ଦିଲ୍ଲୀରେ ପାଳିତ ହେଲା ରଜ ମହୋତ୍ସବ । କିଦ୍ୱାଇ ନଗରରେ ରଜ ପାଳନ କଲେ ପ୍ରବାସୀ ଓଡ଼ିଆ ।

କନକ ବ୍ୟୁରୋ: ଦିଲ୍ଲୀର କିଦ୍ୱାଇ ନଗରରେ ରଜ ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି । ଓଡିଶାର ପାରମ୍ପାରିକ କଳା, ସଂସ୍କୃତିର ପ୍ରଚାର ପ୍ରସାର କରାଇବା ସହ ଲୋପ ପାଇ ଆସୁଥିବା କୁଆଁରୀମାନଙ୍କ ଅତୀତର ପୁଚିଖେଳ, ଦୋଳିଖେଳ, ମୁରୁଜ ଝୋଟି, ଶଙ୍ଖ ଫୁଙ୍ଖା, ହୁଳହୁଳି ଭଳି ଅନେକ ଲୋକକଳାକୁ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ଲକ୍ଷ୍ୟ ନେଇ ଦିଲ୍ଲୀ ଏବଂ ଦିଲ୍ଲୀର ଉପକଣ୍ଠରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ କିଦୱାଇ ନଗରରେ ରଜ ମହୋତ୍ସବ ପାଳନ କରିଛନ୍ତି । […] The post ଦିଲ୍ଲୀରେ ପାଳିତ ହେଲା ରଜ ମହୋତ୍ସବ । କିଦ୍ୱାଇ ନଗରରେ ରଜ ପାଳନ କଲେ ପ୍ରବାସୀ ଓଡ଼ିଆ । first appeared on Kanak News.

ଦିଲ୍ଲୀରେ ପାଳିତ ହେଲା ରଜ ମହୋତ୍ସବ । କିଦ୍ୱାଇ ନଗରରେ ରଜ ପାଳନ କଲେ ପ୍ରବାସୀ ଓଡ଼ିଆ ।

କନକ ବ୍ୟୁରୋ: ଦିଲ୍ଲୀର କିଦ୍ୱାଇ ନଗରରେ ରଜ ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି । ଓଡିଶାର ପାରମ୍ପାରିକ କଳା, ସଂସ୍କୃତିର ପ୍ରଚାର ପ୍ରସାର କରାଇବା ସହ ଲୋପ ପାଇ ଆସୁଥିବା କୁଆଁରୀମାନଙ୍କ ଅତୀତର ପୁଚିଖେଳ, ଦୋଳିଖେଳ, ମୁରୁଜ ଝୋଟି, ଶଙ୍ଖ ଫୁଙ୍ଖା, ହୁଳହୁଳି ଭଳି ଅନେକ ଲୋକକଳାକୁ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ଲକ୍ଷ୍ୟ ନେଇ ଦିଲ୍ଲୀ ଏବଂ ଦିଲ୍ଲୀର ଉପକଣ୍ଠରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ କିଦୱାଇ ନଗରରେ ରଜ ମହୋତ୍ସବ ପାଳନ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ଭାଗବତ ଟୁଙ୍ଗୀ, ନୂଆ ଦିଲ୍ଲୀ ଓଡ଼ିଆ ଆସୋସିଏସନ ଏବଂ ଅନ୍ୟ ଓଡିଆ ସଂସ୍ଥାର ସକ୍ରୀୟ ସଦସ୍ୟମାନେ ଗୋଟିଏ ସୁନ୍ଦର ଉଦ୍ୟମ କରିଛନ୍ତି।

ଆମ ଓଡିଆ ମାନଙ୍କ ରଜ ଉତ୍ସବ ଏଥିପାଇଁ ମହତ୍ତ୍ୱ ଯେ ଆମର ଜୀବନ ଶୈଳୀ, ଚାଲିଚଳଣୀ, ଜ୍ଞାନ, କଳା, ସାହିତ୍ୟ, ସଂସ୍କୃତି , ଅସ୍ମିତା ସବୁକିଛି ଶ୍ରୀ ଜଗନ୍ନାଥ ଠାକୁରଙ୍କ ସହ ସମ୍ପୃକ୍ତ। ରଜ ଆମ ଓଡ଼ିଆ ସଂସ୍କୃତିର ଏକ ମହାନ ଗଣ ପର୍ବ । ଧରିତ୍ରୀ ମାତା ତଥା ସମଗ୍ର ନାରୀ ଜାତିର ସମ୍ମାନର ଏହା ଏକ ଅନନ୍ୟ ପରମ୍ପରା । ନାରୀ ସ୍ୱତନ୍ତ୍ରତା ଓ ସ୍ୱାଧୀନତାର ବାର୍ତ୍ତା ବହନକରି ଥାଏ ରଜ । ରଜ ମହୋତ୍ସବ ମାଧ୍ୟମରେ ଆୟୋଜକମାନେ ଅଣ-ଓଡିଆମାନଙ୍କ ନିକଟରେ ଆମର ସଂସ୍କୃତିକୁ ପହଞ୍ଚାଇବା ପାଇଁ ମଧ୍ୟ ସୁନ୍ଦର ଉଦ୍ୟମ କରିଛନ୍ତି। ଆମ ଓଡ଼ିଆ ସଦସ୍ୟ ଓ ସଦସ୍ୟଙ୍କ ପରିବାର ସହିତ ଅଣ ଓଡ଼ିଆ ମହିଳାମାନେ ମଧ୍ୟ ଭାଗ ନେଇଛନ୍ତି । ସେମାନେ ମଧ୍ୟ ସମ୍ବଲପୁର ତାଳରେ ନୃତ୍ୟ ପରିବେଷଣ କରିଥିଲେ । ମହିଳାମାନଙ୍କ ମଧ୍ୟରେ ଶଙ୍ଖ ଫୁଙ୍ଖା ଏବଂ ହୁଳହୁଳି ପ୍ରତିଯୋଗିତା ଆୟୋଜିନ କରିଥିଲେ । ବନ୍ଦେ ଉତ୍କଳ ଜନନୀ, ରଜର ମହତ୍ତ୍ୱ, କଥକ ନୃତ୍ୟ, ଓଡ଼ିଶୀ, ନାରୀ ଜୀବନ ଉପରେ ଥିମ୍ ଡ୍ୟାନ୍ସ, ସମ୍ବଲପୁରୀ ନୃତ୍ୟ ଏବଂ ଆହୁରି ଅନେକ । ରଜ ପର୍ବର ମହତ୍ତ୍ୱ ଆଦି ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ପ୍ରୟାସ ।

The post ଦିଲ୍ଲୀରେ ପାଳିତ ହେଲା ରଜ ମହୋତ୍ସବ । କିଦ୍ୱାଇ ନଗରରେ ରଜ ପାଳନ କଲେ ପ୍ରବାସୀ ଓଡ଼ିଆ । first appeared on Kanak News.