ଦୀପାବଳି ପୂର୍ବରୁ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ
ସାଲେପୁର ୨୬।୧୦: ଦୀପାବଳି ପୂର୍ବରୁ ଚଢାଉ । ବେଆଇନ ବାଣ କାରବାର ଚାଲିଥିବା ବେଳେ ସାଲେପୁର ପୋଲିସ ଚଢ଼ାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରେ ଏଭଳି ଚଢାଉ କରିଛି । କୌଣସି ସୂତ୍ରରୁ ଖବର ପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି । ବିନା ଲାଇସେନ୍ସରେ ସେସବୁ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ତାଳଫୋଟକ, ଗଡମା, ସୁତୁଲି ଗଡମା ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ବାଣ କାରିଗର ଗଙ୍ଗାଧର ବେହେରାଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ସାଲେପୁର ଥାନା ଆଦର୍ଶ ଆଇଆଇସି ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି। ଜବତ ବାଣର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।You Can Read:ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ, ଚାଷୀକୁ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ
ସାଲେପୁର ୨୬।୧୦: ଦୀପାବଳି ପୂର୍ବରୁ ଚଢାଉ । ବେଆଇନ ବାଣ କାରବାର ଚାଲିଥିବା ବେଳେ ସାଲେପୁର ପୋଲିସ ଚଢ଼ାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରେ ଏଭଳି ଚଢାଉ କରିଛି ।
କୌଣସି ସୂତ୍ରରୁ ଖବର ପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି । ବିନା ଲାଇସେନ୍ସରେ ସେସବୁ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ତାଳଫୋଟକ, ଗଡମା, ସୁତୁଲି ଗଡମା ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ବାଣ କାରିଗର ଗଙ୍ଗାଧର ବେହେରାଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ସାଲେପୁର ଥାନା ଆଦର୍ଶ ଆଇଆଇସି ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି। ଜବତ ବାଣର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।
You Can Read:
ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ, ଚାଷୀକୁ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ