ଦିଲ୍ଲୀରେ ପୁରୁଣା ଗାଡ଼ିକୁ ମିଳିବନି ତେଲ, ଏପ୍ରିଲ ପହିଲାରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁରୁଣା ଗାଡ଼ିକୁ ମିଳିବନି ତେଲ। ୧୫ ବର୍ଷର ପୁରୁଣା ଗାଡିକୁ ନେଇ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି। ପେଟ୍ରୋଲ ପମ୍ପରେ ଏଭଳି ଯାନବାହାନକୁ ଆଉ ତେଲ ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପରେ ୧୫ ବର୍ଷରୁ ଅଧିକ ଗାଡିକୁ ତେଲ ଦିଆଯିବ ନାହିଁ। ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି।ପରିବେଶ ମନ୍ତ୍ରୀ ସିର୍ସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ ହୋଟେଲ, କିଛି ବଡ ଅଫିସ୍ କମ୍ପ୍ଲେକ୍ସ, ଦିଲ୍ଲୀ ବିମାନବନ୍ଦର, ବଡ ନିର୍ମାଣ ସ୍ଥାନ ଅଛି। ଆମେ ସମସ୍ତେ ତୁରନ୍ତ ଆଣ୍ଟି-ସ୍ମଗ୍ ଗନ୍‌ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ ଯାହା ଦ୍ୱାରା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ। ଦିଲ୍ଲୀର ସମସ୍ତ ଉଚ୍ଚ ଅଟ୍ଟାଳିକା ଏହି ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ।

ଦିଲ୍ଲୀରେ ପୁରୁଣା ଗାଡ଼ିକୁ ମିଳିବନି ତେଲ, ଏପ୍ରିଲ ପହିଲାରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁରୁଣା ଗାଡ଼ିକୁ ମିଳିବନି ତେଲ। ୧୫ ବର୍ଷର ପୁରୁଣା ଗାଡିକୁ ନେଇ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି। ପେଟ୍ରୋଲ ପମ୍ପରେ ଏଭଳି ଯାନବାହାନକୁ ଆଉ ତେଲ ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀର ପେଟ୍ରୋଲ ପମ୍ପରେ ୧୫ ବର୍ଷରୁ ଅଧିକ ଗାଡିକୁ ତେଲ ଦିଆଯିବ ନାହିଁ। 

ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି।

ପରିବେଶ ମନ୍ତ୍ରୀ ସିର୍ସା କହିଛନ୍ତି ଯେ ଦିଲ୍ଲୀରେ କିଛି ବଡ ହୋଟେଲ, କିଛି ବଡ ଅଫିସ୍ କମ୍ପ୍ଲେକ୍ସ, ଦିଲ୍ଲୀ ବିମାନବନ୍ଦର, ବଡ ନିର୍ମାଣ ସ୍ଥାନ ଅଛି। ଆମେ ସମସ୍ତେ ତୁରନ୍ତ ଆଣ୍ଟି-ସ୍ମଗ୍ ଗନ୍‌ ଲଗାଇବା ବାଧ୍ୟତାମୂଳକ କରିବାକୁ ଯାଉଛୁ ଯାହା ଦ୍ୱାରା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ। ଦିଲ୍ଲୀର ସମସ୍ତ ଉଚ୍ଚ ଅଟ୍ଟାଳିକା ଏହି ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ।