ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି। ସୁଚନାନୁଯାୟୀ, ଉମରକୋଟ ପୁରୁଣା ବ୍ୟାଙ୍କ ରୋଡ୍‌ଠାରେ ବାଣ ବିକ୍ରି କରାଯାଉଥିବା ଖବରପାଇ ସ୍ଥାନୀୟ ପୋଲିସ ସେଠାରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରିଥିଲା। ଉକ୍ତ ଗୋଦାମରୁ ପ୍ରାୟ ୧ ଲକ୍ଷ ୨୦ହଜାର ଟଙ୍କାର ବାଣ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି। […] The post ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ appeared first on Dharitri Odia News.

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି।

ସୁଚନାନୁଯାୟୀ, ଉମରକୋଟ ପୁରୁଣା ବ୍ୟାଙ୍କ ରୋଡ୍‌ଠାରେ ବାଣ ବିକ୍ରି କରାଯାଉଥିବା ଖବରପାଇ ସ୍ଥାନୀୟ ପୋଲିସ ସେଠାରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରିଥିଲା। ଉକ୍ତ ଗୋଦାମରୁ ପ୍ରାୟ ୧ ଲକ୍ଷ ୨୦ହଜାର ଟଙ୍କାର ବାଣ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ନୋଟିସ ଦେଇ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳରେ ବିନା ଲାଇସେନ୍ସରେ ରଖାଯାଇଥିବା ବାଣକୁ ସ୍ବତନ୍ତ୍ର ପୋଲିସ ସ୍କ୍ବାର୍ଡ ଜବତ କରିଛି। ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତରାଙ୍କ ନେତୃତ୍ୱରେ ଗୁରୁବାର ରାତିରେ ଚଢ଼ାଉ କରାଯାଇଥିଲା। ଗୋଦାମରୁ ପ୍ରାୟ ୪ଲକ୍ଷ ୨୦ହଜାର ଟଙ୍କାର ବାଣ ଜବତ କରାଯାଇଛି। କେଶ୍‌ ନମ୍ବର ୧୫୪/୨୪ରେ ମାମଲା ରୁଜୁ ହୋଇଛି। ଗୋଦାମ ମାଲିକ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିଥିବା ଯୋଗୁ କାହାରିକୁ ଗିରଫ କରାଯାଇ ନ ଥିବା ଜଣା ପଡ଼ିଛି।

The post ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ appeared first on Dharitri Odia News.