ଦୀପ ଜାଳି ନବୀନଙ୍କ ଆରୋଗ୍ୟ କାମନା କଲେ ବିଜେଡି କାର୍ଯ୍ୟକର୍ତ୍ତା
ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଏବଂ ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଦିଗପହଣ୍ଡି ବିଜେଡ଼ି କାର୍ଯ୍ୟକର୍ତ୍ତା ଶ୍ରୀଚନ୍ଦ୍ରଚୁଡେଶ୍ବର ଶୈବପୀଠରେ ଦୀପ ଜାଳି ପୂଜାର୍ଚ୍ଚନା କରିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଅସ୍ତ୍ରୋପଚାର ଲାଗି ନବୀନ ମୁମ୍ବାଇ ଯାଇଥିବା ବେଳେ ସେ ଶୀଘ୍ର ସୁସ୍ଥ ହୋଇ ଓଡିଶା ଫେରି ଆସନ୍ତୁ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ମଙ୍ଗଳ କାମନା କରିଛନ୍ତି। […] The post ଦୀପ ଜାଳି ନବୀନଙ୍କ ଆରୋଗ୍ୟ କାମନା କଲେ ବିଜେଡି କାର୍ଯ୍ୟକର୍ତ୍ତା appeared first on Dharitri Odia News.
ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଏବଂ ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଦିଗପହଣ୍ଡି ବିଜେଡ଼ି କାର୍ଯ୍ୟକର୍ତ୍ତା ଶ୍ରୀଚନ୍ଦ୍ରଚୁଡେଶ୍ବର ଶୈବପୀଠରେ ଦୀପ ଜାଳି ପୂଜାର୍ଚ୍ଚନା କରିଛନ୍ତି।
ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଅସ୍ତ୍ରୋପଚାର ଲାଗି ନବୀନ ମୁମ୍ବାଇ ଯାଇଥିବା ବେଳେ ସେ ଶୀଘ୍ର ସୁସ୍ଥ ହୋଇ ଓଡିଶା ଫେରି ଆସନ୍ତୁ ବୋଲି ଦଳୀୟ କାର୍ଯ୍ୟକର୍ତ୍ତା ଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ମଙ୍ଗଳ କାମନା କରିଛନ୍ତି।
ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର, ନଗର ସଭାପତି ତାରାପ୍ରସାଦ ପଟ୍ଟନାୟକ, ଏନଏସି କାଉନସିଲର ନୀଳମାଧବ ଗୌଡ଼, କରିସ୍ମା ନାୟକ, ସୁଶାନ୍ତ କୁମାର ପାତ୍ର , ଗୌରାଙ୍ଗ ବେହେରା ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଉମା ମହେଶ୍ୱରୀ ସେଠୀ, ଅନୀତା ବେହେରା, ଶିବଲକ୍ଷ୍ମୀ ପଟ୍ଟନାୟକ, ଦଳୀୟ କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ଜେନା, ବିପ୍ଳବ ମିଶ୍ର, ରଞ୍ଜନ କୁମାର ପାତ୍ର, ପିଙ୍କୁ ଘଡେଇ, ନିଗମ ପଣ୍ଡା, ଜିତେନ୍ଦ୍ର ମାର୍ଥା, ସମୀର ସ୍ବାଇଁ, ନୀଳକଣ୍ଠ ପଟ୍ଟନାୟକ, ରାଜେନ୍ଦ୍ର ଗୌଡ଼ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
The post ଦୀପ ଜାଳି ନବୀନଙ୍କ ଆରୋଗ୍ୟ କାମନା କଲେ ବିଜେଡି କାର୍ଯ୍ୟକର୍ତ୍ତା appeared first on Dharitri Odia News.