ଦୀକ୍ଷା ଗ୍ରହଣ କଲେ ମମତା, ରାଗିଗଲେ ପ୍ରଶଂସକ

ପ୍ରୟାଗରାଜ: ମମତା କୁଲକର୍ଣ୍ଣି, ଯିଏ ଦିନେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟି ଦେଇ ପ୍ରଶଂସକଙ୍କ ମନ ଜିତୁଥିଲେ। ତାଙ୍କ ଠୁମକାରେ ହଜିଯାଉଥିଲେ ଦର୍ଶକ। ହେଲେ ଆଜି ସେ ମାୟାନଗରୀ ଠାରୁ ବହୁ ଦୂରରେ। ଦୀର୍ଘ ଦିନ ହେବ ସେ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ଆଉ ଏବେ ସେ କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ବନି ଯାଇଛନ୍ତି। କିନ୍ତୁ ମହାମଣ୍ଡଳେଶ୍ୱର ହେବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ମମତା। ସେ ନିଜେ କାନ୍ଦିବା ସହ ନିଜ ପ୍ରଶଂସକଙ୍କ […]

ଦୀକ୍ଷା ଗ୍ରହଣ କଲେ ମମତା, ରାଗିଗଲେ ପ୍ରଶଂସକ

ପ୍ରୟାଗରାଜ: ମମତା କୁଲକର୍ଣ୍ଣି, ଯିଏ ଦିନେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟି ଦେଇ ପ୍ରଶଂସକଙ୍କ ମନ ଜିତୁଥିଲେ। ତାଙ୍କ ଠୁମକାରେ ହଜିଯାଉଥିଲେ ଦର୍ଶକ। ହେଲେ ଆଜି ସେ ମାୟାନଗରୀ ଠାରୁ ବହୁ ଦୂରରେ।

ଦୀର୍ଘ ଦିନ ହେବ ସେ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ଆଉ ଏବେ ସେ କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ବନି ଯାଇଛନ୍ତି। କିନ୍ତୁ ମହାମଣ୍ଡଳେଶ୍ୱର ହେବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ମମତା। ସେ ନିଜେ କାନ୍ଦିବା ସହ ନିଜ ପ୍ରଶଂସକଙ୍କ ଆଖିରେ ମଧ୍ୟ ଲୁହ ଦେଇଛନ୍ତି । ଯାହାକୁ ନେଇ ରାଗିଯାଇଛନ୍ତି ତାଙ୍କ ଦର୍ଶକ।

କାହିଁକି କାନ୍ଦିଲେ ମମତା:  ତେବେ ଶନିବାର ଦିନ ମମତା କୁଲକର୍ଣ୍ଣିରୁ ସେ ପାଲଟିଯାଇଛନ୍ତି ‘ମହାମଣ୍ଡଳେଶ୍ୱର ମାଇ ମମତା ନନ୍ଦ ଗିରି’। ହଟ୍‌ ଆକ୍ଟ୍ରେସ୍‌ ମମତା କୁଲ୍‌କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି।

କିନ୍ତୁ ସେ ମହାମଣ୍ଡଳେଶ୍ୱର ହେବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିବା ଏକ ଭିଡ଼ିଓ ମଧ୍ୟ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ରୀତିନୀତି ଅନୁସାରେ ପୂଜା ପାଠ ଚାଲିଥିବା ସମୟରେ ସେ କାନ୍ଦୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି।

ଗ୍ରହଣ କରିପାରୁନାହାନ୍ତି ସମର୍ଥକ: ମମତା ଫିଲ୍ମ ଦୁନିଆରୁ ଦୂରେଇ ଯିବା ଆଉ ଦୀକ୍ଷା ନେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମମତାଙ୍କ ସମର୍ଥକ। ଯେଉଁଥିପାଇଁ ସେମାନେ କ୍ରୋଧାନ୍ୱିତ ହୋଇଛନ୍ତି।

ଏନେଇ ମମତା କୁଲ୍‌କର୍ଣ୍ଣି ଗଣମାଧ୍ୟମକୁ କହିଛନ୍ତି, ଅନେକ ଲୋକ ରାଗିଛନ୍ତି। ମୋ’ ପ୍ରଶଂସକମାନେ ମଧ୍ୟ ରାଗିଛନ୍ତି। ସେମାନେ ଭାବିଥିଲେ ମୁଁ ବଲିଉଡକୁ ପୁଣି ଫେରିବି। କିନ୍ତୁ ସବୁ ଠିକ୍‌ ଅଛି।

ଭଗବାନ ଯାହା ଇଚ୍ଛା କରନ୍ତି। ମହାକାଲ ଓ ମହାକାଳୀଙ୍କ ଇଚ୍ଛାକୁ କେହି ବଦଳାଇ ପାରିବେ ନାହିଁ। ସେ ପରମ ବ୍ରହ୍ମ । ମୁଁ ସଙ୍ଗମରେ ପିଣ୍ଡଦାନର ବିଧି ପାଳନ କରିଛି ସବୁ ଠିକ୍ ହୋଇଯିବ।