ଦୀପକ-କାଳିଆ ସ୍ମାରକୀ କ୍ରିକେଟ ଉଦ୍‌‌ଯାପିତ, ବାଙ୍କୀ ଚମ୍ପିଆନ୍‌‌

ଆଠଗଡ଼: ଆଠଗଡ଼ ବ୍ଲକର ତରଡିଙ୍ଗ ଗ୍ରାମର ମା’ ଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଦୀପକ-କାଳିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି। ବାଇଲୋର ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ ବାଙ୍କୀର ମା ଚର୍ଚ୍ଚିକା ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ୧୨ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ୍‌‌ ଜିତି ବାଇଲୋର ଇଲେଭେନ ଷ୍ଟାର ଦଳ ୧୨ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୬୮ରନ୍‌‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। […]

ଦୀପକ-କାଳିଆ ସ୍ମାରକୀ କ୍ରିକେଟ ଉଦ୍‌‌ଯାପିତ, ବାଙ୍କୀ ଚମ୍ପିଆନ୍‌‌

ଆଠଗଡ଼: ଆଠଗଡ଼ ବ୍ଲକର ତରଡିଙ୍ଗ ଗ୍ରାମର ମା’ ଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଦୀପକ-କାଳିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି। ବାଇଲୋର ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଓ ବାଙ୍କୀର ମା ଚର୍ଚ୍ଚିକା ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ୧୨ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ୍‌‌ ଜିତି ବାଇଲୋର ଇଲେଭେନ ଷ୍ଟାର ଦଳ ୧୨ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ ୬୮ରନ୍‌‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଏହାର ପ୍ରତିଜବାବରେ ବାଙ୍କୀର ମା ଚର୍ଚ୍ଚିକା କ୍ଲବ ମାତ୍ର ୪ ଓଭରରେ କୌଣସି ୱିକେଟ ନହରାଇ ଆବଶ୍ୟକୀୟ ରନ୍‌‌ ସଂଗ୍ରହ କରି ଚମ୍ପିଆନ୍‌‌ ଆଖ୍ୟା ଅର୍ଜନ କରିଥିଲା। ଦଳର ଅଲରାଉଣ୍ଡର ଏନ କେ ନିହାର ବ୍ୟକ୍ତିଗତ ୩୩ରନ୍‌‌ ସଂଗ୍ରହ କରିବା ସହ ପ୍ରତିପକ୍ଷ ଦଳର ୨ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସୌମ୍ୟରଞ୍ଜନ ଜେନା ଓ ସୁବାସ ମଲ୍ଲିକ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ବିଜେଡି ଯୁବନେତା ତଥା ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସିଦ୍ଧାନ୍ତ ଦଳାଇ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ।