ଦୀପାବଳି ପୂର୍ବରୁ SBIର ବଡ଼ ଘୋଷଣା, ଶସ୍ତା କଲା ଲୋନ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏମପିସି ଅକ୍ଟୋବର ବୈଠକରେ ରେପୋ ରେଟ୍‌ରେ ପରିବର୍ତ୍ତନ ନକରି ନ୍ୟୁଟ୍ରଲ୍ ରହିଥିଲା । ଯାହା ସଂକେତ ଦେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର କମ କରିପାରେ । ଅନ୍ୟପଟେ ଆରବିଆଇକୁ ଅପେକ୍ଷା ନକରି ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏମ୍‌ସିଏଲ୍‌ଆର୍ ହାର କମ କରିଛି । ଏହାର ଅର୍ଥ ଏସ୍‌ବିଆଇ ନିଜ ସୁଧ ହାର କମ କରିଛି । ଯାହାର ପ୍ରଭାବ ହୋମ୍ ଲୋନ୍ ଏବଂ ରିଟେଲ୍ ଲୋନ୍‌ରେ ଦେଖିବାକୁ ମିଳିବ ।ଏମ୍‌ସିଏଲ୍‌ଆର୍ ହାରରେ ପରିବର୍ତ୍ତନ କଲା ଏସ୍‌ବିଆଇଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅକ୍ଟୋବର ୧୫ରୁ ନଭେମ୍ୱର ୧୫ ଯାଏ ଏମ୍‌ସିଏଲ୍‌ଆର୍‌ କମ କରିବା ପାଇଁ ଘୋଷଣା କରିଛି । ଏସ୍‌ବିଆଇ ଗୋଟିଏ ଏମ୍‌ସିଏଲଆର୍ ଟେନ୍ୟୋର ସୁଧ ହାରରେ ୨୫ ବେସିସ ପଏଣ୍ଟ କମ କରିଛି । ଅନ୍ୟ ଟେନ୍ୟୋରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ପରିବର୍ତ୍ତିତ ଏମ୍‌ସିଏଲ୍‌ଆର୍ ୨୦୨୪ ଅକ୍ଟୋବର ୧୫ରୁ ପ୍ରଭାବୀ ହେବ । ଏମ୍‌ସିଏଲ୍‌ଆର୍ ଆଧାରିତ ସୁଧ ହାରକୁ ୮.୨୦%ରୁ ୯.୧% ପ୍ରତିଶତ ଭିତରେ ରଖାଯାଇଛି । ଏମ୍‌ସିଏଲ୍‌ଆର୍ କ’ଣ ?ଏମ୍‌ସିଏଲ୍‌ଆର୍‌କୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ୍ସ ବେସଡ୍ ଲେଣ୍ଡିଂ ରେଟ୍ ମଧ୍ୟ କୁହାଯାଏ । ଏହା ସର୍ବନିମ୍ନ ସୁଧା ହାର ହୋଇଥାଏ, ଯାହା ଉପରେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଲୋନ୍ ଦେଇଥାଏ । ଏମ୍‌ସିଏଲ୍‌ଆର୍ ଏକ ଆଭ୍ୟନ୍ତରୀଣ ବେଞ୍ଚମାର୍କ ଅଟେ, ଯାହାକୁ ବ୍ୟବହାର କରି ବ

ଦୀପାବଳି ପୂର୍ବରୁ SBIର ବଡ଼ ଘୋଷଣା, ଶସ୍ତା କଲା ଲୋନ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏମପିସି ଅକ୍ଟୋବର ବୈଠକରେ ରେପୋ ରେଟ୍‌ରେ ପରିବର୍ତ୍ତନ ନକରି ନ୍ୟୁଟ୍ରଲ୍ ରହିଥିଲା । ଯାହା ସଂକେତ ଦେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର କମ କରିପାରେ । ଅନ୍ୟପଟେ ଆରବିଆଇକୁ ଅପେକ୍ଷା ନକରି ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏମ୍‌ସିଏଲ୍‌ଆର୍ ହାର କମ କରିଛି । ଏହାର ଅର୍ଥ ଏସ୍‌ବିଆଇ ନିଜ ସୁଧ ହାର କମ କରିଛି । ଯାହାର ପ୍ରଭାବ ହୋମ୍ ଲୋନ୍ ଏବଂ ରିଟେଲ୍ ଲୋନ୍‌ରେ ଦେଖିବାକୁ ମିଳିବ ।

ଏମ୍‌ସିଏଲ୍‌ଆର୍ ହାରରେ ପରିବର୍ତ୍ତନ କଲା ଏସ୍‌ବିଆଇ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅକ୍ଟୋବର ୧୫ରୁ ନଭେମ୍ୱର ୧୫ ଯାଏ ଏମ୍‌ସିଏଲ୍‌ଆର୍‌ କମ କରିବା ପାଇଁ ଘୋଷଣା କରିଛି । ଏସ୍‌ବିଆଇ ଗୋଟିଏ ଏମ୍‌ସିଏଲଆର୍ ଟେନ୍ୟୋର ସୁଧ ହାରରେ ୨୫ ବେସିସ ପଏଣ୍ଟ କମ କରିଛି । ଅନ୍ୟ ଟେନ୍ୟୋରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ପରିବର୍ତ୍ତିତ ଏମ୍‌ସିଏଲ୍‌ଆର୍ ୨୦୨୪ ଅକ୍ଟୋବର ୧୫ରୁ ପ୍ରଭାବୀ ହେବ । ଏମ୍‌ସିଏଲ୍‌ଆର୍ ଆଧାରିତ ସୁଧ ହାରକୁ ୮.୨୦%ରୁ ୯.୧% ପ୍ରତିଶତ ଭିତରେ ରଖାଯାଇଛି । 

ଏମ୍‌ସିଏଲ୍‌ଆର୍ କ’ଣ ?

ଏମ୍‌ସିଏଲ୍‌ଆର୍‌କୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡ୍ସ ବେସଡ୍ ଲେଣ୍ଡିଂ ରେଟ୍ ମଧ୍ୟ କୁହାଯାଏ । ଏହା ସର୍ବନିମ୍ନ ସୁଧା ହାର ହୋଇଥାଏ, ଯାହା ଉପରେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଲୋନ୍ ଦେଇଥାଏ । ଏମ୍‌ସିଏଲ୍‌ଆର୍ ଏକ ଆଭ୍ୟନ୍ତରୀଣ ବେଞ୍ଚମାର୍କ ଅଟେ, ଯାହାକୁ ବ୍ୟବହାର କରି ବ୍ୟାଙ୍କ୍ ଲୋନ୍ ଉପରେ ସୁଧ ହାର ସ୍ଥିର କରିଥାଏ । ବର୍ତ୍ତମାନ ସମୟରେ ଏସ୍‌ବିଆଇର ବେସ୍ ରେଟ୍ ୧୦.୪୦ ପ୍ରତିଶତ ରହିଛି । ଏହା ସେପ୍ଟେମ୍ୱର ୧୫ରୁ ପ୍ରଭାବୀ ଅଛି ।