ଦିଶାହୀନ କଂଗ୍ରେସ ଅଯଥା ପ୍ରଳାପ କରୁଛି: ଭାଜପା ଯୁବମୋର୍ଚ୍ଚା

ଭୁବନେଶ୍ୱର,୨।୧୨(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୩ ଦିନ ଧରି ରାଜ୍ୟର ରାଜଧାନୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ତାଙ୍କ ଗସ୍ତ ଶେଷ କରି ରାଜ୍ୟରୁ ବାହୁଡ଼ିଛନ୍ତି। ସେ ଓଡ଼ିଶାରେ ୩ ଦିନ ପାଇଁ ରହିବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ। ସ୍ବାଧୀନତା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭକରି ସମସ୍ତ ଡିଜି, […] The post ଦିଶାହୀନ କଂଗ୍ରେସ ଅଯଥା ପ୍ରଳାପ କରୁଛି: ଭାଜପା ଯୁବମୋର୍ଚ୍ଚା appeared first on Dharitri Odia News.

ଦିଶାହୀନ କଂଗ୍ରେସ ଅଯଥା ପ୍ରଳାପ କରୁଛି: ଭାଜପା ଯୁବମୋର୍ଚ୍ଚା

ଭୁବନେଶ୍ୱର,୨।୧୨(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ୩ ଦିନ ଧରି ରାଜ୍ୟର ରାଜଧାନୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ତାଙ୍କ ଗସ୍ତ ଶେଷ କରି ରାଜ୍ୟରୁ ବାହୁଡ଼ିଛନ୍ତି। ସେ ଓଡ଼ିଶାରେ ୩ ଦିନ ପାଇଁ ରହିବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ। ସ୍ବାଧୀନତା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭକରି ସମସ୍ତ ଡିଜି, ଆଇଜି ଓ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀମାନେ ଏଥିରେ ଯୋଗଦେଇ ଆଇନଶୃଙ୍ଖଳା ବିଷୟରେ ଆଲୋଚନା କରିଛନ୍ତି। ଏଥିସହ ସେମାନେ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ପାଖରୁ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏତେ ବଡ଼ ସମ୍ମିଳନୀକୁ ସଫଳ ଭାବେ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ହୋଇଥିବାବେଳେ ଦିଶାହୀନ କଂଗ୍ରେସ ଅଯଥା ପ୍ରଳାପ କରୁଛି। ଦେଶର ଯେବେ ବି ବିକାଶ ପ୍ରସଙ୍ଗ ଉଠିଛି ସେତେବେଳେ କଂଗ୍ରେସ ଦେଶକୁ ଅପମାନିତ କରିଛି ବୋଲି ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଳାଷ କହିଛନ୍ତି, ୫୦ ବର୍ଷ ପରେ ମଧ୍ୟ ନିଜକୁ ଯୁବନେତା ବୋଲି କହୁଥିବା କଂଗ୍ରେସର ଜଣେ ଶୀର୍ଷ ନେତା ସାରା ବିଶ୍ୱରେ ବୁଲିବୁଲି ଦେଶର ସଂସ୍କୃତି ଓ ଗରିମାକୁ ତଳେ ପକାଉଛନ୍ତି। ଦେଶର ମର୍ଯ୍ୟାଦା କ୍ଷୁଣ୍ଣ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ପଦାଙ୍କ ଅନୁସରଣ କରି ଯୁବ କଂଗ୍ରେସ ମଧ୍ୟ ସେଭଳି କାର୍ଯ୍ୟ କରୁଛି। ରାଜ୍ୟର ଏହି ଐତିହାସିକ କ୍ଷଣର ମର୍ଯ୍ୟାଦା କ୍ଷୁଣ୍ଣ କରିବା ପାଇଁ କଂଗ୍ରେସ ଦଳର କେତେଜଣ ଉଦ୍‌ଭ୍ରାନ୍ତ ଯୁବକ ଖବରଦାତା ସମ୍ମିଳନୀ ଡାକି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ଅତୀତରେ କଂଗ୍ରେସର ଏହି ଯୁବକମାନେ ରାଜ୍ୟରେ ଅନେକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି। ଅନେକଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ରହିଥିବାବେଳେ ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗମାନ ରହିଛି। ସବୁବେଳେ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରି ଆଇନଶୃଙ୍ଖଳାକୁ ହାତକୁ ନେଉଥିବା କଂଗ୍ରେସ ଯୁବ ସଙ୍ଗଠନର ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ କହିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ସେ କହିଛନ୍ତି।

The post ଦିଶାହୀନ କଂଗ୍ରେସ ଅଯଥା ପ୍ରଳାପ କରୁଛି: ଭାଜପା ଯୁବମୋର୍ଚ୍ଚା appeared first on Dharitri Odia News.