ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ମିଠା ବଣ୍ଟାବଣ୍ଟି

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ମିଠା ବଣ୍ଟାବଣ୍ଟି। ଭାରତ ଚୀନ ସୀମାନ୍ତ ପୂର୍ବ ଲଦାଖର ଡେସପାଙ୍ଗ ଓ ଡେମଚୋକରୁ ସୈନ୍ୟ... The post ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ମିଠା ବଣ୍ଟାବଣ୍ଟି appeared first on .

ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ମିଠା ବଣ୍ଟାବଣ୍ଟି

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ମିଠା ବଣ୍ଟାବଣ୍ଟି। ଭାରତ ଚୀନ ସୀମାନ୍ତ ପୂର୍ବ ଲଦାଖର ଡେସପାଙ୍ଗ ଓ ଡେମଚୋକରୁ ସୈନ୍ୟ ଅପସାରଣ ପରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ। ଆଜି ଦୀପାବଳି ଅବସରରେ ଦୁଇ ଦେଶର ସେନାର ଯବାନ ପରସ୍ପରକୁ ମିଠା ବାଣ୍ଟିଛନ୍ତି। ସୈନ୍ୟ ଅପସାରଣ ସହିତ ସୀମାରୁ ସୈନ୍ୟ, ତମ୍ବୁ, ଅସ୍ଥାୟୀ ନିର୍ମାଣ ଆଦି ହଟାଇ ଦିଆଯାଇଛି।

ଏହାପରେ ଆଜିଠାରୁ ସୀମାରେ ଦୁଇ ପକ୍ଷର ଯବାନଙ୍କ ପକ୍ଷରୁ ପାଟ୍ରୋଲିଂ ଆରମ୍ଭ ହୋଇଛି। ଏହା ସହ କମାଣ୍ଡର, ବ୍ରିଗେଡିୟର ସ୍ତରରେ ଆଲୋଚନା ହେବ। ଭାରତ ଓ ଚୀନର ଯବାନ ଗତକାଲି ପ୍ରକୃତ ନିୟନ୍ତ୍ରଣ ରେଖା LACର ଡେପସାଙ୍ଗ ଓ ଡେମଚୋକରେ ବୈଠକ କରିଥିଲେ। ସୈନ୍ୟ, ଟ୍ଯାଙ୍କ ଏବଂ ଅନ୍ୟ ଅସ୍ଥାୟୀ ନିର୍ମାଣ ହଟାଇବା ନେଇ ନିଶ୍ଚିତ କରିବାକୁ ଦୁଇ ଦେଶର ସେନାର ଯବାଙ୍କ ପକ୍ଷରୁ ମାନବ ବିହୀନ ବାହନ ୟୁଏଭିକୁ ମୁତୟନ କରି ନିଶ୍ଚିତ କରାଯାଇଥିଲା।

୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ ଲାଗି ରହିଥିଲା ଅଶାନ୍ତର ବାତାବରଣ। ସୀମାରେ ଛୋଟବଡ଼ ଉତ୍ତେଜନା ଲାଗି ରହିଥିଲା। ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଆଲୋଚନା ହୋଇଥିଲା। ଏହାପରେ ଗତ ୨୫ ତାରିଖରେ LACରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ। ବିଗତ ଚାରି ବର୍ଷ ଧରି ଚାଲିଥିବା ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ଏକ ପ୍ରକାର ଶେଷ ହୋଇଛି।

The post ଦୀପାବଳି ଅବସରରେ ଭାରତ-ଚୀନ ସେନା ମଧ୍ୟରେ ମିଠା ବଣ୍ଟାବଣ୍ଟି appeared first on .