ଦିଲ୍ଲୀରେ ୨୭ ବର୍ଷ ପରେ ସରକାର ଗଢ଼ିବ ବିଜେପି । କିଏ ହେବ ରାଜଧାନୀର ମୁଖ୍ୟମନ୍ତ୍ରୀ, ସାରା ଦେଶର ନଜର..

କନକ ନ୍ୟୁଜ : ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଶାସନକୁ ଫେରିଛି ବିଜେପି। କିନ୍ତୁ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେହେତୁ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦଳ ନିର୍ବାଚନ ଲଢିଥିଲା, ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ  ବିଜେପି ସଭାପତି ଜେପି ନଡ୍ଡା ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବେ  ସେ ନେଇ ଏହି  ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଥିବା କୁହାଯାଉଛି। ଏଥର ନିର୍ବାଚନ‌ରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆଶାୟୀଙ୍କ ମଧ୍ୟରେ ୫ରୁ ଅଧିକ ନେତା ରହିଛନ୍ତି ।   ଯଦି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ବିଜେପିକୁ ଦୁଇଟି ଉପନିର୍ବାଚନର ସାମ୍ନା କରିବାକୁ ପଡିପାରେ। ଯେହେତୁ ସଂସଦରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ ତେଣୁ ଅକାରଣରେ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ। ତେବେ ଏହି ରେସରେ କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା, ବିଧାୟକ ବିଜେନ୍ଦ୍ର ଗୁପ୍ତା, ଆଶିଷ ସୁଦ, ପୱନ ଶର୍ମା, ସତୀଶ ଉପାଧ୍ୟାୟଙ୍କ ନାମ ଆଗରେ ରହିଛି। ଲ୍ଲୀରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଏବେ ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି। କାରଣ ନିର୍ବାଚନ ପୂର୍ବରୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି

ଦିଲ୍ଲୀରେ ୨୭ ବର୍ଷ ପରେ ସରକାର ଗଢ଼ିବ ବିଜେପି । କିଏ ହେବ ରାଜଧାନୀର ମୁଖ୍ୟମନ୍ତ୍ରୀ, ସାରା ଦେଶର ନଜର..

କନକ ନ୍ୟୁଜ : ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଶାସନକୁ ଫେରିଛି ବିଜେପି। କିନ୍ତୁ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେହେତୁ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦଳ ନିର୍ବାଚନ ଲଢିଥିଲା, ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ  ବିଜେପି ସଭାପତି ଜେପି ନଡ୍ଡା ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବେ  ସେ ନେଇ ଏହି  ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଥିବା କୁହାଯାଉଛି। ଏଥର ନିର୍ବାଚନ‌ରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆଶାୟୀଙ୍କ ମଧ୍ୟରେ ୫ରୁ ଅଧିକ ନେତା ରହିଛନ୍ତି ।  

ଯଦି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ବିଜେପିକୁ ଦୁଇଟି ଉପନିର୍ବାଚନର ସାମ୍ନା କରିବାକୁ ପଡିପାରେ। ଯେହେତୁ ସଂସଦରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ ତେଣୁ ଅକାରଣରେ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ। ତେବେ ଏହି ରେସରେ କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା, ବିଧାୟକ ବିଜେନ୍ଦ୍ର ଗୁପ୍ତା, ଆଶିଷ ସୁଦ, ପୱନ ଶର୍ମା, ସତୀଶ ଉପାଧ୍ୟାୟଙ୍କ ନାମ ଆଗରେ ରହିଛି। ଲ୍ଲୀରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଏବେ ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି। କାରଣ ନିର୍ବାଚନ ପୂର୍ବରୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନଥିଲା। କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆମେରିକା ଗସ୍ତରୁ ଫେରିବା ପରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଜଣାପଡ଼ିଛି।