dharitri Odia News.